ଓଡ଼ିଶାର ‘ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌’କୁ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉଚ୍ଚ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର : ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି। ଗତ ୯ ତାରିଖରେ ୧୮ ସହରରେ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅତିଥି ଭାବେ ଯୋହଦେଇ ଭୈରବମୂର୍ତ୍ତି ଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ଏକ ଅନନ୍ୟ ଉଦାହରଣ ବୋଲି ଅବିହିତ କରିଛନ୍ତି। […]

ଭୁବନେଶ୍ୱର : ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି। ଗତ ୯ ତାରିଖରେ ୧୮ ସହରରେ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅତିଥି ଭାବେ ଯୋହଦେଇ ଭୈରବମୂର୍ତ୍ତି ଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ଏକ ଅନନ୍ୟ ଉଦାହରଣ ବୋଲି ଅବିହିତ କରିଛନ୍ତି। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ସାଧାରଣ ଲୋକଙ୍କ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କାରଣରୁ ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ ଆହୁରି କହିଥିଲେ ଯେ ଆପଣଙ୍କ ଦୂରଦୃଷ୍ଟି ଏହି ପରିବର୍ତ୍ତନକୁ ବାଟ କଢ଼ାଇ ନେଇଥିବା ବେଳେ ଏହି ଉଲ୍ଲେଖନୀୟ କାର୍ଯ୍ୟ ବର୍ତ୍ତମାନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପର ଏହି ସଫଳତା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ବିଶେଷକରି ବିଶ୍ୱର ଦକ୍ଷିଣ ଭାଗକୁ ଆପଣ ଦେଉଥିବା ପ୍ରେରଣା ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ସାଲ୍ୟୁଟ୍‌‌ ବୋଲି ଭୈରବମୂର୍ତ୍ତି କହିଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସେ କହିଲେ ଯେ ମୋ ଅଭିଜ୍ଞତା ଅନୁଯାୟୀ ଏକ ସାଧାରଣ ଜଳଯୋଗାଣ ପ୍ରଣାଳୀରୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ତାକୁ କାର୍ଯ୍ୟକାରୀ କରିବା ଦିଗରେ ବହୁତଗୁଡ଼ିଏ ଆହ୍ୱାନ ରହିଥାଏ। ଏପରିକି ଏହାକୁ କେହି କେହି ଅସମ୍ଭବ କିମ୍ବା କଷ୍ଟସାଧ୍ୟ ବୋଲି କହିପାରନ୍ତି। ମାତ୍ର ଓଡ଼ିଶାରେ ସହରାଞ୍ଚଳ ଜନସାଧାପଣଙ୍କ ପାଇଁ ରୂପାନ୍ତରିତ ୨୪ ଘଣ୍ଟିଆ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ ବିଶୁଦ୍ଧ ଜଳ ଯୋଗାଣ ମଡେଲ କ୍ଷେତ୍ରରେ ରହିଥିବା ମୋ ଧାରଣାକୁ ଭୁଲ୍‌‌ ପ୍ରମାଣିତ କରିଛି। ଏହି ବ୍ୟବସ୍ଥାରେ ଆପଣ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ଇଚ୍ଛାଶକ୍ତି ସହ ବୈଷୟିକ ଜ୍ଞାନକୈଶଳ ଏବଂ ଜନଭାଗିଦାରୀଙ୍କୁ ଏକତ୍ର କରିଛନ୍ତି। ଯାହାଫଳରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାସହ ସେ ରାଜ୍ୟର ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାରେ ସ୍ମାର୍ଟ ଜଳ ଯୋଗାଣ ପରିଚାଳନାର ଉଚ୍ଚ ପ୍ରଶଂସା କରିଥିଲେ। ବିଶେଷକରି ଏହି ବ୍ୟବସ୍ଥା ଅଧୀନରେ ସହରର ବସ୍ତିବାସିନ୍ଦା, ମହିଳା ଏବଂ ତୃତୀୟଲିଙ୍ଗୀକୁ ସାମିଲ କରିବା ସହ ସ୍ଥାନୀୟ ପରିସ୍ଥିତି ଡିଜିଟାଲ ସମାଧାନର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ସୂଚନାଯୋଗ୍ୟ ଯେ ‘୫-ଟି’ ଉପକ୍ରମ ଅଧୀନରେ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବା ବେଳେ ଇତିମଧ୍ୟରେ ଏହା ୩ ବର୍ଷ ପୂରଣ କରି ସାରିଛି। ଏଯାବତ୍‌‌ ରାଜ୍ୟର ସପରାଞ୍ଚଳର ୧୧୫ଟି ସହର ମଧ୍ୟରୁ ୨୪ଟି ସହର ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି। ବଳକା ସହରଗୁଡ଼ିକୁ ପର୍ଯ୍ୟାୟକ୍ରମରେ ଏଥିରେ ଅନ୍ତର୍ଭୁକ୍ତ କରାଯାଉଛି। ଗତ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ମିଶନ ଅଧୀନରେ ୫ଟି ସହରରେ ସମ୍ପୂର୍ଣ୍ଣ ଭାବେ, ଓ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାରେ ଜଳ ଯୋଗାଣ ସେବା ଆରମ୍ଭ କରିଥିଲେ। ଏହି ଅବସରରେ ସେ ଏହି କାର୍ଯ୍ୟକ୍ରମରେ ଜଳସାଥୀ ଭାବେ ମିଶନ ଶକ୍ତି ଏସ୍‌‌ଏଚ୍‌‌ଜିମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

15 Oct 2023 By The Sakala

ଓଡ଼ିଶାର ‘ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌’କୁ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର : ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି। ଗତ ୯ ତାରିଖରେ ୧୮ ସହରରେ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅତିଥି ଭାବେ ଯୋହଦେଇ ଭୈରବମୂର୍ତ୍ତି ଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ଏକ ଅନନ୍ୟ ଉଦାହରଣ ବୋଲି ଅବିହିତ କରିଛନ୍ତି। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ସାଧାରଣ ଲୋକଙ୍କ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କାରଣରୁ ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ ଆହୁରି କହିଥିଲେ ଯେ ଆପଣଙ୍କ ଦୂରଦୃଷ୍ଟି ଏହି ପରିବର୍ତ୍ତନକୁ ବାଟ କଢ଼ାଇ ନେଇଥିବା ବେଳେ ଏହି ଉଲ୍ଲେଖନୀୟ କାର୍ଯ୍ୟ ବର୍ତ୍ତମାନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପର ଏହି ସଫଳତା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ବିଶେଷକରି ବିଶ୍ୱର ଦକ୍ଷିଣ ଭାଗକୁ ଆପଣ ଦେଉଥିବା ପ୍ରେରଣା ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ସାଲ୍ୟୁଟ୍‌‌ ବୋଲି ଭୈରବମୂର୍ତ୍ତି କହିଥିଲେ।

ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସେ କହିଲେ ଯେ ମୋ ଅଭିଜ୍ଞତା ଅନୁଯାୟୀ ଏକ ସାଧାରଣ ଜଳଯୋଗାଣ ପ୍ରଣାଳୀରୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ତାକୁ କାର୍ଯ୍ୟକାରୀ କରିବା ଦିଗରେ ବହୁତଗୁଡ଼ିଏ ଆହ୍ୱାନ ରହିଥାଏ। ଏପରିକି ଏହାକୁ କେହି କେହି ଅସମ୍ଭବ କିମ୍ବା କଷ୍ଟସାଧ୍ୟ ବୋଲି କହିପାରନ୍ତି। ମାତ୍ର ଓଡ଼ିଶାରେ ସହରାଞ୍ଚଳ ଜନସାଧାପଣଙ୍କ ପାଇଁ ରୂପାନ୍ତରିତ ୨୪ ଘଣ୍ଟିଆ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ ବିଶୁଦ୍ଧ ଜଳ ଯୋଗାଣ ମଡେଲ କ୍ଷେତ୍ରରେ ରହିଥିବା ମୋ ଧାରଣାକୁ ଭୁଲ୍‌‌ ପ୍ରମାଣିତ କରିଛି। ଏହି ବ୍ୟବସ୍ଥାରେ ଆପଣ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ଇଚ୍ଛାଶକ୍ତି ସହ ବୈଷୟିକ ଜ୍ଞାନକୈଶଳ ଏବଂ ଜନଭାଗିଦାରୀଙ୍କୁ ଏକତ୍ର କରିଛନ୍ତି। ଯାହାଫଳରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାସହ ସେ ରାଜ୍ୟର ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାରେ ସ୍ମାର୍ଟ ଜଳ ଯୋଗାଣ ପରିଚାଳନାର ଉଚ୍ଚ ପ୍ରଶଂସା କରିଥିଲେ। ବିଶେଷକରି ଏହି ବ୍ୟବସ୍ଥା ଅଧୀନରେ ସହରର ବସ୍ତିବାସିନ୍ଦା, ମହିଳା ଏବଂ ତୃତୀୟଲିଙ୍ଗୀକୁ ସାମିଲ କରିବା ସହ ସ୍ଥାନୀୟ ପରିସ୍ଥିତି ଡିଜିଟାଲ ସମାଧାନର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ ‘୫-ଟି’ ଉପକ୍ରମ ଅଧୀନରେ ଡ୍ରିଙ୍କ୍‌‌ ଫ୍ରମ୍‌‌ ଟ୍ୟାପ୍‌‌ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବା ବେଳେ ଇତିମଧ୍ୟରେ ଏହା ୩ ବର୍ଷ ପୂରଣ କରି ସାରିଛି। ଏଯାବତ୍‌‌ ରାଜ୍ୟର ସପରାଞ୍ଚଳର ୧୧୫ଟି ସହର ମଧ୍ୟରୁ ୨୪ଟି ସହର ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି। ବଳକା ସହରଗୁଡ଼ିକୁ ପର୍ଯ୍ୟାୟକ୍ରମରେ ଏଥିରେ ଅନ୍ତର୍ଭୁକ୍ତ କରାଯାଉଛି। ଗତ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ମିଶନ ଅଧୀନରେ ୫ଟି ସହରରେ ସମ୍ପୂର୍ଣ୍ଣ ଭାବେ, ଓ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାରେ ଜଳ ଯୋଗାଣ ସେବା ଆରମ୍ଭ କରିଥିଲେ। ଏହି ଅବସରରେ ସେ ଏହି କାର୍ଯ୍ୟକ୍ରମରେ ଜଳସାଥୀ ଭାବେ ମିଶନ ଶକ୍ତି ଏସ୍‌‌ଏଚ୍‌‌ଜିମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର