ମାତୃଭାଷା ପ୍ରତି ଅନୁରକ୍ତି ଜନ୍ମଗତ: ଡଃ. ଗାୟତ୍ରୀବାଳା

The Sakala Picture
Published On

‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ପ୍ରାଚୀନ’ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ‘ପ୍ରାଚୀନ’ର ମୁଖ୍ୟ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ‘ସକାଳ’ର ସଂକ୍ଷିପ୍ତ ଆଳାପ। ସକାଳ: ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରାଯିବା ପଛର ଉଦ୍ଦେଶ୍ୟ? ଗାୟତ୍ରୀ: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା […]

‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ପ୍ରାଚୀନ’ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ‘ପ୍ରାଚୀନ’ର ମୁଖ୍ୟ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ‘ସକାଳ’ର ସଂକ୍ଷିପ୍ତ ଆଳାପ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସକାଳ: ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରାଯିବା ପଛର ଉଦ୍ଦେଶ୍ୟ?

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଗାୟତ୍ରୀ: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ଜନଜାତି ସମ୍ମିଳନୀ ଭିନ୍ନତା ପ୍ରତିପାଦନ କରେ। ଏଥିରେ ୪୯ ଟି ଆଦିବାସୀ ଭାଷାର ୭୦ ଜଣ ଲେଖକ ପ୍ରତିନିଧିତ୍ୱ କରିଛନ୍ତି। ସେମାନେ ତାଙ୍କର ହଜି ଯାଉଥିବା ସାହିତ୍ୟ, ପରମ୍ପରା, ସଂସ୍କୃତି ଉପରେ ଆଲୋକପାତ କରି ସେମାନଙ୍କ ଭାଷା, ଲିପି, ଗୀତ ଓ ଲୋକ ସଙ୍ଗୀତ ଉପରେ କାର୍ଯ୍ୟ କରିଛନ୍ତି। ଫଳରେ ସେମାନଙ୍କ ସଂସ୍କୃତି, ପରମ୍ପରା ସହ ସାଧାରଣ ଲୋକେ ପରିଚିତ ହୋଇ ପାରିବେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସକାଳ: ଓଡ଼ିଶାରେ ଥିବା ଆଦିବାସୀ ସତରେ ଆଗକୁ ଆସିଛନ୍ତି ନା ସେମାନଙ୍କ ଉନ୍ନତି ପାଇଁ ଆହୁରି କାମ କରିବାର ଆବଶ୍ୟକତା ରହିଛି ?

ଗାୟତ୍ରୀ: ଆଦିବାସୀ ଆଜି ଯଥେଷ୍ଟ ଆଗକୁ ଆସୁଛନ୍ତି ଏବଂ ଆହୁରି ଆଗକୁ ସେମାନେ ଆସିବେ। ଆମର ଲକ୍ଷ୍ୟ ହେଉଛି ସେମାନଙ୍କ ହଜିଯାଉଥିବା ସାହିତ୍ୟ, ସଂସ୍କୃତିକୁ କେମିତି ସଂରକ୍ଷିତ କରି ରଖିବା। ସେହି ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର କରିବା ନିହାତି ଆବଶ୍ୟକ। ତାହା ପାଇଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ। ଆଦିବାସୀମାନେ ଆଜି ମୁଖ୍ୟସ୍ରୋତକୁ ଆସି ଗଲେଣି। ଆଦିବାସୀ ବି ନିଜେ ନିଜ ସଂସ୍କୃତିରୁ ଦୂରେଇ ଯାଉଛନ୍ତି। ଏହା ଦୁଃଖର ବିଷୟ।

ସକାଳ: ଆମେ ଆମ ନିଜର ଓଡିଆ ଓ ଆଞ୍ଚଳିକ ଭାଷାକୁ ନେଇ ଗର୍ବ କରୁ ନାହୁଁ, ଇଂରାଜୀ ଭାଷାର ଛାପ ଆମ ଉପରେ ଅଧିକ ପଡୁଛି। କଣ କହିବେ ଏ ସମ୍ପର୍କରେ ?

ଗାୟତ୍ରୀ: ମୋ ମତରେ ଆମର ପିଲା ଯେତେ ଇଂରାଜୀ ବା ଅନ୍ୟ ଭାଷାରେ କହିଲେ ବି ସେ ତାର ମାତୃଭାଷାଠୁ ସେ କେବେ ଦୂରକୁ ଯାଇପାରିବ ନାହିଁ କାରଣ ମାତୃଭାଷା ତାର ରକ୍ତରେ ପ୍ରବାହିତ ହେଉଥାଏ। ମାତୃଭାଷା ପ୍ରତି ଅନୁରକ୍ତି ଜନ୍ମଗତ। ବିଦେଶରେ ଆମେ ଜଣେ ଓଡିଆକୁ ଦେଖିଲେ ସ୍ୱତଃପ୍ରବୃତ୍ତ ଭାବରେ ତା ପ୍ରତି ଆମର ମୋହ ଆସିଯାଏ। ଏହା ହିଁଁ ତ ତାହାର ପ୍ରମାଣ। ଯେ କୌଣସି ଭାଷାରେ ଦକ୍ଷ ହେଲେ ବି ଜଣେ ନିଜର ଭାଷାରେ କୌଣସି ନା କୌଣସି ପ୍ରକାରରେ ବାନ୍ଧି ହୋଇ ରହିଥାଏ।

ସକାଳ: ଆଞ୍ଚଳିକ ଭାଷାରେ ଲେଖୁଥିବା ଅନେକ ଲେଖକ/ଲେଖିକାଙ୍କ ସୃଜନ ସୃଷ୍ଟି ଆଜିବି ଲୁଚି ଯାଉଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ‘ପ୍ରାଚୀନ’ସେମାନଙ୍କ ପାଇଁ କଣ ପଦକ୍ଷେପ ନେଉଛି ?

ଗାୟତ୍ରୀ: ଆଞ୍ଚଳିକ ଭାଷାରେ ଲେଖୁଥିବା କବି, ଲେଖକ ତଥା ଗାଳ୍ପିକମାନଙ୍କ ପ୍ରତିଭାକୁ ଆଗକୁ ଆଣିବା ପାଇଁ ହିଁ ତ ଆମର ଏହି କାର୍ଯ୍ୟକ୍ରମ। ଏଥିରେ ଲେହ-ଲଦାଖ, ନାଗାଲାଣ୍ଡ, ସିକିମ୍‌‌ ତଥା ଭାରତର ପ୍ରତି କୋଣ ଅନୁକୋଣରୁ ଭିନ୍ନ ଭିନ୍ନ ଭାଷାର ଲେଖୁଥିବା ଲେଖକ ଲେଖିକା ଆସିଛନ୍ତି। ଏହାଦ୍ୱାରା ଆଦିବାସୀ ଓ ଜନଜାତିଙ୍କ ସଂସ୍କୃତିର ବିକାଶ ହେବ ସେମାନଙ୍କ ଲେଖନୀର ଶବ୍ଦ ମାଧ୍ୟମରେ। ଆଗାମୀ ଦିନରେ ମଧ୍ୟ ‘ପ୍ରାଚୀନ’ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସେମାନଙ୍କ ପାଇଁ ଅନେକ କାମ କରିବ। ଫଳରେ ଆଞ୍ଚଳିକ ଭାଷାରେ ଲେଖୁଥିବା କବି ଲେଖକ ତାହା ଦ୍ୱାରା ଉପକୃତ ହେବେ ବୋଲି ମୋର ଆଶା ଓ ବିଶ୍ୱାସ।

ସକାଳ: ଆଞ୍ଚଳିକ ଭାଷାର ଲେଖାଗୁଡିକ ଅନ୍ୟ ଭାଷାରେ ଅନୁବାଦ ହେବାର ଆହୁରି ଆବଶ୍ୟକତା ରହିଛି କି ?

ଗାୟତ୍ରୀ: ନିଶ୍ଚିତ ଭାବରେ ଆବଶ୍ୟକତା ରହିଛି। ‘ପ୍ରାଚୀନ’ ଓ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ମଧ୍ୟ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ହଳଧର ନାଗଙ୍କ ଲେଖା ଆଜି ଅନୁବାଦିତ ହୋଇ ଦେଶ ବିଦେଶର ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି। ବାକି ଲେଖକ/ଲେଖିକାଙ୍କ ମଧ୍ୟ ଅନୁବାଦ କରାଯାଉଛି। ଅଧିକରୁ ଅଧିକ ଲେଖା ଅନୁବାଦ କରାଗଲେ ଆମ ଆଞ୍ଚଳିକ ଭାଷାର ଲେଖାରୁ ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବାହାର ଦେଶର ଲୋକେ ଜାଣିବେ। ଆମ ସାହିତ୍ୟ ଆହୁରି ସମୃଦ୍ଧ ହୋଇ ଉଠିବ।

ସକାଳ: ବରିଷ୍ଠ ଲୋକେ ପ୍ରାୟ ତ ସାହିତ୍ୟ ସହ ସବୁବେଳେ ଜଡିତ, ମାତ୍ର ଯୁବପିଢି ଟିକେ ଏ ଦିଗରେ ପଛରେ ପଡ଼ି ଯାଇନାହାନ୍ତି?

ଗାୟତ୍ରୀ: ବରିଷ୍ଠ ଲୋକେ ସାହିତ୍ୟ ସହ ତ ଜଡିତ। ମାତ୍ର ଆମେ କହି ପାରବା ନାହିଁଁ ଯେ ଯୁବପିଢି ପଛରେ ଅଛନ୍ତି। ସେମାନେ ବି ସାହିତ୍ୟ ସହ ଜଡିତ। ତୁଳନାତ୍ମାକ ଭାବରେ ଦେଖାଗଲେ ଯୁବପିଢିଙ୍କ ଆଗ୍ରହ କମ ହୋଇପାରେ ବରିଷ୍ଠଙ୍କ ଅପେକ୍ଷା। ସେମାନଙ୍କୁ ସାହିତ୍ୟ ସହ ଆହୁରି ଜଡିତ ରଖିବା ପାଇଁ ସେମାନଙ୍କ ପସନ୍ଦ ଅନୁଯାୟୀ ଆମେ ଲେଖିବାର ଆବଶ୍ୟକତା ରହିଛି। ଫଳରେ ଆମର ଭବିଷ୍ୟତ ଭାବରେ ଗଣା ହେଉଥିବା ଆମର ଯୁବପିଢି, ଆମ ସାହିତ୍ୟକୁ ଆଗାମୀ ଦିନରେ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବେ।

ସାକ୍ଷାତକାର-
ମାନସ ରଞ୍ଜନ, ସମ୍ପୂର୍ଣ୍ଣା ଦାସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର