କଟକ ସମ୍ବଲପୁର ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ, ଅଟକି ରହିଛି ଶହଶହ ସଂଖ୍ୟାରେ ଗାଡିମୋଟର
ଢେଙ୍କାନାଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଢେ଼ଙ୍କାନାଳ ଏନଏଚ ୫୫ କଟକ ସମ୍ବଲପୁର ରାସ୍ତାକୁ ଅବରୋଧ କଲେ ସ୍ଥାନୀୟ ଲୋକେ। ଦୁର୍ଘଟଣାରେ ସ୍ଥାନୀୟ ଲୋକ ଗୁରୁତର ହେବା ସହିତ ରାସ୍ତାରେ ଖାଲ ଖମା ଭରି ରହିଥିବାରୁ ଚକା ଜାମ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘଦିନ ଧରି ଏନଏଚ ୫୫ କାର୍ଯ୍ୟ ନସାରିବା ଓ ବାରମ୍ବାର ଦୁର୍ଘଟଣାକୁ ନେଇ ଏନଏଚଆଇ ବିଭାଗ ଆଗରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହା ସହିତ […]
ଢେଙ୍କାନାଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଢେ଼ଙ୍କାନାଳ ଏନଏଚ ୫୫ କଟକ ସମ୍ବଲପୁର ରାସ୍ତାକୁ ଅବରୋଧ କଲେ ସ୍ଥାନୀୟ ଲୋକେ। ଦୁର୍ଘଟଣାରେ ସ୍ଥାନୀୟ ଲୋକ ଗୁରୁତର ହେବା ସହିତ ରାସ୍ତାରେ ଖାଲ ଖମା ଭରି ରହିଥିବାରୁ ଚକା ଜାମ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘଦିନ ଧରି ଏନଏଚ ୫୫ କାର୍ଯ୍ୟ ନସାରିବା ଓ ବାରମ୍ବାର ଦୁର୍ଘଟଣାକୁ ନେଇ ଏନଏଚଆଇ ବିଭାଗ ଆଗରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା
ଏହା ସହିତ ଧୂଳି ଧୁଆଁରେ ଚଲିବା କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଫଳରେ ବାଧ୍ୟ ହୋଇ ଆଜି ପୁଣି ଏନଏଚ ୫୫ କୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ସଂଖ୍ୟାରେ ଗାଡି ଛିଡା ହୋଇ ରହିବା ସହିତ କଟକ ସମ୍ବଲପୁର ଯାତାୟାତ ବାଧା ପ୍ରାପ୍ତ ହୋଇଚି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝା ଶୁଝା କରୁଛି।





