ନକଲି ଔଷଧ କାରବାର: ରାଜଧାନୀର ବିଭିନ୍ନ ମେଡିସିନ୍ ହୋଲସେଲ ଦୋକାନରେ ଚଢାଉ କରୁଛି ୫ଜଣିଆ ଡ୍ରଗ ସ୍କ୍ବାଡ୍

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି […]

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କେବଳ କଟକ, ଭୁବନେଶ୍ବର ନୁହେଁ ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରେଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

12 Dec 2022 By The Sakala

ନକଲି ଔଷଧ କାରବାର: ରାଜଧାନୀର ବିଭିନ୍ନ ମେଡିସିନ୍ ହୋଲସେଲ ଦୋକାନରେ ଚଢାଉ କରୁଛି ୫ଜଣିଆ ଡ୍ରଗ ସ୍କ୍ବାଡ୍

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।

କେବଳ କଟକ, ଭୁବନେଶ୍ବର ନୁହେଁ ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।

ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରେଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର