ସନ୍ଦିପ ମହେଶ୍ୱରୀଙ୍କ ଭିଡ଼ିଓ ସାଜିଲା ପ୍ରେରଣା: ଇଞ୍ଜିନିୟର ଚାଏୱାଲା…. ବିଭିନ୍ନ ରକମର ଚାହା ପାଇଁ ଚର୍ଚ୍ଚାରେ ନରେଶ ଓ ଜୟଦେବ

The Sakala Picture
Published On

ବ୍ରହ୍ମପୁର: କେବଳ ଚାକିରି ଯେ ଜଣେ ମଣିଷକୁ ପରିଚିତ କରାଇବ ଓ ରୋଜଗାରର ମାଧ୍ୟମ ଯୋଗାଇବ ତାହା ନୁହେଁ ବରଂ ଚିରାଚରିତ ଅନେକ ବୃତ୍ତି ମଧ୍ୟ ଅଧିକ ରୋଜଗାରକ୍ଷମ କରାଇପାରିବ ଓ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିପାରିବ। ଏକଥା ପ୍ରମାଣ କରିଛନ୍ତି ପାର୍କ ସାହିରେ ଚାହା ଦୋକାନ କରିଥିବା ଦୁଇ ଯୁବକ। ଏହି ଦୁଇ ପାଠୁଆ ବନ୍ଧୁ ଇଞ୍ଜିନିୟରିଂ ଚାକିରିକୁ ପ୍ରତ୍ୟାଖାନ କରିଛନ୍ତି । ଚାହା ଦୋକନ କରି ସ୍ୱାବଲମ୍ବୀ ହେବାକୁ ଲକ୍ଷ୍ୟ ରଖି […]

ବ୍ରହ୍ମପୁର: କେବଳ ଚାକିରି ଯେ ଜଣେ ମଣିଷକୁ ପରିଚିତ କରାଇବ ଓ ରୋଜଗାରର ମାଧ୍ୟମ ଯୋଗାଇବ ତାହା ନୁହେଁ ବରଂ ଚିରାଚରିତ ଅନେକ ବୃତ୍ତି ମଧ୍ୟ ଅଧିକ ରୋଜଗାରକ୍ଷମ କରାଇପାରିବ ଓ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିପାରିବ। ଏକଥା ପ୍ରମାଣ କରିଛନ୍ତି ପାର୍କ ସାହିରେ ଚାହା ଦୋକାନ କରିଥିବା ଦୁଇ ଯୁବକ। ଏହି ଦୁଇ ପାଠୁଆ ବନ୍ଧୁ ଇଞ୍ଜିନିୟରିଂ ଚାକିରିକୁ ପ୍ରତ୍ୟାଖାନ କରିଛନ୍ତି । ଚାହା ଦୋକନ କରି ସ୍ୱାବଲମ୍ବୀ ହେବାକୁ ଲକ୍ଷ୍ୟ ରଖି ଏକଥା ପ୍ରମାଣିତ କରିଛନ୍ତି। ସେମାନେ ହେଲେ ଦକ୍ଷିଣପୁର ଗ୍ରାମର ଚନ୍ଦନ ସାହୁ ଓ ଗଙ୍ଗାପୁର ଗ୍ରାମର ଜୟଦେବ ପଣ୍ଡା । ଉଭୟଙ୍କ ବସୟ ୨୫ ବର୍ଷ । ବର୍ତ୍ତମାନ ବ୍ରହ୍ମପୁର ସହରର ପାର୍କ ସାହିରେ ଏମାନଙ୍କ ଦ୍ୱାରା ଖୋଲାଯାଇଥିବା ଏକ ଚାହା ଦୋକାନ ସାରା ସହରରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ନାଁ ରଖିଛନ୍ତି “”ଇଞ୍ଜିନିୟର କଫି କେଫ୍” ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

tea

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଏଠାରେ ଗୁଡ଼ ଚାହା, ଅଦା ଚାହା, ଅଳେଇଚ ଚାହା, ବ୍ଲାକ୍ ଟି, ଗ୍ରିନ୍ ଟି, କୁଲ୍ ଟି ଆଦି ବିଭିନ୍ନ ପ୍ରକାରର ଚାହା ପ୍ରସ୍ତୁତ କରି ଗ୍ରାହକଙ୍କୁ ପରିଷିଥାନ୍ତି ଏମାନେ । ଗ୍ରାହକଙ୍କ ଆବଶକ୍ୟତା ଅନୁସାରେ ସମସ୍ତ ପ୍ରକାରର ଚାହା ପ୍ରସ୍ତୁତ କରାଯାଇ ଦିଆଯାଉଥିବା ନରେଶ୍ କୁହନ୍ତି । ଉଭୟେ ହିଞ୍ଜିଳିସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନରେ ଆଇଟିଆଇ ପଢ଼଼ିଥିଲେ । ପରେ ନରେଶ୍ “ଓଏସ୍ଓ’ କଲେଜରେ ଡ଼ିପ୍ଲୋମା ଇଞ୍ଜିନିୟରିଂ ପଢ଼଼ିଥିବାବେଳେ ଜୟଦେବ ମଧ୍ୟ ଏସ୍ଏମ୍ଆଇଟିରେ ପାଠ ପଢ଼଼ିଥିଲେ। ପଢ଼଼ା ସରିବା ପରେ ଉଭୟେ ମୁମ୍ବାଇ ସ୍ଥିତ ଏକ କମ୍ପାନୀରେ ଟେକ୍ନିକାଲ୍ ସୁପରଭାଇଜ୍ର ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ । ଦୀର୍ଘ ୫ବର୍ଷ ସେଠାରେ କାମ କରିବା ପରେ ନିଜ ଅଞ୍ଚଳରେ କିଛି କରିବାକୁ ମନ ବଳାଇଥିଲେ । ମୁମ୍ବାଇଠାରେ ବିଭିନ୍ନ ଚାହା ତିଆରିର କୌଶଳ ଓ ତରିକା ଶିଖିଥିଲେ ଓ ବ୍ରହ୍ମପୁର ସହରରେ ଏକ ଆଧୁନିକ ଚାହା ଦୋକାନ କରିବାକୁ ମନ ବଳାଇଥିଲେ ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ଏକ୍ଷେତ୍ରରେ ୟ୍ୟୁଟୁବର ସନ୍ଦିପ ମହେଶ୍ୱରୀଙ୍କ ପ୍ରେରଣାଦାୟକ ଭିଡ଼ିଓ ଏମାନଙ୍କୁ ଅଧିକା ଉତ୍ସାହିତ କରିଥିଲା । ଏବେ ଚାହା ଦୋକାନ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ଏମାନେ। ପାର୍କସାହି ଅଞ୍ଚଳରେ ଇଞ୍ଜିନିରୟିଂ ଚାଏୱାଲା ଏବେ ଚର୍ଚ୍ଚାରେ ରହିଥିବାବେଳେ ଦୁଇ ବନ୍ଧୁ ମଧ୍ୟ ଉତ୍ସାହର ସହ କାମ କରୁଛନ୍ତି । ନିଜ ଅଞ୍ଚଳରେ ରୋଜଗାର କରିବାକୁ ଅନେକ ବାଟ ରହିଛି । ନିଜ ବୁଦ୍ଧି ଖଟାଇ ଏଗୁଡ଼ିକ ଆପଣାଇଲେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ନରେଶ୍ କୁହନ୍ତି । “କର୍ମ ମୋର ପୋଷେ କୁଟୁମ୍ବ’ ନୀତିରେ ଚାଲି ସମସ୍ତେ ସ୍ୱାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିବା ଉଚିତ୍ ବୋଲି ସେ କୁହନ୍ତି । ଚାକିରି ପଛରେ ପଡ଼ି ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଅନେକ ଯୁବକଙ୍କ ପାଇଁ ନରେଶ୍ ଆଉ ଜୟଦେବଙ୍କ ଉଦ୍ୟମ ଏକ ଉଦାହରଣ ନିଶ୍ଚିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର