ଖୁବ ଶୀଘ୍ର ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ। ଏଥିପାଇଁ ମନ୍ତ୍ରାଳୟ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ବ୍ୟାପାର ହୋଇଥିବାରୁ ବିମାନ ସେବା ଆରମ୍ଭ ପାଇଁ କୌଣସି ଏୟାରଲାଇନ୍ସ […]

ଭୁବନେଶ୍ୱର: ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ। ଏଥିପାଇଁ ମନ୍ତ୍ରାଳୟ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ବ୍ୟାପାର ହୋଇଥିବାରୁ ବିମାନ ସେବା ଆରମ୍ଭ ପାଇଁ କୌଣସି ଏୟାରଲାଇନ୍ସ ସହମତି ପ୍ରକାଶ କରିବା ଆବଶ୍ୟକ। ତେଣୁ ଭୁବନେଶ୍ୱର-କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ଲାଗି କିଛି ପ୍ରମୁଖ ବିମାନ କମ୍ପାନୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ସିନ୍ଧିଆ ଲିଖିତ ଭାବେ ଜଣାଇଛନ୍ତି। ବିମାନ ଚଳାଚଳ କମ୍ପାନୀର ସହମତି ପରେ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦେବାରେ ସମସ୍ୟା ନାହିଁ ବୋଲି ଶ୍ରୀ ସିନ୍ଧିଆ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସାମ୍ନାକୁ ଆସିଲା ପୋଲିସର କାରନାମା, ଲଗାଇନି ଭିଡ଼ ହିଂସାର ଦଫା !

ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଗତ ମାସ ୨୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ଛାତ୍ରଛାତ୍ରୀ ଓଡ଼ିଶାରେ ରହି ପାଠ ପଢୁଛନ୍ତି। ଅନେକ ନେପାଳୀ ଲୋକ ଓଡ଼ିଶାରେ ରହୁଛନ୍ତି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି। ତେଣୁ ରଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବା ଆବଶ୍ୟକ ବୋଲି ଡ଼ ପଟ୍ଟନାୟକ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୟଙ୍କର ତେଲ ସଙ୍କଟ ! ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲମ୍ବା ଲାଇନ୍‌

14 Jun 2022 By The Sakala

ଖୁବ ଶୀଘ୍ର ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ। ଏଥିପାଇଁ ମନ୍ତ୍ରାଳୟ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ବ୍ୟାପାର ହୋଇଥିବାରୁ ବିମାନ ସେବା ଆରମ୍ଭ ପାଇଁ କୌଣସି ଏୟାରଲାଇନ୍ସ ସହମତି ପ୍ରକାଶ କରିବା ଆବଶ୍ୟକ। ତେଣୁ ଭୁବନେଶ୍ୱର-କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ଲାଗି କିଛି ପ୍ରମୁଖ ବିମାନ କମ୍ପାନୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ସିନ୍ଧିଆ ଲିଖିତ ଭାବେ ଜଣାଇଛନ୍ତି। ବିମାନ ଚଳାଚଳ କମ୍ପାନୀର ସହମତି ପରେ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦେବାରେ ସମସ୍ୟା ନାହିଁ ବୋଲି ଶ୍ରୀ ସିନ୍ଧିଆ ଜଣାଇଛନ୍ତି।

ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଗତ ମାସ ୨୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ଛାତ୍ରଛାତ୍ରୀ ଓଡ଼ିଶାରେ ରହି ପାଠ ପଢୁଛନ୍ତି। ଅନେକ ନେପାଳୀ ଲୋକ ଓଡ଼ିଶାରେ ରହୁଛନ୍ତି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି। ତେଣୁ ରଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବା ଆବଶ୍ୟକ ବୋଲି ଡ଼ ପଟ୍ଟନାୟକ ଦର୍ଶାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର