ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡ୍‌ଲାଇନ୍‌ ‌

The Sakala Picture
Published On

ଢେଙ୍କାନାଳ : ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ  କଟକଣା ଜାରି କଲା ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଢ଼େଙ୍କାନାଳ ଜିଲ୍ଲା ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ଯୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ କରୋନା ସଂକ୍ରମଣ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନୂଆ ଗାଇଡ଼ ଲାଇନ ଜାରି କରିଛି। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାରି […]

ଢେଙ୍କାନାଳ : ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ  କଟକଣା ଜାରି କଲା ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଢ଼େଙ୍କାନାଳ ଜିଲ୍ଲା ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ଯୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ କରୋନା ସଂକ୍ରମଣ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନୂଆ ଗାଇଡ଼ ଲାଇନ ଜାରି କରିଛି।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାରି କରିଥିବା ଗାଇଡଲାଇନ୍‌ ଅନୁସାରେ ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ ପାଳନରେ ସୀମିତ ରଖାଯିବ। ଜିଲ୍ଲା ତଥା ରାଜ୍ୟ ବାହାର ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବ ସାଧରଣଙ୍କୁ ମେଳାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିସହ କେବଳ ଢେଙ୍କାନାଳ ଜିଲ୍ଲା ଭିତରେ ଥିବା ମହିମା ସାଧୁ ବାବାମାନଙ୍କୁ ନେଇ ରୀତିନୀତି କରାଯିବ । ମୁଖ୍ୟ ମନ୍ଦିର ଭିତରେ ଏକା ସାଙ୍ଗରେ ପର୍ଯ୍ୟାୟ କ୍ରମେ ମାତ୍ର ୫୦ ଜଣ ଭକ୍ତ ୧୦ ମିନିଟ୍ ପାଇଁ ଦର୍ଶନ କରି ପାରିବେ । ଆସନ୍ତା ୨୫, ୨୬ ଓ ୨୭ ତାରିଖ ତିନିଦିନ ଧରି ମାଘ ମେଳା ଅନୁଷ୍ଠିତ ହେବ । ତେବେ ମେଳାରେ ସାମିଲ ମହିମା ସାଧୁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ

ଅପର ପକ୍ଷରେ ଆସନ୍ତା ୨୫ଓ ୨୬ତାରିଖ ଦୁଇଦିନ ଧରି ମହିମା ପରମ୍ପରା ମୁତାବକ ହେଉଥିବା ମେଳାରେ ମୁଖ୍ୟ ଗାଦି ମନ୍ଦିର ପରିସରରେ କୋଭିଡ କଟକଣା ମଧ୍ୟରେ ଅତି ବେଶୀରେ ୫୦ ଜଣ ସାଧୁଙ୍କ ମଧ୍ୟରେ ଝାଡ଼ ବତୀ ଓ ଧ୍ବନୀ ପ୍ରଜ୍ବଳନ ମଧ୍ୟରେ ସୀମିତ ରହିବ ବୋଲି ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାରି ନୂଆ ଗାଇଡ଼ ଲାଇନରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp