କନ୍ୟା ଅସୁନ୍ଦରୀ ଶୁଣି, ବିବାହ ଶୋଭାଯାତ୍ରାରେ ଆସୁଥିବା ଡାକ୍ତରୀ ବର ଅଧା ରାସ୍ତାରୁ ଫେରାର

The Sakala Picture
Published On

କେନ୍ଦ୍ରାପଡ଼ା :  ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଝିଅ ସୁନ୍ଦର ନୁହେଁ ଶୁଣିବା ପରେ ଜଣେ ଡାକ୍ତର ବର ଫେରାର ହୋଇଯିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ମେହେନ୍ଦୀପୁରରେ ଘଟିଛି। ସୂଚନା ମୁତାବକ, ବିବାହ ପାଇଁ ଦେଖାଚାହାଁ ହୋଇଥିଲା। ନିର୍ବନ୍ଧ ଶେଷ ହୋଇଥିଲା। ବିବାହ ପାଇଁ ତାରିଖ ଗତ ଶନିବାର ଧାର୍ଯ୍ୟ ହୋଇଥିଲା। ବରପକ୍ଷ କଟକ ବିଡ଼ାନାସୀ ଅଞ୍ଚଳରୁ କେନ୍ଦ୍ରାପଡ଼ା ମେହେନ୍ଦୀପୁରରେ ପହଞ୍ଚିଥିଲେ। ବାଜାବାଣ ରୋଷଣୀରେ […]

କେନ୍ଦ୍ରାପଡ଼ା :  ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଝିଅ ସୁନ୍ଦର ନୁହେଁ ଶୁଣିବା ପରେ ଜଣେ ଡାକ୍ତର ବର ଫେରାର ହୋଇଯିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ମେହେନ୍ଦୀପୁରରେ ଘଟିଛି। ସୂଚନା ମୁତାବକ, ବିବାହ ପାଇଁ ଦେଖାଚାହାଁ ହୋଇଥିଲା। ନିର୍ବନ୍ଧ ଶେଷ ହୋଇଥିଲା। ବିବାହ ପାଇଁ ତାରିଖ ଗତ ଶନିବାର ଧାର୍ଯ୍ୟ ହୋଇଥିଲା। ବରପକ୍ଷ କଟକ ବିଡ଼ାନାସୀ ଅଞ୍ଚଳରୁ କେନ୍ଦ୍ରାପଡ଼ା ମେହେନ୍ଦୀପୁରରେ ପହଞ୍ଚିଥିଲେ। ବାଜାବାଣ ରୋଷଣୀରେ ଅଞ୍ଚଳ ଫାଟି ପଡୁଥିଲା। ଶତାଧିକ ଲୋକ ଡାକ୍ତର ବରକୁ ଦେଖିବାକୁ ଭିଡ଼ ଜମାଇଥିଲେ।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

ସବୁ ଠିକ୍‍ ଚାଲିଥିବାବେଳେ ଆଉ ମାତ୍ର ୧ ଘଣ୍ଟା ପରେ ବର ବିବାହ ମଣ୍ଡପରେ ପହଞ୍ଚିଥା’ନ୍ତା। ବରଯାତ୍ରୀଙ୍କ ପାଇଁ କନ୍ୟା ଘର ପକ୍ଷରୁ ରୋଷେଇ ଶେଷ ହୋଇଥିଲା। ମଟନ, ଚିକେନଠାରୁ ଆରମ୍ଭ କରି ମାଛ ପର୍ଯ୍ୟନ୍ତ ରୋଷେଇ ହୋଇଥିଲା। ତେବେ ବର କାନରେ ତାଙ୍କର ଜଣେ ଭଉଣୀ କନ୍ୟା ଅସୁନ୍ଦର କହିଦେବାରୁ ଡାକ୍ତର ବର ଘର ନିକଟରୁ ଫେରାର ହୋଇଯାଇଥିଲେ। ବର ଫେରାର କଥା ପ୍ରଘଟ ହେବାରୁ ତାଙ୍କର ଜଣେ ଭଉଣୀଙ୍କୁ ଗ୍ରାମର ଲୋକେ ଅଟକ ରଖିଲେ। ମଙ୍ଗୁଳା କନ୍ୟାକୁ ବିବାହ କରିବାକୁ କନ୍ୟା ପକ୍ଷ ଜିଦ୍‍ ଧରି ବସିଲେ। ସେଠାରେ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଘଟଣା ଥାନାରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ଗ୍ରୀଷ୍ମ ଋତୁରେ ୨୩,୦୦୦ ଲୋକଙ୍କ ପାଇଁ ଗୋଷ୍ଠୀ ଜଳ ଯୋଗାଣକୁ ସମ୍ପ୍ରସାରିତ କରିଛି ବେଦାନ୍ତ ଆଲୁମିନିୟମ

ତେବେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି କନ୍ୟା ପକ୍ଷକୁ କ୍ଷତିପୂରଣ ଦେବାକୁ କହିଥିଲା। ବରପକ୍ଷ ପକ୍ଷରୁ କ୍ଷତିପୂରଣ ଦିଆଯିବା ପରେ ମାମଲା ସମାଧାନ ହୋଇଥିଲା। ପୂର୍ବରୁ ଝିଅକୁ ଦେଖି ବିବାହ ପାଇଁ ସ୍ଥିର କରିବା ପରେ ଜଣେ ଡାକ୍ତର ବରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ନେଇ ସଦର ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି, ମୁଁ ଏକ ଭିସି ମିଟିଂରେ ଥିଲି। ବିଶେଷ କିଛି ଜାଣିନି। ତେବେ ଆପଣ ଏହି ଖବର କେମିତି ଜାଣିଲେ ବୋଲି ପାଲଟା ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେୟରଙ୍କୁ ଭେଟିଲେ ଚୁନୁକୋଳି ବସ୍ତିବାସିନ୍ଦା; ବିସ୍ଥାପନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା

27 Jun 2022 By The Sakala

କନ୍ୟା ଅସୁନ୍ଦରୀ ଶୁଣି, ବିବାହ ଶୋଭାଯାତ୍ରାରେ ଆସୁଥିବା ଡାକ୍ତରୀ ବର ଅଧା ରାସ୍ତାରୁ ଫେରାର

କେନ୍ଦ୍ରାପଡ଼ା :  ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଝିଅ ସୁନ୍ଦର ନୁହେଁ ଶୁଣିବା ପରେ ଜଣେ ଡାକ୍ତର ବର ଫେରାର ହୋଇଯିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ମେହେନ୍ଦୀପୁରରେ ଘଟିଛି। ସୂଚନା ମୁତାବକ, ବିବାହ ପାଇଁ ଦେଖାଚାହାଁ ହୋଇଥିଲା। ନିର୍ବନ୍ଧ ଶେଷ ହୋଇଥିଲା। ବିବାହ ପାଇଁ ତାରିଖ ଗତ ଶନିବାର ଧାର୍ଯ୍ୟ ହୋଇଥିଲା। ବରପକ୍ଷ କଟକ ବିଡ଼ାନାସୀ ଅଞ୍ଚଳରୁ କେନ୍ଦ୍ରାପଡ଼ା ମେହେନ୍ଦୀପୁରରେ ପହଞ୍ଚିଥିଲେ। ବାଜାବାଣ ରୋଷଣୀରେ ଅଞ୍ଚଳ ଫାଟି ପଡୁଥିଲା। ଶତାଧିକ ଲୋକ ଡାକ୍ତର ବରକୁ ଦେଖିବାକୁ ଭିଡ଼ ଜମାଇଥିଲେ।

ସବୁ ଠିକ୍‍ ଚାଲିଥିବାବେଳେ ଆଉ ମାତ୍ର ୧ ଘଣ୍ଟା ପରେ ବର ବିବାହ ମଣ୍ଡପରେ ପହଞ୍ଚିଥା’ନ୍ତା। ବରଯାତ୍ରୀଙ୍କ ପାଇଁ କନ୍ୟା ଘର ପକ୍ଷରୁ ରୋଷେଇ ଶେଷ ହୋଇଥିଲା। ମଟନ, ଚିକେନଠାରୁ ଆରମ୍ଭ କରି ମାଛ ପର୍ଯ୍ୟନ୍ତ ରୋଷେଇ ହୋଇଥିଲା। ତେବେ ବର କାନରେ ତାଙ୍କର ଜଣେ ଭଉଣୀ କନ୍ୟା ଅସୁନ୍ଦର କହିଦେବାରୁ ଡାକ୍ତର ବର ଘର ନିକଟରୁ ଫେରାର ହୋଇଯାଇଥିଲେ। ବର ଫେରାର କଥା ପ୍ରଘଟ ହେବାରୁ ତାଙ୍କର ଜଣେ ଭଉଣୀଙ୍କୁ ଗ୍ରାମର ଲୋକେ ଅଟକ ରଖିଲେ। ମଙ୍ଗୁଳା କନ୍ୟାକୁ ବିବାହ କରିବାକୁ କନ୍ୟା ପକ୍ଷ ଜିଦ୍‍ ଧରି ବସିଲେ। ସେଠାରେ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଘଟଣା ଥାନାରେ ପହଞ୍ଚିଥିଲା।

ତେବେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି କନ୍ୟା ପକ୍ଷକୁ କ୍ଷତିପୂରଣ ଦେବାକୁ କହିଥିଲା। ବରପକ୍ଷ ପକ୍ଷରୁ କ୍ଷତିପୂରଣ ଦିଆଯିବା ପରେ ମାମଲା ସମାଧାନ ହୋଇଥିଲା। ପୂର୍ବରୁ ଝିଅକୁ ଦେଖି ବିବାହ ପାଇଁ ସ୍ଥିର କରିବା ପରେ ଜଣେ ଡାକ୍ତର ବରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ନେଇ ସଦର ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି, ମୁଁ ଏକ ଭିସି ମିଟିଂରେ ଥିଲି। ବିଶେଷ କିଛି ଜାଣିନି। ତେବେ ଆପଣ ଏହି ଖବର କେମିତି ଜାଣିଲେ ବୋଲି ପାଲଟା ପ୍ରଶ୍ନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର