ବଢିବ ନନ୍ଦନକାନନ ଚିଡ଼ିଆଖାନାର ପରିସର: ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ୱର: ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୁଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳ ବି ସାମିଲ ହେବ। ନୂଆ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି। ନୂଆ ଯୋଜନା କାର୍ଯ୍ଯକାରୀ ହେଲେ ବର୍ଷକୁ ୩୫ଲକ୍ଷ […]

ଭୁବନେଶ୍ୱର: ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୁଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳ ବି ସାମିଲ ହେବ। ନୂଆ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି। ନୂଆ ଯୋଜନା କାର୍ଯ୍ଯକାରୀ ହେଲେ ବର୍ଷକୁ ୩୫ଲକ୍ଷ ପର୍ଯ୍ଯଟକ ଆସିବାର ଅନୁମାନ କରାଯାଉଛି । ଯାହାକୁ ସ୍ବାଗତ କରିଛନ୍ତି ପରିବେଶବିତ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏବେ ଦେଶର ସର୍ବ ବୃହତ ସୁବଜିମା ଚିଡ଼ିଆଖାନାକୁ ଆସିବେ ଅଧିକ ଜୀବଜନ୍ତୁ। ରାଜଧାନୀର ଉପକଣ୍ଠରେ ଥିବା ଚିଡ଼ିଆଖାନାର ପରିସର ବି ଦୁଇଗୁଣାରୁ ଅଧିକ ହେବା ନେଇ ଲକ୍ଷ୍ୟ । ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟରୁ ସୃଷ୍ଟି ହୋଇଥିବା ନନ୍ଦନକାନନରେ ଏବେ ପୁଣି ଥରେ ସାମିଲ ହେବ ଚନ୍ଦକା। ଏହାସହ ସଂରକ୍ଷିତ ଅଞ୍ଚଳ ଭାବେ ଜଣାଶୁଣା ଚୁଡ଼ଙ୍ଗ ଓ କୃଷ୍ଣନଗର ବି ଏଥିରେ ସାମିଲ ହେବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦୦କୋଟି ଟଙ୍କା । ବନ ବିଭାଗ ଏବଂ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବନ୍ୟଜନ୍ତୁମାନଙ୍କୁ ନନ୍ଦନକାନନ ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ଖୋଲା ବିଚରଣ କରିବା ପାଇଁ ସୁଯୋଗ ମିଳିବ । ଏବେ ନନ୍ଦନକାନନ ଚିଡ଼ିଆଖାନାରେ କାଞ୍ଜିଆ ହ୍ରଦ ଓ ବୋଟାନିକାଲ ଗାର୍ଡ଼େନ ରହିଛି । ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚନ୍ଦକା ଅଞ୍ଚଳରେ ଜଙ୍ଗଲ ସଫାରୀ କରାଯିବ । ୨୦୦ ହରିଣ ଚନ୍ଦକା ଏବଂ ଚୁଡ଼ଙ୍ଗ ଅଞ୍ଚଳରେ ଛଡ଼ାଯିବ । ଚିଡ଼ିଆଖାନା ପରିସର ବାହାରେ ମଲ୍ଟି ଲେଭେଲ ପାର୍କିଂ ସହ ନୂଆ ଅତ୍ୟାଧୁନିକ ବସଷ୍ଟାଣ୍ଡ ଏବଂ ଫୁଡ଼କୋର୍ଟ ନିର୍ମାଣ ହେବ। ବର୍ଷକୁ ୩୫ଲକ୍ଷ ପର୍ୟ୍ୟଟକ ଆସିବା ନେଇ ଯୋଜନା କରୁଛି ବନ ବିଭାଗ । ଏହାକୁ ପରିବେଶବିତ ସ୍ବାଗତ କରିଥିବା ବେଳେ ସବୁଜିମା ବଜାୟ ରଖିବା ଉପରେ ଧ୍ୟାନ ଦେବା ଗୁରୁତ୍ବ ଦେବାକୁ ମତ ଦେଇଛନ୍ତି । ବନ ବିଭାଗ ଓ ପର୍ଯ୍ଯଟନ ବିଭାଗର ମଳିତ ଆନୁକୁଲ୍ୟରେ ଏବେ ଇକୋ-ଟୁରିଜିମର ଆଦୃତି ବଢୁଥିବା ବେଳେ ନନ୍ଦନକାନନର କଳେବର ବୃଦ୍ଧି ପର୍ଯ୍ଯଟନ ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

24 Apr 2022 By The Sakala

ବଢିବ ନନ୍ଦନକାନନ ଚିଡ଼ିଆଖାନାର ପରିସର: ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

ଭୁବନେଶ୍ୱର: ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୁଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳ ବି ସାମିଲ ହେବ। ନୂଆ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି। ନୂଆ ଯୋଜନା କାର୍ଯ୍ଯକାରୀ ହେଲେ ବର୍ଷକୁ ୩୫ଲକ୍ଷ ପର୍ଯ୍ଯଟକ ଆସିବାର ଅନୁମାନ କରାଯାଉଛି । ଯାହାକୁ ସ୍ବାଗତ କରିଛନ୍ତି ପରିବେଶବିତ।

ଏବେ ଦେଶର ସର୍ବ ବୃହତ ସୁବଜିମା ଚିଡ଼ିଆଖାନାକୁ ଆସିବେ ଅଧିକ ଜୀବଜନ୍ତୁ। ରାଜଧାନୀର ଉପକଣ୍ଠରେ ଥିବା ଚିଡ଼ିଆଖାନାର ପରିସର ବି ଦୁଇଗୁଣାରୁ ଅଧିକ ହେବା ନେଇ ଲକ୍ଷ୍ୟ । ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟରୁ ସୃଷ୍ଟି ହୋଇଥିବା ନନ୍ଦନକାନନରେ ଏବେ ପୁଣି ଥରେ ସାମିଲ ହେବ ଚନ୍ଦକା। ଏହାସହ ସଂରକ୍ଷିତ ଅଞ୍ଚଳ ଭାବେ ଜଣାଶୁଣା ଚୁଡ଼ଙ୍ଗ ଓ କୃଷ୍ଣନଗର ବି ଏଥିରେ ସାମିଲ ହେବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦୦କୋଟି ଟଙ୍କା । ବନ ବିଭାଗ ଏବଂ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି ।

ବନ୍ୟଜନ୍ତୁମାନଙ୍କୁ ନନ୍ଦନକାନନ ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ଖୋଲା ବିଚରଣ କରିବା ପାଇଁ ସୁଯୋଗ ମିଳିବ । ଏବେ ନନ୍ଦନକାନନ ଚିଡ଼ିଆଖାନାରେ କାଞ୍ଜିଆ ହ୍ରଦ ଓ ବୋଟାନିକାଲ ଗାର୍ଡ଼େନ ରହିଛି । ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚନ୍ଦକା ଅଞ୍ଚଳରେ ଜଙ୍ଗଲ ସଫାରୀ କରାଯିବ । ୨୦୦ ହରିଣ ଚନ୍ଦକା ଏବଂ ଚୁଡ଼ଙ୍ଗ ଅଞ୍ଚଳରେ ଛଡ଼ାଯିବ । ଚିଡ଼ିଆଖାନା ପରିସର ବାହାରେ ମଲ୍ଟି ଲେଭେଲ ପାର୍କିଂ ସହ ନୂଆ ଅତ୍ୟାଧୁନିକ ବସଷ୍ଟାଣ୍ଡ ଏବଂ ଫୁଡ଼କୋର୍ଟ ନିର୍ମାଣ ହେବ। ବର୍ଷକୁ ୩୫ଲକ୍ଷ ପର୍ୟ୍ୟଟକ ଆସିବା ନେଇ ଯୋଜନା କରୁଛି ବନ ବିଭାଗ । ଏହାକୁ ପରିବେଶବିତ ସ୍ବାଗତ କରିଥିବା ବେଳେ ସବୁଜିମା ବଜାୟ ରଖିବା ଉପରେ ଧ୍ୟାନ ଦେବା ଗୁରୁତ୍ବ ଦେବାକୁ ମତ ଦେଇଛନ୍ତି । ବନ ବିଭାଗ ଓ ପର୍ଯ୍ଯଟନ ବିଭାଗର ମଳିତ ଆନୁକୁଲ୍ୟରେ ଏବେ ଇକୋ-ଟୁରିଜିମର ଆଦୃତି ବଢୁଥିବା ବେଳେ ନନ୍ଦନକାନନର କଳେବର ବୃଦ୍ଧି ପର୍ଯ୍ଯଟନ ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର