ସ୍ନାନବେଦୀରେ ଦିବ୍ୟସ୍ନାନ ପରେ ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

The Sakala Picture
Published On

ପୁରୀ : ଶ୍ରୀମନ୍ଦିର ସ୍ନାନବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିଛନ୍ତି। ଦିର୍ଘ ଦୁଇ ବର୍ଷ ହେବ ମହାମାରୀ କରୋନା କାରଣରୁ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିପାରୁନଥିବା ଭକ୍ତ ଚଳିତ ଥର ଦର୍ଶନ କରିବାର […]

ପୁରୀ : ଶ୍ରୀମନ୍ଦିର ସ୍ନାନବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଦିର୍ଘ ଦୁଇ ବର୍ଷ ହେବ ମହାମାରୀ କରୋନା କାରଣରୁ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିପାରୁନଥିବା ଭକ୍ତ ଚଳିତ ଥର ଦର୍ଶନ କରିବାର ସୁଯୋଗ ପାଇଛି। ସ୍ନାନବେଦୀରେ ମହାପ୍ରଭୁଙ୍କ ଦିବ୍ୟସ୍ନାନ ଦର୍ଶନ କରିବାପରେ ଭକ୍ତ ଦୁର୍ଲଭ ଗଜବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଛି। ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କ ଜନ୍ମଦିନ ଅବସରରେ ଏହି ଦିବ୍ୟ ଦର୍ଶନ ପାଇ ଭକ୍ତଗଣ କୃତାର୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ବିଜେ। ସକାଳ ସାଢ଼େ ୭.୪୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜ କରିଥିଲେ। ୭.୫୫ରେ ମଦନମୋହନ ବିଜେ କରିଥିଲେ। ୧୧.୨୦ରେ ଜଳବିଜେ ଓ ୧୨.୪୫ରେ ଜଳ ଲାଗି ଶେଷ ହୋଇଥିଲା। ଅପରାହ୍ନ ୨.୪୦ରେ ଛେରାପହଁରା ହୋଇଥିଲା। ୩ଟାରେ ହାତୀବେଶ ଆରମ୍ଭ ହୋଇଥିଲା। ୩ଟା ୫୦ରେ ହାତୀବେଶ ଶେଷ ହୋଇଥିଲା। ଏହା ପରେ ଠାକୁରମାନେ ଦିବ୍ୟ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଘଣ୍ଟାଏ ୨୦ ମିନିଟ୍ ନୀତି ବିଳମ୍ବରେ ସମାପନ ହୋଇଥିଲା। ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ ସାହାଣ ମେଳା ଦର୍ଶନ। ଭକ୍ତମାନେ ବ୍ୟାରିକେଡ୍‌ରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ କରିପାରିବେ। ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି।

ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁହୋଇଛି । ଭିଡ ଏବଂ ପ୍ରବଳ ଜନସମାଗମ ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍‌ଗାର୍ଡ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର