ନକଲି ପ୍ରେସ୍‍ ଗାଡ଼ି ମାଳମାଳ; କାର୍ଯ୍ୟାନୁଷ୍ଠାନ ହେବ କେବେ ?

The Sakala Picture
Published On

ସାଲେପୁର : ସାଲେପୁର ଓ ଆଖପାଖ ଅଞ୍ଚଳରେ ଏକାଧିକ ଅପରାଧ ମାମଲାରେ ଜଡ଼ିତ ଥିବା ନକଲି ସାମ୍ବାଦିକମାନେ ନିଜ ଗାଡ଼ିରେ ପ୍ରେସ୍‍ ଲେଖି ନିର୍ଭୟରେ ଏଣେତେଣେ ବୁଲିବା ସହ ଚାନ୍ଦା ମାଗୁଥିବା ଦେଖାଯାଇଛି। ଓଡ଼ିଶାରେ ଏବେ ବେନାମି ୱେବ୍‍ ପୋର୍ଟାଲ କରି ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ଜଡ଼ିତ ଥାଇ ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ସାମ୍‍ନାକୁ ଆସୁଛି। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଛତୁ ଫୁଟିଲାଭଳି ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ବିଭିନ୍ନ ୱେବ୍‍ […]

ସାଲେପୁର : ସାଲେପୁର ଓ ଆଖପାଖ ଅଞ୍ଚଳରେ ଏକାଧିକ ଅପରାଧ ମାମଲାରେ ଜଡ଼ିତ ଥିବା ନକଲି ସାମ୍ବାଦିକମାନେ ନିଜ ଗାଡ଼ିରେ ପ୍ରେସ୍‍ ଲେଖି ନିର୍ଭୟରେ ଏଣେତେଣେ ବୁଲିବା ସହ ଚାନ୍ଦା ମାଗୁଥିବା ଦେଖାଯାଇଛି। ଓଡ଼ିଶାରେ ଏବେ ବେନାମି ୱେବ୍‍ ପୋର୍ଟାଲ କରି ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ଜଡ଼ିତ ଥାଇ ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ସାମ୍‍ନାକୁ ଆସୁଛି। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଛତୁ ଫୁଟିଲାଭଳି ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ବିଭିନ୍ନ ୱେବ୍‍ ପୋର୍ଟାଲ କରି ଏକାଧିକ ସରକାରୀ କାର୍ଯ୍ୟାଳୟରେ ସଂଘବଦ୍ଧ ଭାବେ ପହଞ୍ଚି ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରେ ଚାନ୍ଦା ଆଦାୟ କରୁଛନ୍ତି। ଗ୍ରାମାଞ୍ଚଳରେ ପହଞ୍ଚି ମହିଳା ଏସ୍‍.ଏଚ୍‍.ଜିଙ୍କୁ ମଧ୍ୟ ଚାନ୍ଦା ମାଗୁଥିବା ମଧ୍ୟ ନଜିର ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଏହାନେଇ ଥାନାରେ ମାମଲା ହୋଇ ପରେ ଆପୋଷ ସମାଧାନ ହେଉଛି। ଏହି ୱେବ୍‍ ପୋର୍ଟାଲ ମଧ୍ୟରୁ କେତେକ ନକଲି ସାମ୍ବାଦିକ ନିଜ ଗାଡ଼ିରେ ପ୍ରେସ୍‍ ଲେଖି ରାତି ଅଧରେ କଟକ-ସାଲେପୁର ଓ କୁଆଁପାଳ-ସାଲେପୁର ରାସ୍ତାର ବିଭିନ୍ନ ଛକରେ ଏକତ୍ରିତ ହୋଇ ଯାନବାହନରୁ ଚାନ୍ଦା ଆଦାୟ କରୁଥିବା ନଜିର ରହିଛି। ଏହି ନକଲି ସାମ୍ବାଦିକମାନଙ୍କ ପାଇଁ ସାଲେପୁର ଓ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ ସାମ୍ବାଦିକମାନେ ମଧ୍ୟ ବଦନାମ ହେଉଛନ୍ତି। ସାଲେପୁର ଅଞ୍ଚଳରେ ପ୍ରେସ୍‍ ଲେଖାଥିବା ଗାଡ଼ିକୁ ଯାଞ୍ଚ କରି ନକଲି ସାମ୍ବାଦିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଲେପୁର ସାମ୍ବାଦିକଙ୍କ ପକ୍ଷରୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

02 Sep 2021 By The Sakala

ନକଲି ପ୍ରେସ୍‍ ଗାଡ଼ି ମାଳମାଳ; କାର୍ଯ୍ୟାନୁଷ୍ଠାନ ହେବ କେବେ ?

ସାଲେପୁର : ସାଲେପୁର ଓ ଆଖପାଖ ଅଞ୍ଚଳରେ ଏକାଧିକ ଅପରାଧ ମାମଲାରେ ଜଡ଼ିତ ଥିବା ନକଲି ସାମ୍ବାଦିକମାନେ ନିଜ ଗାଡ଼ିରେ ପ୍ରେସ୍‍ ଲେଖି ନିର୍ଭୟରେ ଏଣେତେଣେ ବୁଲିବା ସହ ଚାନ୍ଦା ମାଗୁଥିବା ଦେଖାଯାଇଛି। ଓଡ଼ିଶାରେ ଏବେ ବେନାମି ୱେବ୍‍ ପୋର୍ଟାଲ କରି ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ଜଡ଼ିତ ଥାଇ ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ସାମ୍‍ନାକୁ ଆସୁଛି। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଛତୁ ଫୁଟିଲାଭଳି ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ବିଭିନ୍ନ ୱେବ୍‍ ପୋର୍ଟାଲ କରି ଏକାଧିକ ସରକାରୀ କାର୍ଯ୍ୟାଳୟରେ ସଂଘବଦ୍ଧ ଭାବେ ପହଞ୍ଚି ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରେ ଚାନ୍ଦା ଆଦାୟ କରୁଛନ୍ତି। ଗ୍ରାମାଞ୍ଚଳରେ ପହଞ୍ଚି ମହିଳା ଏସ୍‍.ଏଚ୍‍.ଜିଙ୍କୁ ମଧ୍ୟ ଚାନ୍ଦା ମାଗୁଥିବା ମଧ୍ୟ ନଜିର ରହିଛି।

ଏହାନେଇ ଥାନାରେ ମାମଲା ହୋଇ ପରେ ଆପୋଷ ସମାଧାନ ହେଉଛି। ଏହି ୱେବ୍‍ ପୋର୍ଟାଲ ମଧ୍ୟରୁ କେତେକ ନକଲି ସାମ୍ବାଦିକ ନିଜ ଗାଡ଼ିରେ ପ୍ରେସ୍‍ ଲେଖି ରାତି ଅଧରେ କଟକ-ସାଲେପୁର ଓ କୁଆଁପାଳ-ସାଲେପୁର ରାସ୍ତାର ବିଭିନ୍ନ ଛକରେ ଏକତ୍ରିତ ହୋଇ ଯାନବାହନରୁ ଚାନ୍ଦା ଆଦାୟ କରୁଥିବା ନଜିର ରହିଛି। ଏହି ନକଲି ସାମ୍ବାଦିକମାନଙ୍କ ପାଇଁ ସାଲେପୁର ଓ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ ସାମ୍ବାଦିକମାନେ ମଧ୍ୟ ବଦନାମ ହେଉଛନ୍ତି। ସାଲେପୁର ଅଞ୍ଚଳରେ ପ୍ରେସ୍‍ ଲେଖାଥିବା ଗାଡ଼ିକୁ ଯାଞ୍ଚ କରି ନକଲି ସାମ୍ବାଦିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଲେପୁର ସାମ୍ବାଦିକଙ୍କ ପକ୍ଷରୁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର