ରାସନ ଓ କାଳିଆ ଟଙ୍କା ହଡପ ନେଇ ପୁଅ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହେଲା ବାପା

The Sakala Picture
Published On

ରାଜକନିକା : ଜନ୍ମକଲା ବାପା ପୁଅ ବିରୁଦ୍ଧରେ ଫେରାଦ ହୋଇଛି ଥାନାରେ । ପୁଅ ପାଇଁ ବାପା ମାଆ ଦିଅଁ ଦେବତା ପୁଜା କରି ଲକ୍ଷେ ଶିବ ପୁଜିବାର ଦେଖିବାକୁ ମିଳୁଥିବା ବେଳେ ଜଣେ ବାପା ପୁଅର ଜାଲିଆତିରେ ନିଜ ଟଙ୍କା ହଡପ କରୁଥିବା ସଂପର୍କରେ ଅଭିଯୋଗ ଆଣିବା ଆମ ସାମାଜିକ ଜୀବନର ବାସ୍ତବତାକୁ ସୁଚାଇଛି । ଘଟଣାର ଦୁର୍ବିସହତାକୁ ପ୍ରମାଣ କରିଥିବା ଏଭଳି ନଜିର ସମାଜ ପାଇଁ ବେଶ ସଂଘାତ ଥିବା ବେଳେ ଜଣେ ବାପାର […]

ରାଜକନିକା : ଜନ୍ମକଲା ବାପା ପୁଅ ବିରୁଦ୍ଧରେ ଫେରାଦ ହୋଇଛି ଥାନାରେ । ପୁଅ ପାଇଁ ବାପା ମାଆ ଦିଅଁ ଦେବତା ପୁଜା କରି ଲକ୍ଷେ ଶିବ ପୁଜିବାର ଦେଖିବାକୁ ମିଳୁଥିବା ବେଳେ ଜଣେ ବାପା ପୁଅର ଜାଲିଆତିରେ ନିଜ ଟଙ୍କା ହଡପ କରୁଥିବା ସଂପର୍କରେ ଅଭିଯୋଗ ଆଣିବା ଆମ ସାମାଜିକ ଜୀବନର ବାସ୍ତବତାକୁ ସୁଚାଇଛି । ଘଟଣାର ଦୁର୍ବିସହତାକୁ ପ୍ରମାଣ କରିଥିବା ଏଭଳି ନଜିର ସମାଜ ପାଇଁ ବେଶ ସଂଘାତ ଥିବା ବେଳେ ଜଣେ ବାପାର ଅସୟତାକୁ ମଧ୍ୟ ପ୍ରମାଣ କରିଛି । ପୁଅ ପାଇଁ ସର୍ବସ୍ୱ ସଂଚୟ ଓ ତ୍ୟାଗ କରୁଥିବା ବାପା ପୁଅର ଉନ୍ନତିରେ ମଥା ଉଚ୍ଚ କରୁଥବା ବେଳେ ମେଘପୁର ଗାଁର ଜଣେ ବାପା ନିଜ ପୁଅ ବିରୁଦ୍ଧରେ ଏତଲା ଦେଇ ଥାନାରୁୁୁୁ ନ୍ୟାୟ ଭିକ୍ଷା କରିବା ଖବର ବାପାପଣିଆକୁ ନେଇ ଗର୍ବ ରଖିଥିବା ବାପାମାନଙ୍କୁ ସ୍ତମ୍ଭୀତ କରି ଦେଇଛି ।
ତେବେ ଏକାନ୍ନ(ଏକାଠି) ପରିବାରରେ ଥାଇ ଗୋଟିଏ ରାସନକାର୍ଡରେ ମିଳୁଥିବା କରୋନା ସହାୟତାର ଏକ ହଜାର ଟଙ୍କା ସହ କାଳିଆ ଯୋଜନାର ଅର୍ଥ ହଡପ ଭଳି କାରସାଦି କରିଥିବା ପୁଅ ବାପାଙ୍କୁ ଏହି ଭାଗ ଅର୍ଥ ନ ଦେବାରୁ ମାମଲାଟି ଥାନାକୁ ଆସିଥିବା ଜଣାପଡିଛି । ଗତକାଲି ଏତଲା ହେବା ପରେ ଏଭଳି ଘଟଣାର ଚର୍ଚ୍ଚା ବଢିବାରୁ ପୁଅ ନିଜର ସାଇଭାଇକୁ ଲଗାଇ ବାପାଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ ଚାପ ସୃଷ୍ଟି କରିଛି । ପାରିବାରିକ ମାମଲା ହୋଇଥିବାରୁ ପୁଲିସ ଏହାକୁ ହାଲୁକା ଭାବେ ନେଇଥିବାରୁ ଅଧିକ ତଥ୍ୟ ମିଳିନାହଁ ।
27 Dec 2021 By The Sakala

https://www.thesakala.in/latest-odisha-news/father-went-to-the-police-station-against-his-son/article-7936
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର