ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର, ଅତ୍ୟାଧୁନିକ ସୁବିଧା ପାଇବେ ମତ୍ସ୍ୟଜୀବୀ

The Sakala Picture
Published On

ପୁରୀ: ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌‌ଏଲ୍‌ସି)। ବେଳାଭୂମିର ସାପକୋଠିଠାରେ ଏହି କେନ୍ଦ୍ର କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ପବିତ୍ର ଗଣେଶ ପୂଜା ଦିନ ଏହି ଏଫ୍‌‌ଏଲ୍‌‌ସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକାକୁ ସୁବ୍ୟବସ୍ଥିତ କରାଯିବା ସହ ବେଳାଭୂମିର ଗୋଟିଏ ସ୍ଥାନରେ ସେମାନଙ୍କ ଡଙ୍ଗା, ଜାଲ ରହିବ। ଏଥିସହ ମାଛଗୁଡ଼ିକୁ ବରଫ […]

ପୁରୀ: ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌‌ଏଲ୍‌ସି)। ବେଳାଭୂମିର ସାପକୋଠିଠାରେ ଏହି କେନ୍ଦ୍ର କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ପବିତ୍ର ଗଣେଶ ପୂଜା ଦିନ ଏହି ଏଫ୍‌‌ଏଲ୍‌‌ସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକାକୁ ସୁବ୍ୟବସ୍ଥିତ କରାଯିବା ସହ ବେଳାଭୂମିର ଗୋଟିଏ ସ୍ଥାନରେ ସେମାନଙ୍କ ଡଙ୍ଗା, ଜାଲ ରହିବ। ଏଥିସହ ମାଛଗୁଡ଼ିକୁ ବରଫ ମାଧ୍ୟମରେ ସଂରକ୍ଷଣ କରି ରଖିବା ପାଇଁ ଏଥିରେ ବ୍ୟବସ୍ଥା ହେବ। ବିଶେଷକରି ଏହି କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା। ଯେମିତିକି ଶୌଚାଳୟ, ପାନୀୟ ଜଳ, ଫାଷ୍ଟଏଡ୍‌‌ ସୁବିଧା ଏବଂ ସିସିଟିଭି ବ୍ୟବସ୍ଥା ମଧ୍ୟ ହେବ। ଫଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ। କେବଳ ପୁରୀ ସାପକୋଠି ନୁହେଁ, ପେଣ୍ଠକଟା, ଚନ୍ଦ୍ରଭାଗା ଏବଂ ଅରଖକୁଦାଠାରେ ମଧ୍ୟ ଏହି ଫିସ୍‌‌ ଲ୍ୟାଣ୍ଡିଙ୍ଗ ସେଣ୍ଟର ନିର୍ମାଣ କରାଯିବାର ଯୋଜନା ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୯୫.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ମତ୍ସ୍ୟଜୀବୀମାନେ ଖୁସି ହୋଇଥିବା ବେଳେ ପୁରୀର ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଏହାକୁ ସ୍ୱାଗତ କରିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଭାରତର ଏକ ମନୋରମ ବେଳାଭୂମି ହେଉଛି ପୁରୀ। ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ମାତ୍ର ମତ୍ସ୍ୟଜୀବୀଙ୍କ ଡଙ୍ଗା ବିଭିନ୍ନ ସ୍ଥାନରେ ରଖାଯାଉଥିବାରୁ ଏହା ବେଳାଭୂମିର ସୌନ୍ଦର୍ଯ୍ୟ ହାନି ହେଉଛି। ତେଣୁ ଗୋଟିଏ ଜାଗାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ପାର୍କିଂ କରାଯିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଏହି ଏଫ୍‌‌ଏଲସିର ପରିକଳ୍ପନା କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଏଠାରେ ତାଙ୍କ ଡଙ୍ଗା, ଜାଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ରଖିପାରିବେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର କରାଯାଉଛି। ୨୦୨୦ ମସିହାରେ ଏହାର ପରିକଳ୍ପନା କରାଯାଇଥିଲା। ମାତ୍ର କୋଭିଡ୍‌ ମହାମାରୀ ଓ ବିଭିନ୍ନ ସମସ୍ୟା ଯୋଗୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଏବେ ସମସ୍ତ ସମସ୍ୟାର ସମାଧାନ ହୋଇ ସାରିଥିବା ବେଳେ ଖୁବ୍‌‌ଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ସୂଚନାଥାଉ କି, ୨୦୨୦ ସେପ୍ଟେମ୍ବରରେ ସାପକୋଠି, ପେଣ୍ଠକଟା ସମେତ ୩ଟି ଜାଗାରେ ସେଣ୍ଟର ପ୍ରତିଷ୍ଠା କରାଯିବା ଲାଗି ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାପକୋଠିକୁ ବାଦ୍‌‌ ଦିଆଯାଇ ଦୁଇଟି ସ୍ଥାନରେ ହେବ ବୋଲି କୁହାଗଲା। ଏହାକୁ ନେଇ ବାଲିନୋଳିଆ ସାହି ମତ୍ସ୍ୟଜୀବୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଶାସନ ସବୁବେଳେ ପେଣ୍ଠକଟା ବାସିନ୍ଦାଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ବାଲିନୋଳିଆସାହି ଏବଂ ଗୌଡ଼ବାଡ଼ ସାହି ମତ୍ସ୍ୟଜୀବୀଙ୍କୁ ଅଣଦେଖା କରୁଥିବା କହିଥିଲେ। ତେଣୁ ଏବେ ପୁରୀ ବେଳାଭୂମିର ସାପକୋଠି ଏବଂ ପେଣ୍ଠକଟା ସମେତ ଚନ୍ଦ୍ରଭାଗା ଓ ଅରଖକୁଦାଠାରେ ଏହି ଏଫଏଲ୍‌‌ସି କରାଯିବା ଲାଗି ପ୍ରଶାସନ ଯୋଜନା କରିଛି। ପୁରୀ ବେଳାଭୂମିରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ହେଲେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ମତ୍ସଜୀବୀ ପରିବାର ଉପକୃତ ହେବେ। ଏଥିସହ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହ ସେମାନଙ୍କ ଜୀବନଶୈଳୀ ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

18 Sep 2023 By The Sakala

https://www.thesakala.in/latest-odisha-news/fish-landing-center-on-the-beach-fishermen-will-have-the-latest-facilities/article-25538
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର