ବିଦେଶକୁ ଡାକରେ ଯାଉଛି ପାମ୍ପଡ଼, ବଡ଼ି : କମ୍‌‌ ସମୟରେ ସୁବିଧା ଯୋଗାଉଛି ବିଦେଶ ଡାକଘର

The Sakala Picture
Published On

ଭୁବନେଶ୍ୱର : କିଛିବର୍ଷ ପୂର୍ବେ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ସାମଗ୍ରୀ, ଖାଦ୍ୟ ତଥା ପୋଷାକ ପଠାଇବା ହେଲେ ମାସାଧିକ କାଳ ଲାଗୁଥିଲା। କିନ୍ତୁ ଆଜିର ଦିନରେ ଏହାକ଼ୁ ସହଜ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବିଦେଶ ଡାକସେବା। ଏବେ ଓଡ଼ିଶା ତଥା ଆମ ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଷ୍ଟେଟ୍‌‌ ଫରେନ୍‌‌ ପୋଷ୍ଟାଲ ପ୍ରିଣ୍ଟିଙ୍ଗ ପ୍ରେସ୍‌‌ କମ୍ପେ୍ଲକ୍ସରେ ବିଦେଶ ଡାକଘର ଖୋଲାଯାଇଛି। ଏହି ଡାକ ମାଧ୍ୟମରେ ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ ବିଦେଶ ପଠାଯାଇପାରୁଛି। […]

ଭୁବନେଶ୍ୱର : କିଛିବର୍ଷ ପୂର୍ବେ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ସାମଗ୍ରୀ, ଖାଦ୍ୟ ତଥା ପୋଷାକ ପଠାଇବା ହେଲେ ମାସାଧିକ କାଳ ଲାଗୁଥିଲା। କିନ୍ତୁ ଆଜିର ଦିନରେ ଏହାକ଼ୁ ସହଜ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବିଦେଶ ଡାକସେବା। ଏବେ ଓଡ଼ିଶା ତଥା ଆମ ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଷ୍ଟେଟ୍‌‌ ଫରେନ୍‌‌ ପୋଷ୍ଟାଲ ପ୍ରିଣ୍ଟିଙ୍ଗ ପ୍ରେସ୍‌‌ କମ୍ପେ୍ଲକ୍ସରେ ବିଦେଶ ଡାକଘର ଖୋଲାଯାଇଛି। ଏହି ଡାକ ମାଧ୍ୟମରେ ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ ବିଦେଶ ପଠାଯାଇପାରୁଛି। ପୂର୍ବରୁ ଆମ ଦେଶର କୋଲକାତା, ଚେନ୍ନାଇ, ଦିଲ୍ଲୀ, ମୁମ୍ୱଇ ଆଦି ମେଟ୍ରୋ ସିଟିଗୁଡ଼ିକରେ ବିଦେଶ ଡାକଘର ଥିଲା ଓ ପରେ କୋଚି, ରାଜସ୍ଥାନ ଓ ନୂଆଦିଲ୍ଲୀରେ ଶାଖା ଖୋଲିଥିଲା। ଓଡ଼ିଶାରୁ ବିଦେଶକୁ ଜିନିଷ ପଠାଇବାକୁ ହେଲେ କୋଲକାତା ଡାକଘର ସାହାଯ୍ୟରେ ହିଁ ପଠାଇବାକୁ ପଡ଼ୁଥିଲା।

ଆହୁରି ପଢ଼ନ୍ତୁ: ଦୂର ହେବ କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ: ଆସିବ SOP, ଛାତ୍ରଛାତ୍ରୀଙ୍କ ସମସ୍ତ ଫି' ବହନ କରିବେ ସରକାର

କୋଲକାତାରେ କଷ୍ଟମ୍‌‌ ଯାଞ୍ଚ ପାଇଁ ୨ ରୁ ୩ ଦିନ ସେଠାରେ ଯାଞ୍ଚ କାର୍ଯ୍ୟ ହେଉଥିଲା। ଏହାପରେ ସେଠାରୁ କ୍ଲିଅରାନ୍ସ ହୋଇ ବିଦେଶ ପଠାଇବାରେ ଆହୁରି ୧୦ରୁ ୨୦ଦିନ ଲାଗୁଥିଲା। ବିଦେଶରେ ଥିବା ଧାର୍ଯ୍ୟ ଠିକଣାରେ ପହଞ୍ଚିବା ଲାଗି ପାଖାପାଖି ମାସେ କିମ୍ବା ତା’ଠାରୁ ଅଧିକ ସମୟ ଲାଗି ଯାଉଥିଲା। ଭୁବନେଶ୍ୱରରେ ବିଦେଶ ଡାକଘର ଖୋଲିବା ପରେ ଏବେ କଷ୍ଟମ୍‌‌ କ୍ଲିୟରାନ୍ସ ଓ ବୁକିଂ ଗୋଟିଏ ଦିନରେ ହୋଇଯାଉଛି। ମାତ୍ର ୧୦ଦିନରେ ହିଁ ଠିକଣାସ୍ଥଳରେ ଚିଠି ଓ ଜିନିଷ ପହଞ୍ଚିପାରୁଛି। ଏହି ପ୍ରକ୍ରିୟା ୨୦୧୯ ଜୁଲାଇରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା। ପୂର୍ବରୁ ଲୋକ ଏହି ସୁବିଧା ବିଷୟରେ ଅବଗତ ନ ଥିଲେ ହେଲେ ବର୍ତ୍ତମାନ ସାଧାରଣ ଲୋକ ଖୁବ କମ ସମୟରେ ଓ ସହଜରେ ବିଦେଶରେ ରହୁଥିବା ନିଜ ସମ୍ପର୍କୀୟଙ୍କ ପାଖକୁ ଜରୁରୀ କାଗଜପତ୍ର, ଖାଦ୍ୟ ଆଦି ପଠାଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲରେ ପଶି ଶିକ୍ଷକଙ୍କୁ ହତ୍ୟା ଧମକ ଦେବା ପଡିଲା ମହଙ୍ଗା: ଅଭିଯୁକ୍ତ ଅଭିଭାବକ ଥାନାରେ ଅଟକ

ଏହି କ୍ଲିଅରାନ୍ସ କାର୍ଯ୍ୟ ପାଇଁ ଏଠାରେ କଷ୍ଟମ ଅଫିସର ତଥା ଜଣେ ସୁପରିନ୍‌‌ଟେଣ୍ଡେଣ୍ଟ ଓ ଜଣେ ଇନ୍ସ୍‌‌ପେକ୍ଟର ଅଛନ୍ତି। ସେମାନେ ବୁକିଂ କରି ସାମଗ୍ରୀଗୁଡ଼ିକୁ ଦେଶ ଅନୁଯାୟୀ ବିଭାଗୀକରଣ କଲାପରେ ବିମାନବନ୍ଦର ପଠାଉଛନ୍ତି। ସେଠାରୁ କୋଲକାତା ଯାଉଛି କିନ୍ତୁ ବୁକିଂ ଏବଂ ଯାଞ୍ଚ କାମ ସବୁ ଏଠାରୁ ହିଁ ହୋଇଯାଉଛି। ଏହି ସବୁ ପ୍ରକ୍ରିୟା ଦେଇଗଲାବେଳେ ପ୍ରେରକ ପଠାଇଥିବା ସାମଗ୍ରୀକୁ ଡାକ ବିଭାଗର ଅନ୍‌‌ଲାଇନ୍‌‌ ଆପ ମାଧ୍ୟମରେ କେଉଁ କେଉଁ ରାସ୍ତା ଦେଇଗଲା ପ୍ରେରକ ନିଜେ ଟ୍ରାକ୍‌‌ କରିପାରିବେ। କିନ୍ତୁ ଲୋକେ ଯେଉଁ ସାମଗ୍ରୀ ପଠାଇବେ ତାହାର ମଧ୍ୟ ଏକ ନିର୍ଦ୍ଧାରିତ ଓଜନ ଏବଂ ପରିମାଣ ରହିଛି। ତେବେ ତୈଳ ଜାତୀୟ ପଦାର୍ଥ ବିଦେଶକୁ ପଠାଇବାରେ କଟକଣା ରହିଛି। ଏହା ବ୍ୟତୀତ ଯେକୌଣସି ଜରୁରୀ କାଗଜପତ୍ର, ପୋଷାକ ଓ ଶୁଖିଲା ଖାଦ୍ୟ ଲୋକ ନିଜ ସମ୍ପର୍କୀୟଙ୍କ ନିକଟକୁ ସହଜରେ ପଠାଇ ପାରୁଛନ୍ତି। ଅନ୍‌‌ଲାଇନ୍‌‌ରେ ଟଙ୍କା ପୈଠ କରିବାର ସୁବିଧା ରହିଛି। ଇଣ୍ଟର୍‌‌ନ୍ୟାସନାଲ ମେଲ୍‌‌ ବିଜ୍‌‌ନେସ୍‌‌ ସେଣ୍ଟର ମାଧ୍ୟମରେ ବିଭିନ୍ନ ପ୍ରକାରର ବିଦେଶ ସାମଗ୍ରୀ ବୁକିଂ କରି ହେଉଛି।

ଆହୁରି ପଢ଼ନ୍ତୁ: ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ହିଟ୍-ଆଣ୍ଡ-ରନ୍: ଦୁଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ବିଦେଶ ଡାକଘର ମାଧ୍ୟମରେ ଓଡ଼ିଶାରୁ ବିଦେଶକୁ ଆମ୍ବ, ପାମ୍ପଡ଼, ଅଁଳା, ପୋଷାକ ଓ ସବୁଠୁ ଅଧିକା ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ୍ର ସାମଗ୍ରୀ ପଠାଯାଉଛି। ସରକାରୀ କାର୍ଯ୍ୟ ଦିବସରେ ୧୦ଟାରୁ ୬ଟା ଯାଏ ଖୋଲା ରହୁଛି ଏହି ଡାକଘର। କଷ୍ଟମ୍‌‌ ବିଭାଗ ପକ୍ଷରୁ ସାମଗ୍ରୀଗୁଡ଼ିକର ଏକ୍ସରେ ସ୍କାନର୍‌‌ ବ୍ୟବସ୍ଥା ରହିଛି। ଅନ୍ତର୍ଜାତୀୟ ପାର୍ସଲ ପାଇଁ ୨୦ କିଲୋଗ୍ରାମ୍‌‌ ଓ ସ୍ପିଡ୍‌‌ ପୋଷ୍ଟ ପାଇଁ ୩୦ କିଲୋଗ୍ରାମ୍‌‌ ଯାଏ ସାମଗ୍ରୀ ପଠାଇବାର ଅନୁମତି ରହିଛି। ଓଜନ ହିସାବରେ ବୁକିଂର ଅର୍ଥ ରାଶି ପୈଠ କରିବାକୁ ପଡ଼ିଥାଏ। ଲୋକ କିପରି ସୁବିଧାରେ ଓ କମ୍‌‌ ସମୟରେ ନିଜ ସମ୍ପର୍କୀୟଙ୍କ ପାଖରେ ଜରୁରୀ ଜିନିଷ ପଠାଇପାରିବେ ତାହା ହିଁ ବିଦେଶ ଡାକଘରର ଲକ୍ଷ୍ୟ ବୋଲି ବିଦେଶ ଡାକଘରର ଆରଏମ୍‌‌ଏସ ଏନ. ଡିଭିଜନର ବରିଷ୍ଠ ସୁପରିନ୍‌‌ଟେଣ୍ଡେଣ୍ଟ ଅପରିଜିତ ପଟ୍ଟନାୟକ କହିଛନ୍ତି।

25 May 2024 By The Sakala

ବିଦେଶକୁ ଡାକରେ ଯାଉଛି ପାମ୍ପଡ଼, ବଡ଼ି : କମ୍‌‌ ସମୟରେ ସୁବିଧା ଯୋଗାଉଛି ବିଦେଶ ଡାକଘର

ଭୁବନେଶ୍ୱର : କିଛିବର୍ଷ ପୂର୍ବେ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ସାମଗ୍ରୀ, ଖାଦ୍ୟ ତଥା ପୋଷାକ ପଠାଇବା ହେଲେ ମାସାଧିକ କାଳ ଲାଗୁଥିଲା। କିନ୍ତୁ ଆଜିର ଦିନରେ ଏହାକ଼ୁ ସହଜ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବିଦେଶ ଡାକସେବା। ଏବେ ଓଡ଼ିଶା ତଥା ଆମ ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଷ୍ଟେଟ୍‌‌ ଫରେନ୍‌‌ ପୋଷ୍ଟାଲ ପ୍ରିଣ୍ଟିଙ୍ଗ ପ୍ରେସ୍‌‌ କମ୍ପେ୍ଲକ୍ସରେ ବିଦେଶ ଡାକଘର ଖୋଲାଯାଇଛି। ଏହି ଡାକ ମାଧ୍ୟମରେ ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ ବିଦେଶ ପଠାଯାଇପାରୁଛି। ପୂର୍ବରୁ ଆମ ଦେଶର କୋଲକାତା, ଚେନ୍ନାଇ, ଦିଲ୍ଲୀ, ମୁମ୍ୱଇ ଆଦି ମେଟ୍ରୋ ସିଟିଗୁଡ଼ିକରେ ବିଦେଶ ଡାକଘର ଥିଲା ଓ ପରେ କୋଚି, ରାଜସ୍ଥାନ ଓ ନୂଆଦିଲ୍ଲୀରେ ଶାଖା ଖୋଲିଥିଲା। ଓଡ଼ିଶାରୁ ବିଦେଶକୁ ଜିନିଷ ପଠାଇବାକୁ ହେଲେ କୋଲକାତା ଡାକଘର ସାହାଯ୍ୟରେ ହିଁ ପଠାଇବାକୁ ପଡ଼ୁଥିଲା।

କୋଲକାତାରେ କଷ୍ଟମ୍‌‌ ଯାଞ୍ଚ ପାଇଁ ୨ ରୁ ୩ ଦିନ ସେଠାରେ ଯାଞ୍ଚ କାର୍ଯ୍ୟ ହେଉଥିଲା। ଏହାପରେ ସେଠାରୁ କ୍ଲିଅରାନ୍ସ ହୋଇ ବିଦେଶ ପଠାଇବାରେ ଆହୁରି ୧୦ରୁ ୨୦ଦିନ ଲାଗୁଥିଲା। ବିଦେଶରେ ଥିବା ଧାର୍ଯ୍ୟ ଠିକଣାରେ ପହଞ୍ଚିବା ଲାଗି ପାଖାପାଖି ମାସେ କିମ୍ବା ତା’ଠାରୁ ଅଧିକ ସମୟ ଲାଗି ଯାଉଥିଲା। ଭୁବନେଶ୍ୱରରେ ବିଦେଶ ଡାକଘର ଖୋଲିବା ପରେ ଏବେ କଷ୍ଟମ୍‌‌ କ୍ଲିୟରାନ୍ସ ଓ ବୁକିଂ ଗୋଟିଏ ଦିନରେ ହୋଇଯାଉଛି। ମାତ୍ର ୧୦ଦିନରେ ହିଁ ଠିକଣାସ୍ଥଳରେ ଚିଠି ଓ ଜିନିଷ ପହଞ୍ଚିପାରୁଛି। ଏହି ପ୍ରକ୍ରିୟା ୨୦୧୯ ଜୁଲାଇରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା। ପୂର୍ବରୁ ଲୋକ ଏହି ସୁବିଧା ବିଷୟରେ ଅବଗତ ନ ଥିଲେ ହେଲେ ବର୍ତ୍ତମାନ ସାଧାରଣ ଲୋକ ଖୁବ କମ ସମୟରେ ଓ ସହଜରେ ବିଦେଶରେ ରହୁଥିବା ନିଜ ସମ୍ପର୍କୀୟଙ୍କ ପାଖକୁ ଜରୁରୀ କାଗଜପତ୍ର, ଖାଦ୍ୟ ଆଦି ପଠାଇପାରୁଛନ୍ତି।

ଏହି କ୍ଲିଅରାନ୍ସ କାର୍ଯ୍ୟ ପାଇଁ ଏଠାରେ କଷ୍ଟମ ଅଫିସର ତଥା ଜଣେ ସୁପରିନ୍‌‌ଟେଣ୍ଡେଣ୍ଟ ଓ ଜଣେ ଇନ୍ସ୍‌‌ପେକ୍ଟର ଅଛନ୍ତି। ସେମାନେ ବୁକିଂ କରି ସାମଗ୍ରୀଗୁଡ଼ିକୁ ଦେଶ ଅନୁଯାୟୀ ବିଭାଗୀକରଣ କଲାପରେ ବିମାନବନ୍ଦର ପଠାଉଛନ୍ତି। ସେଠାରୁ କୋଲକାତା ଯାଉଛି କିନ୍ତୁ ବୁକିଂ ଏବଂ ଯାଞ୍ଚ କାମ ସବୁ ଏଠାରୁ ହିଁ ହୋଇଯାଉଛି। ଏହି ସବୁ ପ୍ରକ୍ରିୟା ଦେଇଗଲାବେଳେ ପ୍ରେରକ ପଠାଇଥିବା ସାମଗ୍ରୀକୁ ଡାକ ବିଭାଗର ଅନ୍‌‌ଲାଇନ୍‌‌ ଆପ ମାଧ୍ୟମରେ କେଉଁ କେଉଁ ରାସ୍ତା ଦେଇଗଲା ପ୍ରେରକ ନିଜେ ଟ୍ରାକ୍‌‌ କରିପାରିବେ। କିନ୍ତୁ ଲୋକେ ଯେଉଁ ସାମଗ୍ରୀ ପଠାଇବେ ତାହାର ମଧ୍ୟ ଏକ ନିର୍ଦ୍ଧାରିତ ଓଜନ ଏବଂ ପରିମାଣ ରହିଛି। ତେବେ ତୈଳ ଜାତୀୟ ପଦାର୍ଥ ବିଦେଶକୁ ପଠାଇବାରେ କଟକଣା ରହିଛି। ଏହା ବ୍ୟତୀତ ଯେକୌଣସି ଜରୁରୀ କାଗଜପତ୍ର, ପୋଷାକ ଓ ଶୁଖିଲା ଖାଦ୍ୟ ଲୋକ ନିଜ ସମ୍ପର୍କୀୟଙ୍କ ନିକଟକୁ ସହଜରେ ପଠାଇ ପାରୁଛନ୍ତି। ଅନ୍‌‌ଲାଇନ୍‌‌ରେ ଟଙ୍କା ପୈଠ କରିବାର ସୁବିଧା ରହିଛି। ଇଣ୍ଟର୍‌‌ନ୍ୟାସନାଲ ମେଲ୍‌‌ ବିଜ୍‌‌ନେସ୍‌‌ ସେଣ୍ଟର ମାଧ୍ୟମରେ ବିଭିନ୍ନ ପ୍ରକାରର ବିଦେଶ ସାମଗ୍ରୀ ବୁକିଂ କରି ହେଉଛି।

ବିଦେଶ ଡାକଘର ମାଧ୍ୟମରେ ଓଡ଼ିଶାରୁ ବିଦେଶକୁ ଆମ୍ବ, ପାମ୍ପଡ଼, ଅଁଳା, ପୋଷାକ ଓ ସବୁଠୁ ଅଧିକା ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ୍ର ସାମଗ୍ରୀ ପଠାଯାଉଛି। ସରକାରୀ କାର୍ଯ୍ୟ ଦିବସରେ ୧୦ଟାରୁ ୬ଟା ଯାଏ ଖୋଲା ରହୁଛି ଏହି ଡାକଘର। କଷ୍ଟମ୍‌‌ ବିଭାଗ ପକ୍ଷରୁ ସାମଗ୍ରୀଗୁଡ଼ିକର ଏକ୍ସରେ ସ୍କାନର୍‌‌ ବ୍ୟବସ୍ଥା ରହିଛି। ଅନ୍ତର୍ଜାତୀୟ ପାର୍ସଲ ପାଇଁ ୨୦ କିଲୋଗ୍ରାମ୍‌‌ ଓ ସ୍ପିଡ୍‌‌ ପୋଷ୍ଟ ପାଇଁ ୩୦ କିଲୋଗ୍ରାମ୍‌‌ ଯାଏ ସାମଗ୍ରୀ ପଠାଇବାର ଅନୁମତି ରହିଛି। ଓଜନ ହିସାବରେ ବୁକିଂର ଅର୍ଥ ରାଶି ପୈଠ କରିବାକୁ ପଡ଼ିଥାଏ। ଲୋକ କିପରି ସୁବିଧାରେ ଓ କମ୍‌‌ ସମୟରେ ନିଜ ସମ୍ପର୍କୀୟଙ୍କ ପାଖରେ ଜରୁରୀ ଜିନିଷ ପଠାଇପାରିବେ ତାହା ହିଁ ବିଦେଶ ଡାକଘରର ଲକ୍ଷ୍ୟ ବୋଲି ବିଦେଶ ଡାକଘରର ଆରଏମ୍‌‌ଏସ ଏନ. ଡିଭିଜନର ବରିଷ୍ଠ ସୁପରିନ୍‌‌ଟେଣ୍ଡେଣ୍ଟ ଅପରିଜିତ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର