ଆଜି ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ : ବିନ୍ଦୁସାଗରରେ ତିଳତର୍ପଣ ପରେ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

The Sakala Picture
Published On

ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ପ୍ରତି ବର୍ଷ ଭଳି ଆଜି ସକାଳୁ ପବିତ୍ର ବିନ୍ଦୁ ସାଗର ଠାରେ ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ତଥା ଓଡିଶା ର ପୂର୍ବତନ […]

ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ପ୍ରତି ବର୍ଷ ଭଳି ଆଜି ସକାଳୁ ପବିତ୍ର ବିନ୍ଦୁ ସାଗର ଠାରେ ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତିଳତର୍ପଣ ଅର୍ପଣ କରାଯାଇଛି। କୋଭିଡ କଟକଣାରେ ବିଜୁ ଜନତା ଦଳ ଭୁବନେଶ୍ୱର ପକ୍ଷରୁ ତିଳ ତର୍ପଣ କରାଯାଇଛି ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ନାରାୟଣ ଜେନା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥ।, ନୃପେଶ ନାୟକ, ଦାଶରଥି ଗରାବଡୁ , ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥତ ଥିଲେ।

ଆହୁରି ପଢ଼ନ୍ତୁ: ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ କୁମାର ଜେନା

ଆହୁରି ପଢ଼ନ୍ତୁ: ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି

ଏହାପରେ ବଜୁଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍‍ ଜନନାୟକ, ପ୍ରବାଦ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି। ମାତ୍ର ଅଳ୍ପ ବିଧାୟକ, ନେତାଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତି ସଭା ପାଳନ  କରାଯାଇଛି।

ଆହୁରି ପଢ଼ନ୍ତୁ: ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର, ଛଡ଼ାଇବାକୁ ଆସି ଯୁବକ ଆହତ

ସେହିପରି କୋଭିଡ୍‍ କଟକଣାର ଅନୁପାଳନ ସହିତ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାସୀଙ୍କ ପ୍ରତି ବିଜେଡିର ରହିଥିବା ସାମାଜିକ ପ୍ରତିବଦ୍ଧତାର ପରିପାଳନ ନିମନ୍ତେ ‘ଓଡ଼ିଶା ମୋ ପରିବାର’ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।  ତିରୋଧାନ ଦିବସ ଓ ରକ୍ତଦାନ ଶିବିରରେ ମାସ୍କ ପିନ୍ଧିବା ଏବଂ କୋଭିଡ୍‍ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ସ୍ୱର୍ଗତ ବିଜୁ ବାବୁ ସବୁବେଳେ ଜନ ସେବାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବେଳେ କୋଭିଡ୍‍ ମହାମାରୀ ସମୟରେ ତାଙ୍କର ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀ  ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

17 Apr 2021 By The Sakala

ଆଜି ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ : ବିନ୍ଦୁସାଗରରେ ତିଳତର୍ପଣ ପରେ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ପ୍ରତି ବର୍ଷ ଭଳି ଆଜି ସକାଳୁ ପବିତ୍ର ବିନ୍ଦୁ ସାଗର ଠାରେ ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତିଳତର୍ପଣ ଅର୍ପଣ କରାଯାଇଛି। କୋଭିଡ କଟକଣାରେ ବିଜୁ ଜନତା ଦଳ ଭୁବନେଶ୍ୱର ପକ୍ଷରୁ ତିଳ ତର୍ପଣ କରାଯାଇଛି ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ନାରାୟଣ ଜେନା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥ।, ନୃପେଶ ନାୟକ, ଦାଶରଥି ଗରାବଡୁ , ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥତ ଥିଲେ।

ଏହାପରେ ବଜୁଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍‍ ଜନନାୟକ, ପ୍ରବାଦ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି। ମାତ୍ର ଅଳ୍ପ ବିଧାୟକ, ନେତାଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତି ସଭା ପାଳନ  କରାଯାଇଛି।

ସେହିପରି କୋଭିଡ୍‍ କଟକଣାର ଅନୁପାଳନ ସହିତ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାସୀଙ୍କ ପ୍ରତି ବିଜେଡିର ରହିଥିବା ସାମାଜିକ ପ୍ରତିବଦ୍ଧତାର ପରିପାଳନ ନିମନ୍ତେ ‘ଓଡ଼ିଶା ମୋ ପରିବାର’ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।  ତିରୋଧାନ ଦିବସ ଓ ରକ୍ତଦାନ ଶିବିରରେ ମାସ୍କ ପିନ୍ଧିବା ଏବଂ କୋଭିଡ୍‍ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ସ୍ୱର୍ଗତ ବିଜୁ ବାବୁ ସବୁବେଳେ ଜନ ସେବାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବେଳେ କୋଭିଡ୍‍ ମହାମାରୀ ସମୟରେ ତାଙ୍କର ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀ  ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର