ବାତ୍ୟା ୟସ ପ୍ରଭାବରେ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି

The Sakala Picture
Published On

ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହବାଳିଖଟି ଠାରେ ନିର୍ମାଣ କରାଯାଇଥିବା କଟେଜ ଗୁଡିକ ବାତ୍ୟା ପ୍ରଭାବରେ କ୍ଷତି ଘଟିଛି । ଚଳିତ ବାତ୍ୟାରେ ସମୁଦ୍ର ଜୁଆର ହବାଳିଖଟିରେ ତାଣ୍ଡବ ରଚିଛି । ଡଲଫିନ ହାଉସ ଉପରେ ସମୁଦ୍ର […]

ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହବାଳିଖଟି ଠାରେ ନିର୍ମାଣ କରାଯାଇଥିବା କଟେଜ ଗୁଡିକ ବାତ୍ୟା ପ୍ରଭାବରେ କ୍ଷତି ଘଟିଛି । ଚଳିତ ବାତ୍ୟାରେ ସମୁଦ୍ର ଜୁଆର ହବାଳିଖଟିରେ ତାଣ୍ଡବ ରଚିଛି । ଡଲଫିନ ହାଉସ ଉପରେ ସମୁଦ୍ର ଜୁଆର ମାଡ ନେବା ସହ ଡଲଫିନ ହାଉସ ତଳୁ ୨ ଫୁଟ ଗଭୀରର ମାଟି ଓ ବାଲିକୁ ଧୋଇ ନେଇଛି । ଠିକ୍ ଯେପରି ଦୁଇ ବର୍ଷ ତଳେ ହବାଳିଖଟିର ଅନ୍ୟ ଏକ ବିଲ୍ଡିଂ ତଳୁ ଧୋଇ ନେଇଥିଲା । ସମୁଦ୍ର ଜୁଆର ଓ ପବନ ମାଡରେ ଡଲଫିନ ହାଉସର କବାଟ ଭାଙ୍ଗି ଘର ଭିତରେ ୨ଫୁଟର ଜୁଆର ପାଣି ଜମି ରହିଛି । ପବନରେ ଫ୍ଲୋଟିଂ ଜେଠିକୁ ୧୦ଫୁଟ ଉଚ୍ଚକୁ ଉଡାଇ ନେଇ ଟେକି ରଖିଛି । ବାବୁବାଲି ଠାରେ ବନବିଭାଗର କ୍ୟାମ୍ପ ହାଉସକୁ ଉଡାଇ ନେଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଠାରେ ସମୁଦ୍ର କୂଳରେ ୨୦୧୮ ମସିହାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୪ଟି କଟେଜ ନିର୍ମାଣ କରାଯାଇଥିଲା । ଏକକୂଳା ଠାରେ ଥିବା ଅତିଥି ଭବନର ଛପର ଉଡାଇ ନେଇଛି । ଡାଙ୍ଗମାଳଠାରେ ଥିବା ମ୍ୟୁଜିୟମ ଉପରେ ଗଛ ପଡି ଭାଙ୍ଗି ଯାଇଛି । ନଳିତାପାଟିଆ ବିଟ ହାଉସ ଓ ଡାଙ୍ଗମାଳ ଭିତରେ ଥିବା ୨ଟି ରିସର୍ଚ୍ଚ ସେଂଟର ଗଛ ପଡିଛି । ଜଙ୍ଗଲ ଭିତରେ ଥିବା ବନବିଭାଗର ଅଧିକାଂଶ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ର କୂଳରେ ଶତାଧିକ ଝାଉଁ ଗଛକୁ ଜୁଆର ଉପାଡି ଦେଇଛି । ଚାରିଆଡେ ପାଣି ମାଡିଥିବାରୁ ଜଙ୍ଗଲ ଭିତରର କ୍ଷୟକ୍ଷତି ରିପୋର୍ଟ ଜଣାପଡିନାହିଁ । ଡାଙ୍ଗମାଳଠାରେ ପାଚେରି ପଡି ଗୋଟିଏ ହରିଣ ଓ ଗଛ ପଡି ଅନ୍ୟ ଏକ ହରିଣ ମୃତ୍ୟୁବରଣ କରିଛି । ତାଳଚୁଆ ଅଂଚଳରେ ଗୋଟିଏ ହରିଣ ମୃତ୍ୟୁବରଣ କରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖୋଳା ଗାଁ ଭିତରକୁ ପଶି ଆସିଥିବା ୪ଟି ହରିଣକୁ ଉଦ୍ଧାର କରାଯାଇ ଜାତୀୟ ଉଦ୍ୟାନ ମଧ୍ୟରେ ଛଡାଯାଇଥିବା ନେଇ ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

28 May 2021 By The Sakala

ବାତ୍ୟା ୟସ ପ୍ରଭାବରେ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି

ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହବାଳିଖଟି ଠାରେ ନିର୍ମାଣ କରାଯାଇଥିବା କଟେଜ ଗୁଡିକ ବାତ୍ୟା ପ୍ରଭାବରେ କ୍ଷତି ଘଟିଛି । ଚଳିତ ବାତ୍ୟାରେ ସମୁଦ୍ର ଜୁଆର ହବାଳିଖଟିରେ ତାଣ୍ଡବ ରଚିଛି । ଡଲଫିନ ହାଉସ ଉପରେ ସମୁଦ୍ର ଜୁଆର ମାଡ ନେବା ସହ ଡଲଫିନ ହାଉସ ତଳୁ ୨ ଫୁଟ ଗଭୀରର ମାଟି ଓ ବାଲିକୁ ଧୋଇ ନେଇଛି । ଠିକ୍ ଯେପରି ଦୁଇ ବର୍ଷ ତଳେ ହବାଳିଖଟିର ଅନ୍ୟ ଏକ ବିଲ୍ଡିଂ ତଳୁ ଧୋଇ ନେଇଥିଲା । ସମୁଦ୍ର ଜୁଆର ଓ ପବନ ମାଡରେ ଡଲଫିନ ହାଉସର କବାଟ ଭାଙ୍ଗି ଘର ଭିତରେ ୨ଫୁଟର ଜୁଆର ପାଣି ଜମି ରହିଛି । ପବନରେ ଫ୍ଲୋଟିଂ ଜେଠିକୁ ୧୦ଫୁଟ ଉଚ୍ଚକୁ ଉଡାଇ ନେଇ ଟେକି ରଖିଛି । ବାବୁବାଲି ଠାରେ ବନବିଭାଗର କ୍ୟାମ୍ପ ହାଉସକୁ ଉଡାଇ ନେଇଛି ।

ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଠାରେ ସମୁଦ୍ର କୂଳରେ ୨୦୧୮ ମସିହାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୪ଟି କଟେଜ ନିର୍ମାଣ କରାଯାଇଥିଲା । ଏକକୂଳା ଠାରେ ଥିବା ଅତିଥି ଭବନର ଛପର ଉଡାଇ ନେଇଛି । ଡାଙ୍ଗମାଳଠାରେ ଥିବା ମ୍ୟୁଜିୟମ ଉପରେ ଗଛ ପଡି ଭାଙ୍ଗି ଯାଇଛି । ନଳିତାପାଟିଆ ବିଟ ହାଉସ ଓ ଡାଙ୍ଗମାଳ ଭିତରେ ଥିବା ୨ଟି ରିସର୍ଚ୍ଚ ସେଂଟର ଗଛ ପଡିଛି । ଜଙ୍ଗଲ ଭିତରେ ଥିବା ବନବିଭାଗର ଅଧିକାଂଶ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ର କୂଳରେ ଶତାଧିକ ଝାଉଁ ଗଛକୁ ଜୁଆର ଉପାଡି ଦେଇଛି । ଚାରିଆଡେ ପାଣି ମାଡିଥିବାରୁ ଜଙ୍ଗଲ ଭିତରର କ୍ଷୟକ୍ଷତି ରିପୋର୍ଟ ଜଣାପଡିନାହିଁ । ଡାଙ୍ଗମାଳଠାରେ ପାଚେରି ପଡି ଗୋଟିଏ ହରିଣ ଓ ଗଛ ପଡି ଅନ୍ୟ ଏକ ହରିଣ ମୃତ୍ୟୁବରଣ କରିଛି । ତାଳଚୁଆ ଅଂଚଳରେ ଗୋଟିଏ ହରିଣ ମୃତ୍ୟୁବରଣ କରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖୋଳା ଗାଁ ଭିତରକୁ ପଶି ଆସିଥିବା ୪ଟି ହରିଣକୁ ଉଦ୍ଧାର କରାଯାଇ ଜାତୀୟ ଉଦ୍ୟାନ ମଧ୍ୟରେ ଛଡାଯାଇଥିବା ନେଇ ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/extensive-damage-to-the-bhitarkanika-due-to-the-effects-of-cyclone-yaas/article-2460
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର