ଅନିଶ୍ଚିତତାରେ ‘ଜାଗା ମିଶନ’ର ଭାଗ୍ୟ, ଭୂମି ଅଧିକାର ପ୍ରମାଣପତ୍ରକୁ ଚାହିଁଛନ୍ତି ସହରାଞ୍ଚଳ ବସ୍ତିବାସିନ୍ଦା
ଭୁବନେଶ୍ୱର: ‘ଜାଗା ମିଶନ’ର ପୁନଃ କାର୍ଯ୍ୟାନ୍ବୟନକୁ ନେଇ ରାଜ୍ୟ ପ୍ରଶାସନ ନୀରବ ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମକୁ ଜାରି ରଖୀବା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରୟାସ ଆରମ୍ଭ ହୋଇ ନଥିବା ହେତୁ ଏହି ଯୋଜନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହାର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଏବେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି ସହରାଞ୍ଚଳ ବସ୍ତିବାସିନ୍ଦା। କେବଳ ରାଜଧାନୀ ଭୁବନେଶ୍ୱରରେ ୬୦ ହଜାର ବସ୍ତିବାସିନ୍ଦା ‘ଜାଗା ମିଶନ’ରେ ଭୂମି ଅଧିକାର ପ୍ରମାଣପତ୍ରକୁ ଚାହିଁ […]
ଭୁବନେଶ୍ୱର: ‘ଜାଗା ମିଶନ’ର ପୁନଃ କାର୍ଯ୍ୟାନ୍ବୟନକୁ ନେଇ ରାଜ୍ୟ ପ୍ରଶାସନ ନୀରବ ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମକୁ ଜାରି ରଖୀବା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରୟାସ ଆରମ୍ଭ ହୋଇ ନଥିବା ହେତୁ ଏହି ଯୋଜନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହାର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଏବେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି ସହରାଞ୍ଚଳ ବସ୍ତିବାସିନ୍ଦା। କେବଳ ରାଜଧାନୀ ଭୁବନେଶ୍ୱରରେ ୬୦ ହଜାର ବସ୍ତିବାସିନ୍ଦା ‘ଜାଗା ମିଶନ’ରେ ଭୂମି ଅଧିକାର ପ୍ରମାଣପତ୍ରକୁ ଚାହିଁ ରହିଥିବା ବେଳେ ରାଜ୍ୟର ଅନ୍ୟ ୪ଟି ମହାନଗରମକୁ ମିଶାଇ ପାଖାପାଖି ଦେଢ଼ ଲକ୍ଷ ଲୋକ ଏବେ ନୂଆ ସରକାରଙ୍କ ହାତକୁ ଚାହିଁ ବସିଛନ୍ତି।
ଅନ୍ୟପଟେ ବିରୋଧୀ ଦଳରେ ଥିବା ସମୟରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଏକାଧିକ ବିଜେପି ନେତା ରାଜ୍ୟ ସରକାରଙ୍କ ଏହି ‘ଜାଗା ମିଶନ’କୁ ସମାଲୋଚନା କରୁଥିଲେ। ଏହାସହିତ ରାଜ୍ୟ ସରକାର ଯେଉଁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟୁଥିଲେ, ତାହା କେବଳ ଖଣ୍ଡିଏ କାଗଜ କହିବା ସହ ଏହା ବଦଳରେ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ। ଏବେ ସରକାର ପରିବର୍ତ୍ତନ ହେବା ସହ ରାଜ୍ୟରେ ବିଜେଡି ଶାସନ କ୍ଷମତାରୁ ହଟିଛି। ଏହାରି ଭିତରେ ‘ଜାଗା ମିଶନ’ରେ ଜମି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ସରକାର ପୂର୍ବ ଭଳି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିବେ କି ସମସ୍ତ ହିତାଧିକାରୀଙ୍କୁ ସାନି ସ୍ଥାୟୀ ପଟ୍ଟା ପ୍ରଦାନ କରିବେ ତାକୁ ନେଇ ସଂଶୟ ସୃଷ୍ଟି ହୋଇଇଛି। ସର୍ବୋପରି ଏହି ଯୋଜନା ବର୍ତ୍ତମାନ ସ୍ଥାଣୁ ଅବସ୍ଥାରେ ରହିଥିବାରୁ ଆଗାମୀ ଦିନରେ ‘ଜାଗା ମିଶନ’କୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଫେବୃଆରୀ ୨୯ରେ ତତ୍କାଳୀନ ବିଜେଡି ସରକାର ଶେଷଥର ପାଇଁ ‘ଜାଗା ମିଶନ’ରେ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ସେହିଦିନ ୪ଟି ସହର ଯଥା କଟକ, ସମ୍ୱଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବାକି ଯୋଗ୍ୟ ହିତାଧିକାରୀଙ୍କୁ ଆଉ ଏକ ପର୍ଯ୍ୟାୟରେ ବା ପୌରସଂସ୍ଥା ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନୂଆ ସରକାର ଗଠନକୁ ଦେଢ଼ ମାସ ବିତି ସାରିଥିବା ସତ୍ତ୍ବେ ‘ଜାଗା ମିଶନ’ ସମ୍ପର୍କରେ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ; ଯାହାଦ୍ୱାରା ଭୂମି ଅଧିକାର ପ୍ରମାଣପତ୍ର ପାଇବାରୁ ବଞ୍ଚିତଥିବା ଯୋଗ୍ୟ ହିତାଧିକାରୀମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଅନ୍ୟପଟେ ଚଳିତ ବଜେଟ୍ରେ କେନ୍ଦ୍ର ସରକାର ଅଧିକ ସଂଖ୍ୟାରେ ‘ପ୍ରଧାନମନ୍ତ୍ରୀ ଆବାସ’ ମଞ୍ଜୁର କରିବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ଓଡ଼ିଶାକୁ ମଧ୍ୟ ବହୁ ପରିମାଣରେ ଘର ଆସିବ ବୋଲି କୁହାଯାଉଛି। ହେଲେ ସହରାଞ୍ଚଳର ଯେଉଁ ବସ୍ତିବାସିନ୍ଦା ‘ଜାଗା ମିଶନ’ରେ ଭୂମି ଅଧିକାର ପ୍ରମାଣପତ୍ର ପାଇନାହାନ୍ତି ସେମାନେ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଆବେଦନ କରି ନପାରିବା ସହ ଘର ପାଇବାରୁ ମଧ୍ୟ ବଞ୍ଚିତ ରହିବେ।
ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ୨୦୧୮ରୁ ‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରିଆସୁଛି। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ରାଜ୍ୟରେ ପାଖାପାଖି ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ପ୍ରଦାନ କରାଯାଇ ସାରିଛି। ସରକାରଙ୍କ ପକ୍ଷରୁ ଭୂମି ଅଧିକାର ପ୍ରମାଣପତ୍ର ପାଇଥିବା ଲୋକମାନେ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଘର କରିବାରେ ମଧ୍ୟ ସଫଳ ହୋଇଛନ୍ତି। ତେବେ ଏହି ଯୋଜନାକୁ ଅତୀତରେ ଭୁବନେଶ୍ୱର ସାଂସଦ ସମାଲୋଚନା କରିବା ସହ ସରକାର କେବଳ କାଗଜ ଖଣ୍ଡେ ଦେଉଛନ୍ତି ବୋଲି କହିଛନ୍ତି। ଏମିତି କି ବିଜେପି ସରକାରକୁ ଆସିଲେ ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମି ଦେବ ବୋଲି ସାଲିଆସାହିର ଏକ ସଭାରେ ସେ କହିଥିଲେ। ହେଲେ ସାଲିଆସାହିର ପ୍ରାୟ ୪୦ ହାଜର ପରିବାର ଏହି ଅଧିକାରରୁ ବଞ୍ଚିତ ରହିଥିବା ବେଳେ କେବେ ତାଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି।