ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ବୋମା ମାଡ଼ର କାରଣ ଅସ୍ପଷ୍ଟ

The Sakala Picture
Published On

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ଏବଂ ଏବେବି ଦୁଇଟି ବୋମା ଅଫୁଟା ପଡିଥିବା […]

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ଏବଂ ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ । ଏପରିକି ନାଇଟ ପେଟ୍ରୋଲିଙ୍ଗରେ ଥିବା ପୋଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

18 Oct 2022 By The Sakala

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ବୋମା ମାଡ଼ର କାରଣ ଅସ୍ପଷ୍ଟ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ଏବଂ ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି ।

ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ । ଏପରିକି ନାଇଟ ପେଟ୍ରୋଲିଙ୍ଗରେ ଥିବା ପୋଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର