ଏପ୍ରିଲରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ଛନକା, ଏପ୍ରିଲ୍‍ ୨୬ରେ ସୃଷ୍ଟି ହୋଇଥିଲା ଫନି

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଲଘୁଚାପଟି କେତେ ଶକ୍ତିଶାଳୀ ହେବ ଓ ଏହାର ତୀବ୍ରତା କେତେ ରହିବ ତାକୁ ନେଇ ବିଭିନ୍ନ ମଡେଲ୍‍ ମଧ୍ୟରେ କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ଏପ୍ରିଲ୍‍ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ବାତ୍ୟା ରୂପରେ ଓଡ଼ିଶାରେ ମାଡ଼ ହୋଇ ସାରିଥିବାରୁ ଏହି ଲଘୁଚାପକୁ ନେଇ ଡର ବଢ଼଼ି ଯାଇଛି। ଅନ୍ୟପଟେ ଯଦି ଏହି ଲଘୁଚାପ ଟି ଅଧିକ ବଳ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଲଘୁଚାପଟି କେତେ ଶକ୍ତିଶାଳୀ ହେବ ଓ ଏହାର ତୀବ୍ରତା କେତେ ରହିବ ତାକୁ ନେଇ ବିଭିନ୍ନ ମଡେଲ୍‍ ମଧ୍ୟରେ କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ଏପ୍ରିଲ୍‍ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ବାତ୍ୟା ରୂପରେ ଓଡ଼ିଶାରେ ମାଡ଼ ହୋଇ ସାରିଥିବାରୁ ଏହି ଲଘୁଚାପକୁ ନେଇ ଡର ବଢ଼଼ି ଯାଇଛି। ଅନ୍ୟପଟେ ଯଦି ଏହି ଲଘୁଚାପ ଟି ଅଧିକ ବଳ ଗୋଟାଇ ବାତ୍ୟାରେ ପରିଣତ ହୁଏ, ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ନା ଛୋଟ ବାତ୍ୟା ଆକାରରେ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯିବ ସେଦିଗକୁ ମଧ୍ୟ ଲକ୍ଷ୍ୟ କରାଯାଉଛି। ଲଘୁଚାପ ହେବା ସ୍ପଷ୍ଟ ହୋଇସାରିଥିବା ବେଳେ ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ ପରିଧି ମଧ୍ୟକୁ ଆସି ନାହିଁ। ତେଣୁ ଲଘୁଚାପ ସୃଷ୍ଟି ହେବା ସମୟ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ସମେତ ବୈଦେଶୀକ ପାଣିପାଗ ବିଜ୍ଞାନୀମାନେ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବିଭାଗ କହିଛି ଯେ ୬ ଏପ୍ରିଲ୍‍ ୨୦୨୨ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ବିଭାଗ କହିଛି। ତେବେ ଏହାର ପ୍ରଭାବରେ ୬ ତାରିଖରୁ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହେବାକୁ ଥିବା ବେଳେ ଧୀରେ ଧୀରେ ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଅନ୍ୟପଟେ ଗତ ୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳ ଅତ୍ରିକ୍ରମ କରିଥିବା ବାତ୍ୟା ‘ଫନୀ’ ମଧ୍ୟ ଏପ୍ରିଲ୍‍ ମାସମରେ ସୃଷ୍ଟି ହୋଇଥିଲା। ଏହି ବାତ୍ୟା ଅତି ଭୀଷଣ ବାତ୍ୟା ଆକାରରେ ପୁରୀଠାରେ ସ୍ଥଳଭାଗରେ ମାଡ଼ ହୋଇଥିବା ବେଳେ ଏହି ସମୟରେ ପବନର ବେଗ ୨୦୦ କିମି ପାର୍‍ କରିଥିଲା। ତେଣୁ ଏପ୍ରିଲ ମାସରେ ସୃଷ୍ଟି ହୋଇଥିବା ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ପାଣିପାଗ ପରିସ୍ଥିତି ସୁହାଉଥିବାରୁ ଏଗୁଡ଼ିକ ଶକ୍ତିଶାଳୀ ହୋଇଥାନ୍ତି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଭାରତୀୟ ପାଣିପାଗର ବିଭାଗର ସୂଚନା ଅନୁଯାୟୀ ୧୯୯୧-୨୦୨୦ ମଧ୍ୟରେ ବଙ୍ଗୋପାସଗରରେ ଏପ୍ରିଲ୍‍ ମାସରେ ୩୫ ଟି ଅବପାତ/ବାତ୍ୟା ସୃଷ୍ଟି ହୋଇଛି। ଏଗକୁଡ଼ିକ ମଧ୍ୟରୁ ଗତ ୨୦୧୯ ଏପ୍ରିଲ୍‍ ୨୬ ତାରିଖରେ ସୃଷ୍ଟି ହୋଇଥିବା ‘ଫନି’ ହିଁ ଓଡ଼ିଶାରେ ସ୍ଥଳଭାଗ ଛୁଇଁଛି। ବାକିଗୁଡ଼ିକ ମଧ୍ୟରୁ ଅଧିକାଂଶ ମ୍ୟାଁମାର ଆଡ଼କୁ ଗତି କରିଥିବା ବେଳେ ଆଉ କିଛି ବାଂଲାଦେଶ ଓ ଦକ୍ଷିଣ ଭାରତକୁ ଗତି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର