ଅନୁମତି ଦେବାରେ ଏନ୍‌ଏମ୍‌ଏର ଟାଳଟୁଳ ନୀତି; ବିଳମ୍ବ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ କାମ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଯୋଜନା। ଏଥିପାଇଁ ବିଧି ବ୍ୟବସ୍ଥା ଅନୁସାରେ ଅନେକ ସଂସ୍ଥାର ଅନୁମୋଦନ ଲୋଡ଼ା ଯାଇଛି। ଏମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମ୍‍ଏ) ବି ରହିଛି। ମାତ୍ର ଏନ୍‍ଏମ୍‍ଏ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ଅନୁମତି ପ୍ରଦାନ କରିନାହିଁ। ଏଥିପାଇଁ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ କାମ ବିଳମ୍ବ ହେଉଥିବା କୁହାଯାଉଛି। ଏନ୍‌ଏମ୍‌ଏର ବିଳମ୍ବ ପଛର କାରଣ […]

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଯୋଜନା। ଏଥିପାଇଁ ବିଧି ବ୍ୟବସ୍ଥା ଅନୁସାରେ ଅନେକ ସଂସ୍ଥାର ଅନୁମୋଦନ ଲୋଡ଼ା ଯାଇଛି। ଏମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମ୍‍ଏ) ବି ରହିଛି। ମାତ୍ର ଏନ୍‍ଏମ୍‍ଏ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ଅନୁମତି ପ୍ରଦାନ କରିନାହିଁ। ଏଥିପାଇଁ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ କାମ ବିଳମ୍ବ ହେଉଥିବା କୁହାଯାଉଛି। ଏନ୍‌ଏମ୍‌ଏର ବିଳମ୍ବ ପଛର କାରଣ ବାଇ ଲ’ ବିବାଦ ନୁହେଁ ତ ବୋଲି ଏମିତି ପ୍ରଶ୍ନବାଚୀ ଅନେକଙ୍କ ମନରେ ସୃଷ୍ଟି ହୋଇଛି। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନଏମ୍‍ଏ। ସେହିପରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ବାଇ-ଲ’କୁ ଦୃଢ ବିରୋଧ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହୋଇଥିବା କୁହାଯାଉଥିଲେ ହେଁ ଭୁବନେଶ୍ୱରର ଦୁଇ ପ୍ରସ୍ତାବିତ ବାଇ-ଲ’ର ସ୍ଥିତି କ’ଣ ତାହା ଏବେ ବି ଅସ୍ପଷ୍ଟ। ସମ୍ଭବତଃ ଏଥିରେ ପ୍ରତିଶୋଧପରାୟଣ ହୋଇ ଏନଏମଏ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଅନୁମତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

ବିଶ୍ୱବାସୀଙ୍କ ନଜର ଟାଣିବା ଭଳି ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବକୁ ନୂଆରୂପ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ନିଖୁଣ କାରୁକାର୍ଯ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଝଲସିବ। ପୁଣି ଭକ୍ତଙ୍କ ପାଇଁ କରାଯିବ ବ୍ୟାପକ ସୁବିଧା ସୁଯୋଗ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ଲାଗି ମନ୍ଦିର ଚତୁଃପାର୍ଶ୍ବରୁ ପ୍ରାୟ ୯୬ ପ୍ରତିଶତ ଜମି ସଂଗ୍ରହ ସରିଥିବାବେଳେ ଉଚ୍ଛେଦ କାର୍ଯ୍ୟ ବି ଜାରି ରହିଛି। ଏହାରି ମଧ୍ୟରେ ଐତିହ୍ୟ କରିଡର୍‌ ପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବା ଲାଗି ଚିଠି କରାଯାଇଛି। କେତେକ ସଂସ୍ଥା ଅନୁମତି ଦେଇସାରିଥିବା ବେଳେ ଆହୁରି କେତେକଙ୍କୁ ଅପେକ୍ଷା କରାଯାଇଛି। ତେବେ ଏନଏମଏ ଅନୁମତି ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନ୍‍ଏମଏ। ଗତ ଜାନୁୟାରୀ ୧୮ରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାସକ ମଧ୍ୟରେ ଏହା ଉପରେ ଆପତ୍ତି, ଅଭିଯୋଗ କିମ୍ବା ମତାମତ ଲୋଡାଯାଇଥିଲା। ଗତ ଫେବୃୟାରୀ ୬ ତାରିଖରେ ଏହା ଜଣାପଡ଼ିବା ପରେ ଉଠିଥିଲା ବିରୋଧର ସ୍ୱର। ହଠାତ୍‍ ଶ୍ରୀମନ୍ଦିର ପାଇଁ କାହିଁକି ଦରକାର ପଡ଼ିଲା ସ୍ୱତନ୍ତ୍ର ବାଇ-ଲ’ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା କାର୍ଯ୍ୟକାରୀ ହେଲେ ଶ୍ରୀକ୍ଷେତ୍ରର ବିକାଶ ଏବଂ ଐତିହ୍ୟ କରିଡର୍‌ ନିର୍ମାଣରେ ବାଧା ଉପୁଜିବ। ତେଣୁ ପ୍ରସ୍ତାବିତ ବାଇ ଲ’କୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ସମସ୍ତେ ବିରୋଧ କରିଥିଲେ। କାରଣ ଏହି ବାଇ ଲ’ରେ ଉଲ୍ଲେଖ ପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବା ଲାଗି ଚିଠି କରାଯାଇଛି। କେତେକ ସଂସ୍ଥା ଅନୁମତି ଦେଇସାରିଥିବା ବେଳେ ଆହୁରି କେତେକଙ୍କୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ: ନୂଆ ନବରଙ୍ଗପୁର ଡିଭିଜନ ଗଠିତ, ସମ୍ବଲପୁର ଅଧୀନକୁ ଗଲା ମୟୂରଭଞ୍ଜ ଓ ରାଇରଙ୍ଗପୁର

ତେବେ ଏନଏମଏ ଅନୁମତି ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନ୍‍ଏମଏ। ଗତ ଜାନୁୟାରୀ ୧୮ରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାସକ ମଧ୍ୟରେ ଏହା ଉପରେ ଆପତ୍ତି, ଅଭିଯୋଗ କିମ୍ବା ମତାମତ ଲୋଡାଯାଇଥିଲା। ଗତ ଫେବୃୟାରୀ ୬ ତାରିଖରେ ଏହା ଜଣାପଡ଼ିବା ପରେ ଉଠିଥିଲା ବିରୋଧର ସ୍ୱର। ହଠାତ୍‍ ଶ୍ରୀମନ୍ଦିର ପାଇଁ କାହିଁକି ଦରକାର ପଡ଼ିଲା ସ୍ୱତନ୍ତ୍ର ବାଇ-ଲ’ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା କାର୍ଯ୍ୟକାରୀ ହେଲେ ଶ୍ରୀକ୍ଷେତ୍ରର ବିକାଶ ଏବଂ ଐତିହ୍ୟ କରିଡ଼ର ନିର୍ମାଣରେ ବାଧା ଉପୁଜିବ। ତେଣୁ ପ୍ରସ୍ତାବିତ ବାଇ ଲ’କୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ସମସ୍ତେ ବିରୋଧ କରିଥିଲେ। କାରଣ ଏହି ବାଇ ଲ’ରେ ଉଲ୍ଲେଖ ରହିଥିଲା ଯେ, ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି କରାଯିବ। ଶ୍ରୀମନ୍ଦିରକୁ ଲାଗି ୧୦୦ ମିଟର ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ଯଦିଓ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନ୍‍ଏମ୍‍ଏର ଅନୁମତି ଆବଶ୍ୟକ। ଏହାଦ୍ୱାରା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହୁଥିବା ସେବାୟତ ପରିବାର ଅଧିକ ମାତ୍ରାରେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗତ ଫେବୃୟାରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସିଥିବା ବେଳେ ପ୍ରସ୍ତାବିତ ବାଇ ଲ’କୁ ଦୃଢ ବିରୋଧ କରିଥିଲେ। କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଉଚିତ୍‍ ବୋଲି କହିଥିଲେ। ଠିକ୍‍ ସେହିଦିନ ଦିଲ୍ଲୀରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ୍‍ କରି ଏହି ବାଇ ଲ’ ପ୍ରତ୍ୟାହାର ଦାବି କରିଥିଲେ। ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଟ୍ୱିଟ୍‍ କରି ଏହି ବାଇ ଲ’ ପ୍ରତ୍ୟାହାରର ସୂଚନା ଦେଇଥିଲେ। ଏବେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ପାଇଁ ଅନୁମତି ଦେବାରେ ଏନଏମ୍‍ଏ ବିଳମ୍ବ ପଛର କାରଣ ବାଇ ଲ’ ବିବାଦ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଳମ୍ବ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି ଯେ ହେରିଟେଜ କରିଡ଼ର ପାଇଁ ଅନେକ ସଂସ୍ଥାଠାରୁ ଅନୁମତି ଦରକାର ଅଛି। ଇତିମଧ୍ୟରେ ବହୁ ସଂସ୍ଥା ଅନୁମତି ଦେଇଥିବା ବେଳେ ଆହୁରି କେତେକ ଅନୁମତି ମିଳିନାହିଁ ରହିଛି। ଏନ୍‍ଏମ୍‍ଏଙ୍କ ନିକଟରେ ଆବେଦନ କରାଯାଇଛି। ମହାପ୍ରଭୁଙ୍କର ଏହି କାମରେ କିଛି ବି ପ୍ରତିବନ୍ଧକ ହେବନି ବୋଲି ବିଶ୍ୱାସ ରହିଛି। ତେବେ ଖୁବ୍‍ଶୀଘ୍ର ବିଭିନ୍ନ ସଂସ୍ଥାଠାରୁ ଅନୁମତି ମିଳି କାମ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର