ଅସ୍ତ୍ରୋପଚାର ପରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ ଗୋଠଛଡା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ ଗୋଠଛଡା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା । କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । କ୍ଷତରୁ ରକ୍ତଶ୍ରାବ ହେବାସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଡ. ବି. ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଏହାପରେ ୱାଇଲଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆରୁ ଡ଼. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ଼. ପିୟୁଷ ସୋରେନ ପ୍ରମୁଖ ଡାକ୍ତରୀଟିମ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ ଘଣ୍ଟା ନପୂରୁଣୁ ହାତୀର ମୃତ୍ୟୁ ଘଟିଛି । ସୋମବାର ହାତୀର ମୃଦେହକୁ ଜବତ କରାଯାଇଥିବା ବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ଼.ଭବନାଥ ପ୍ରସାଦ ବସ୍ତିଆ,ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ଼ ପିୟୁଷ ସୋରେନ ପ୍ରମୁଖ ହାତୀଟିର ଶବ ବ୍ୟବଛେଦ କରିବା ସହିତ ଲାବୋରୋଟୋରି ପରୀକ୍ଷା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି । ତେବେ ହାତୀଟିର ବୟସ ୩୫ ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆ ପାଇଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା, ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବନପାଳ, ବନରକ୍ଷୀ, ସବୁଜବାହିନୀ, ଗଜସାଥୀ ଏବଂ ପାରା ବନକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ମାତ୍ର ଚିକିତ୍ସାରେ ବିଳମ୍ବ ପାଇଁ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆରେ ହାତୀଟିର ମୃତ୍ୟୁ ହେବା ଘଟଣାକୁ ପରିବେଷବିତ ଏବଂ ପଶୁପ୍ରେମୀ ମାନେ କଡା ସମାଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

03 Oct 2022 By The Sakala

ଅସ୍ତ୍ରୋପଚାର ପରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ ଗୋଠଛଡା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା । କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । କ୍ଷତରୁ ରକ୍ତଶ୍ରାବ ହେବାସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାପରେ ୱାଇଲଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆରୁ ଡ଼. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ଼. ପିୟୁଷ ସୋରେନ ପ୍ରମୁଖ ଡାକ୍ତରୀଟିମ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ ଘଣ୍ଟା ନପୂରୁଣୁ ହାତୀର ମୃତ୍ୟୁ ଘଟିଛି । ସୋମବାର ହାତୀର ମୃଦେହକୁ ଜବତ କରାଯାଇଥିବା ବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ଼.ଭବନାଥ ପ୍ରସାଦ ବସ୍ତିଆ,ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ଼ ପିୟୁଷ ସୋରେନ ପ୍ରମୁଖ ହାତୀଟିର ଶବ ବ୍ୟବଛେଦ କରିବା ସହିତ ଲାବୋରୋଟୋରି ପରୀକ୍ଷା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି । ତେବେ ହାତୀଟିର ବୟସ ୩୫ ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆ ପାଇଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା, ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବନପାଳ, ବନରକ୍ଷୀ, ସବୁଜବାହିନୀ, ଗଜସାଥୀ ଏବଂ ପାରା ବନକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ମାତ୍ର ଚିକିତ୍ସାରେ ବିଳମ୍ବ ପାଇଁ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆରେ ହାତୀଟିର ମୃତ୍ୟୁ ହେବା ଘଟଣାକୁ ପରିବେଷବିତ ଏବଂ ପଶୁପ୍ରେମୀ ମାନେ କଡା ସମାଲୋଚନା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର