ସନ୍ଦେହ ଘେରରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ଘର ପାଖ ବୁଦା ଭିତରୁ ଦୁଇଟି ମୋବାଇଲ ଜବତ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୋ ଫୋନ୍‌ ଦୁଇଟାରେ ସବୁ ଭିଡିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ଏହାକୁ ନେଇ ବହୁ ଚର୍ଚ୍ଚା […]

ଭୁବନେଶ୍ବର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୋ ଫୋନ୍‌ ଦୁଇଟାରେ ସବୁ ଭିଡିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ଏହାକୁ ନେଇ ବହୁ ଚର୍ଚ୍ଚା ଲାଗିରହିଥିଲା ଏବଂ ପୁଲିସ ସେ ମୋବାଇଲ ଖୋଜିବାରେ ଲାଗିଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

ତେବେ ଦିନ ତମାମ ତଦନ୍ତ କରିବା ପରେ ଘରପାଖ ଏକ ବୁଦାରୁ ତାଙ୍କର ଦୁଇଟି ଯାକ ମୋବାଇଲ୍ ମିଳିଛି । ସନ୍ଧାନୀ କୁକୁର ସହାୟତାରେ କମିଶନରେଟ୍‌ ପୁଲିସ ମୋବାଇଲ୍‌ ଗୁଡ଼ିକୁ ପାଇଛି। ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଲୋଚନା ହେଉଛି। ଦୁଇ ମୋବାଇଲ୍‌ ଫୋନ୍‌ରେ ଏମିତି କି ତଥ୍ୟ ରହିଛି କି, ଯାହାର ସଂପର୍କ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହିତ ରହିଛି? ସତରେ ମୋବାଇଲ୍‌ ଖୋଲିବ କି ତାଙ୍କ ମୃତ୍ୟୁର ରହସ୍ୟ? ସେପଟେ ପୁଲିସ୍‌ ଜବତ କରିଥିବା ମୋବାଇଲ୍‌କୁ ସାଇଣ୍ଟିଫିକ୍‌ ଟିମ୍‌କୁ ହସ୍ତାନ୍ତର କରିଛି। ମୋବାଇଲ୍‌ ରାତି ୨ଟା ୪୩ରୁ ସ୍ୱିଚ୍‌ ଅଫ୍‌ ହୋଇଥିବା ପୁଲସ୍‌ କହିଛି।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ଘର ସମ୍ମୁଖରେ ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର। ଖବର ପାଇ ସକାଳୁ ସକାଳୁ ଧଉଳି ଥାନା ପୋଲିସ ପହଁଞ୍ଚି ମୃତଦେହକୁ ତଳକୁ ଆଣିଥିଲା। ତଦନ୍ତ ବେଳେ ଜଣାପଡ଼ିଲା ମୃତ୍ୟୁର ୫ ଘଣ୍ଟା ପୂର୍ବରୁ ନିଜର ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର। ସେ ଶେଷ ପୋଷ୍ଟରେ ଲେଖିଥିଲେ, ‘‘ମୋ ଦୁଇଟି ଫୋନରେ ସବୁ ଭିଡ଼ିଓ ଅଛି ତାକୁ ଲୋକ ଲୋଚନକୁ ଆଣିବେ।’’

ଆହୁରି ପଢ଼ନ୍ତୁ: ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

ସକାଳୁ ସକାଳୁ ଭୁବନେଶ୍ବର ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରରେ ପଡ଼ିଯାଇଥିଲା ଚହଳ । ଘର ବାହାରେ ଝୁଲୁଥିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ ଦେହ । ପ୍ରଥମେ ଦେଖିଥିଲେ ମର୍ଣ୍ଣିଂ ଓ୍ବାକ୍ ପାଇଁ ବାହାରିଥିବା ପଡ଼ୋଶୀ । ସେମାନେ ସଙ୍ଗେ ସଙ୍ଗେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ପୁଅକୁ ଫୋନ୍ କରିଥିଲେ । ବାପଘର ତମାଣ୍ଡୋରୁ ଆସି ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଧଉଳି ଥାନା ପୁଲିସ ।

24 Sep 2022 By The Sakala

ସନ୍ଦେହ ଘେରରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ଘର ପାଖ ବୁଦା ଭିତରୁ ଦୁଇଟି ମୋବାଇଲ ଜବତ କଲା ପୁଲିସ

ଭୁବନେଶ୍ବର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୋ ଫୋନ୍‌ ଦୁଇଟାରେ ସବୁ ଭିଡିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ଏହାକୁ ନେଇ ବହୁ ଚର୍ଚ୍ଚା ଲାଗିରହିଥିଲା ଏବଂ ପୁଲିସ ସେ ମୋବାଇଲ ଖୋଜିବାରେ ଲାଗିଥିଲା।

ତେବେ ଦିନ ତମାମ ତଦନ୍ତ କରିବା ପରେ ଘରପାଖ ଏକ ବୁଦାରୁ ତାଙ୍କର ଦୁଇଟି ଯାକ ମୋବାଇଲ୍ ମିଳିଛି । ସନ୍ଧାନୀ କୁକୁର ସହାୟତାରେ କମିଶନରେଟ୍‌ ପୁଲିସ ମୋବାଇଲ୍‌ ଗୁଡ଼ିକୁ ପାଇଛି। ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଲୋଚନା ହେଉଛି। ଦୁଇ ମୋବାଇଲ୍‌ ଫୋନ୍‌ରେ ଏମିତି କି ତଥ୍ୟ ରହିଛି କି, ଯାହାର ସଂପର୍କ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହିତ ରହିଛି? ସତରେ ମୋବାଇଲ୍‌ ଖୋଲିବ କି ତାଙ୍କ ମୃତ୍ୟୁର ରହସ୍ୟ? ସେପଟେ ପୁଲିସ୍‌ ଜବତ କରିଥିବା ମୋବାଇଲ୍‌କୁ ସାଇଣ୍ଟିଫିକ୍‌ ଟିମ୍‌କୁ ହସ୍ତାନ୍ତର କରିଛି। ମୋବାଇଲ୍‌ ରାତି ୨ଟା ୪୩ରୁ ସ୍ୱିଚ୍‌ ଅଫ୍‌ ହୋଇଥିବା ପୁଲସ୍‌ କହିଛି।

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ଘର ସମ୍ମୁଖରେ ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର। ଖବର ପାଇ ସକାଳୁ ସକାଳୁ ଧଉଳି ଥାନା ପୋଲିସ ପହଁଞ୍ଚି ମୃତଦେହକୁ ତଳକୁ ଆଣିଥିଲା। ତଦନ୍ତ ବେଳେ ଜଣାପଡ଼ିଲା ମୃତ୍ୟୁର ୫ ଘଣ୍ଟା ପୂର୍ବରୁ ନିଜର ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର। ସେ ଶେଷ ପୋଷ୍ଟରେ ଲେଖିଥିଲେ, ‘‘ମୋ ଦୁଇଟି ଫୋନରେ ସବୁ ଭିଡ଼ିଓ ଅଛି ତାକୁ ଲୋକ ଲୋଚନକୁ ଆଣିବେ।’’

ସକାଳୁ ସକାଳୁ ଭୁବନେଶ୍ବର ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରରେ ପଡ଼ିଯାଇଥିଲା ଚହଳ । ଘର ବାହାରେ ଝୁଲୁଥିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ ଦେହ । ପ୍ରଥମେ ଦେଖିଥିଲେ ମର୍ଣ୍ଣିଂ ଓ୍ବାକ୍ ପାଇଁ ବାହାରିଥିବା ପଡ଼ୋଶୀ । ସେମାନେ ସଙ୍ଗେ ସଙ୍ଗେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ପୁଅକୁ ଫୋନ୍ କରିଥିଲେ । ବାପଘର ତମାଣ୍ଡୋରୁ ଆସି ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଧଉଳି ଥାନା ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର