ବିଲ ମଝିରୁ ହାତୀ ଛୁଆର ମୃତଦେହ ଉଦ୍ଧାର, ହାତୀପଲ ମଧ୍ୟରେ ଗଣ୍ଡଗୋଳରୁ ମୃତ୍ୟୁ ସନ୍ଦେହ

The Sakala Picture
Published On

ବ୍ରହ୍ମପୁର: ଚିକିଟି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ବନଖଣ୍ଡ ରେଞ୍ଜ ଅଧିନରେ ଥିବା ପର୍ଣ୍ଣାଡ ଗ୍ରାମ ନିକଟ ମାଳୁଆଣି ପାହାଡ ତଳର ଏକ ଜମିରେ ୪ବର୍ଷିୟ ଅଣ୍ଡିରା ହାତୀ ଛୁଆର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ହାତୀର ମୃତ୍ୟୁ କିପରି ହେଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ପଶୁ ଡାକ୍ତଙ୍କ ସମେତ ବନବିଭାଗ ଟିମ୍‌ ସେଠାରେ ପହଞ୍ଚିଛି ତଦନ୍ତ ଚଳାଇଛନ୍ତି । ଡିଏଫଓ ଅମ୍ଳାନ୍‌ ଦାସଙ୍କ ସମେତ ଚିକିଟି ଫରେଷ୍ଟର ଡି.ପ୍ରଶାନ୍ତ ରାଓ, […]

ବ୍ରହ୍ମପୁର: ଚିକିଟି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ବନଖଣ୍ଡ ରେଞ୍ଜ ଅଧିନରେ ଥିବା ପର୍ଣ୍ଣାଡ ଗ୍ରାମ ନିକଟ ମାଳୁଆଣି ପାହାଡ ତଳର ଏକ ଜମିରେ ୪ବର୍ଷିୟ ଅଣ୍ଡିରା ହାତୀ ଛୁଆର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ହାତୀର ମୃତ୍ୟୁ କିପରି ହେଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ପଶୁ ଡାକ୍ତଙ୍କ ସମେତ ବନବିଭାଗ ଟିମ୍‌ ସେଠାରେ ପହଞ୍ଚିଛି ତଦନ୍ତ ଚଳାଇଛନ୍ତି । ଡିଏଫଓ ଅମ୍ଳାନ୍‌ ଦାସଙ୍କ ସମେତ ଚିକିଟି ଫରେଷ୍ଟର ଡି.ପ୍ରଶାନ୍ତ ରାଓ, ଏସିଏଫ ଅଶୋକ ବେହେରା, ଏସିଏଫ ମାଧବୀ ଲତା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଅନୁସନ୍ଧାନ କରୁଛନ୍ତି । ବ୍ୟବଚ୍ଛେଦ କରାଯିବା ପରେ ହାତୀଛୁଆର ମୃତଦେହକୁ ସେହି ଜମିରେ ହିଁ ବିରାଟ ଗାତ କରି ପୋତି ଦିଆଯାଇଛି । ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ହାତୀଛୁଆର ଶରୀରରେ କୌଣସି କ୍ଷତ ନ ଥିବାରୁ ଡାକ୍ତରୀ ଟିମ୍‌ ପ୍ରାଥମିକ ତଦନ୍ତ କରି ହାତୀକୁ କେହି ଶୀକାର କରି ନଥିବା କହୁଛନ୍ତି । ହାତି ଛୁଆଟି ଦୀର୍ଘ ସମୟ ଧରି ମରି ପଡିଥିବା ଯୋଗୁଁ ପେଟ ଫୁଲାଇ ରକ୍ତ ଜମାଟ ବାନ୍ଧିଥିବା ସେମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହ ଧରି ଏକ ୧୩ ଜଣିଆ ହାତୀ ପଲ ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଏପରିକି ଏ ନେଇ ବାରମ୍ବାର ଗଣମାଧ୍ୟମରେ ମଧ୍ୟ ଖବର ପ୍ରଚାର ପ୍ରସାର ହୋଇଥିଲା । ଏହି ୧୩ଟିକିଆ ହାତୀ ପଲ ଉକ୍ତ ଅଂଚଳର ବିଭିନ୍ନ ଜମିରେ ଧାନ ଫସଲକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା । ଗତ ସପ୍ତାହରେ ହାତୀ ପଲ ଚିକିଟି ବ୍ଲକ ଅନ୍ତର୍ଗତ ପର୍ଣ୍ଣାଢ ଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବା ଏବଂ ଫସଲ ନଷ୍ଟ କରୁଥିବା ଅଭିଯୋଗ ଗ୍ରାମବାସୀ କରିଥିଲେ । ଗତକାଲି ରାତିରେ ମଧ୍ୟ ଉକ୍ତ ହାତୀ ପଲ ଉକ୍ତ ଅଂଚଳର ଚାଷ ଜମିରେ ଫସଲ ଖାଇବା ସହ କିଛି ନଷ୍ଟ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ଯୋରଦାର ଲଢେଇ ହୋଇଥିବାରୁ ଉକ୍ତ ୪ ବର୍ଷ ଛୁଆ ହାତୀର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ହାତୀ ମୃତ୍ୟୁକୁ ନେଇ ଏବେ ଉକ୍ତ ଅଂଚଳରେ ଆଲୋଚନା ଯୋରଦାର ଧରିଛି । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ ବନବିଭାଗ ପକ୍ଷରୁ କୁହାଯାଇଛି । ଆଜି ସକାଳେ ହାତୀଟି ଜଣେ ବ୍ୟକ୍ତିଙ୍କ ଜମିରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଚିକିଟି ବନ ବିଭାଗ ଫରେଷ୍ଟରଙ୍କୁ ଜଣାଇଥିଲେ । ସେ ଘଟଣାସ୍ଥଳକୁ ଆସିବା ପରେ ପୁରା ଘଟଣା ପ୍ରଘଟ ହୋଇଥିଲା । ଖବର ପାଇବା ପରେ ଘଟଣାସ୍ଥଳକୁ ଦିଗପପହଣ୍ଡି ରେଞ୍ଜ ପାଟପୁର ଫରେଷ୍ଟର ଅରୁଣ କୁମାର ଦାଶ, ଆରତୀ ପାଢୀ ଓ ଗଣେଷ ଗୌଡ ପ୍ରମୁଖ ଯାଇଥିଲେ । ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି । ହାତୀମାନେ ପୁଣିଥରେ ସେଠାକୁ ଆସିବା ସନ୍ଦେହ କରାଯାଉଥିବାରୁ ଗ୍ରାମବାସୀମାନେ ମଧ୍ୟ ଭୟଭୀତ ହୋଇ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

17 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର