ମନୋରଞ୍ଜନ
ଓଡ଼ିଶା
ଭୁବନେଶ୍ୱର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ, ୮ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବେଆଇନ ବିଦେଶୀ ସିଗାର ଓ ସିଗାରେଟ୍ ଜବତ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା DRI ଓ କଷ୍ଟମ ବିଭାଗ । ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ଏହି ସିଗାରେଟ୍ ଜବତ ହୋଇଛି । ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କ ବ୍ୟାଗରୁ ୨୫ଟି ସିଗାରେଟ ପ୍ୟାକେଟ୍ ଓ ୪୦୦୦ ପିସ୍ ସିଗାର ଜବତ ହୋଇଛି । ଜବତ ସିଗାର ଓ ସିଗାରେଟ୍ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବ୍ଲାକ ମାର୍କେଟିଙ୍ଗ ପାଇଁ, ଦୁବାଇରୁ ଭୁବନେଶ୍ୱର ଏମାନେ କ୍ରମାଗତ ଆସୁଥିବା ତଦନ୍ତ ବେଳେ ଜଣା ପଡିଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ ।





