‘ଇକୋ -ରିଟ୍ରିଟ୍‍’ରେ ମିଳିବ ନିର୍ବନ୍ଧ, ବାହାଘର ଓ ଭୋଜିର ସୁବିଧା, ଜାଣନ୍ତୁ କିପରି କରିବେ ବୁକିଂ

The Sakala Picture
Published On

ଭୁବନେଶ୍ୱର : ଡେଷ୍ଟିନେସନ ୱେଡିଂ ହେବ ଇକୋ ରିଟ୍ରିଟ୍‍। ପ୍ରକୃତି କୋଳ ପାଲଟିବ ସ୍ୱର୍ଗୀୟ ବନ୍ଧନର ଠିକଣା। ଆସନ୍ତା ୧ ତାରିଖରୁ ଚନ୍ଦ୍ରଭାଗା ସମେତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆରମ୍ଭ ହେଉଥିବା ବେଳେ ଏଥର କିଛି ନୂଆ ନେଇ ଆସିଛି ପର୍ଯ୍ୟଟନ ବିଭାଗ। ଏଠାକୁ ବରକନ୍ୟା ଆସିବେ; ଏଇଠି ନିର୍ବନ୍ଧ ହେବ ଓ ବାହାଘର ବି ହେବ। ସିନେମାଠାରୁ ଆହୁରି ସୁନ୍ଦର ହେବ ବାହାଘର। ଫଟୋ ସୁଟ୍‍ ଭିଡିଓ ସୁଟିଂର ବ୍ୟବସ୍ଥା ବି ରହିଛି। ଇକୋ […]

ଭୁବନେଶ୍ୱର : ଡେଷ୍ଟିନେସନ ୱେଡିଂ ହେବ ଇକୋ ରିଟ୍ରିଟ୍‍। ପ୍ରକୃତି କୋଳ ପାଲଟିବ ସ୍ୱର୍ଗୀୟ ବନ୍ଧନର ଠିକଣା। ଆସନ୍ତା ୧ ତାରିଖରୁ ଚନ୍ଦ୍ରଭାଗା ସମେତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆରମ୍ଭ ହେଉଥିବା ବେଳେ ଏଥର କିଛି ନୂଆ ନେଇ ଆସିଛି ପର୍ଯ୍ୟଟନ ବିଭାଗ। ଏଠାକୁ ବରକନ୍ୟା ଆସିବେ; ଏଇଠି ନିର୍ବନ୍ଧ ହେବ ଓ ବାହାଘର ବି ହେବ। ସିନେମାଠାରୁ ଆହୁରି ସୁନ୍ଦର ହେବ ବାହାଘର। ଫଟୋ ସୁଟ୍‍ ଭିଡିଓ ସୁଟିଂର ବ୍ୟବସ୍ଥା ବି ରହିଛି। ଇକୋ ରିଟ୍ରିଟର ୱେବସାଇଟକୁ ଯାଇ ତାରିଖ ଓ ସ୍ଥାନ ବୁକିଂ କରିହେବ। ଏଠାକୁ ଆସୁଥିବା ପର୍ଯ୍ୟଟକ ଏକ ଚମତ୍କାର ଅନୁଭବ ନେଇ ଫେରିବେ; ତା’ର ସବୁ ବ୍ୟବସ୍ଥା ହେଉଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଚଳିତ ବର୍ଷ ଇକୋ ରିଟ୍ରିଟ୍‍ ଦେବ ଏହି ସୁବିଧା। ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‍,ୱାଟର ରାଇଡସ୍‍, ଜେଟ୍‍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‍ କରିବାର ସୁଯୋଗ ମିଳିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ଏହି ସମୟରେ ସଂସ୍ଥା ପକ୍ଷରୁ ସୁରକ୍ଷା ପ୍ରତି ଗୁରୁତ୍ୱ ଦଆଯିବ। ମହାମାରୀ କରୋନା ପାଇଁ ୨ବର୍ଷ ଧରି ସମସ୍ତ ପ୍ରକାର ଆୟୋଜନ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ ଭିନ୍ନ ଭିନ୍ନ ସ୍ଥାନକୁ ନିଜର ସେଲିବ୍ରେସନ୍‍ ଡେଷ୍ଟିସନ୍‍ ଭାବେ ବାଛୁଛନ୍ତି ପର୍ଯ୍ୟଟକ। ଏଥିପାଇଁ କୋଣାର୍କ ଇକୋ ରିଟ୍ରିଟ୍‍ରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। କନଫରେନ୍ସ ହଲ୍‍ ସାଙ୍ଗକୁ ରହିଛି ୩୦୦ ପର୍ଯ୍ୟଟକଙ୍କ ବସିବାର ସୁବିଧା। ଇକୋ ରିଟ୍ରିଟ୍‍ରେ ବର, କନ୍ୟା ଏବଂ ବରଯାତ୍ରୀଙ୍କ ସହ ମୋଟ୍‍ ୩୦୦ଜଣ ସାମିଲ ହୋଇପାରିବେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବିବାହ ଉତ୍ସବରେ ପର୍ଯ୍ୟଟକଙ୍କ ଆବଶ୍ୟକତା ଅନୁସାରେ ଡେକୋରସନ୍‍, ଷ୍ଟେଜ୍‍, ଲାଇଟ୍‍, ଚେୟାର, ବେଦି ସାଙ୍ଗକୁ ଖାଇବା ପାଇଁ ବରାଦ ମୁତାବକ ଆଇଟମ୍‍ ସାଙ୍ଗକୁ ବଫେଟ୍‍ ସୁବିଧା ରହିବ। ଏହା କୌଣସି ବିବାହ ମଣ୍ଡପ କିମ୍ବା ବିଳାସପୂର୍ଣ୍ଣ ହୋଟେଲ ଠାରୁ କମ୍‍ ନୁହେଁ। ବିବାହ କାର୍ଯ୍ୟ ପାଇଁ ବ୍ୟବହାର ଉପକରଣ ଅନୁସାରେ ଭିନ୍ନ ଭିନ୍ନ ପ୍ୟାକେଜ୍‍ ରହିଛି। ସେହିପରି ଜନ୍ମଦିନ ଉତ୍ସବ ପାଇଁ ମଧ୍ୟ ବରାଦ ମୁତାବକ ସାଜସଜ୍ଜା, କେକ୍‍ ଆଦି ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ଏହି ସମସ୍ତ ଉତ୍ସବ ପାଇଁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବୁକିଂ କରିବାକୁ ହେବ। ଏଥିପାଇଁ bookodisha.com ୱେସାଇଟ୍‌ରେ ଆରମ୍ଭ ହୋଇଛି ବୁକିଂ। ତେବେ ଏସମ୍ପର୍କରେ ଅଧିକ ବିବରଣୀ ପାଇଁ odishaecoretreats.comକୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ପର୍ଯ୍ୟଟକ। ଚଳିତ ବର୍ଷ ଚନ୍ଦ୍ରଭାଗା ସମେତ ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡି, ହୀରାକୁଦ, ସୋନାପୁର ଓ କୋରାପୁଟରେ ଆସନ୍ତା ଫେବୃଆରୀ ୧୩ ତାରିଖ ଯାଏ ଅନୁଷ୍ଠିତ ହେବାର ଯୋଜନା ରହିଥିବା ବେଳେ ଏହା ବିଦେଶ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର