ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା : ମାର୍ଚ୍ଚ ୫ରୁ ଦେଖି ପାରିବେ ସର୍ବସାଧାରଣ

The Sakala Picture
Published On

ଭୁବନେଶ୍ବର: ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରର ଟର୍ମିନାଲ ଓ୍ବାନ୍‌ରେ ଦେଖିବାକୁ ମିଳିବ ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଯୋଡ଼ାଯୋଡି କାମ ଚାଲିଛି ନିର୍ଦ୍ଧାରିତ ସମୟରେ ଶେଷ ହେବ । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ । ୩ ତାରିଖ ସୁଦ୍ଧା […]

ଭୁବନେଶ୍ବର: ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରର ଟର୍ମିନାଲ ଓ୍ବାନ୍‌ରେ ଦେଖିବାକୁ ମିଳିବ ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଯୋଡ଼ାଯୋଡି କାମ ଚାଲିଛି ନିର୍ଦ୍ଧାରିତ ସମୟରେ ଶେଷ ହେବ । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ । ୩ ତାରିଖ ସୁଦ୍ଧା ଯୋଡ଼ାଯୋଡି କାମ ସମ୍ପୂର୍ଣ୍ଣ ଶେଷ ହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

25 Feb 2023 By The Sakala

ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା : ମାର୍ଚ୍ଚ ୫ରୁ ଦେଖି ପାରିବେ ସର୍ବସାଧାରଣ

ଭୁବନେଶ୍ବର: ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରର ଟର୍ମିନାଲ ଓ୍ବାନ୍‌ରେ ଦେଖିବାକୁ ମିଳିବ ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଯୋଡ଼ାଯୋଡି କାମ ଚାଲିଛି ନିର୍ଦ୍ଧାରିତ ସମୟରେ ଶେଷ ହେବ । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ । ୩ ତାରିଖ ସୁଦ୍ଧା ଯୋଡ଼ାଯୋଡି କାମ ସମ୍ପୂର୍ଣ୍ଣ ଶେଷ ହେବ ।

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର