ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

The Sakala Picture
Published On

କେନ୍ଦ୍ରାପଡା : ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଫେରୁଥିବାବେଳେ ୬ ଜଣ ଅସମାଜିକ ଯୁବକଙ୍କ ଆକ୍ରମଣର ଶିକାର ହେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ଚାଟରାପାଟଣାର ବ୍ୟବସାୟୀ ପ୍ରତାପ କୁମାର ମହାନ୍ତି ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଯାଉଥିଲେ l ଏହି ସମୟରେ ହଟାତ ତାଙ୍କ ଗାଡିକୁ ୬ ଜଣ ଯୁବକ ଅଟକାଇଥିଲେ l ଗାଡ଼ରୁ ଓଲ୍ହାଇବା ପରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ଏକ […]

କେନ୍ଦ୍ରାପଡା : ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଫେରୁଥିବାବେଳେ ୬ ଜଣ ଅସମାଜିକ ଯୁବକଙ୍କ ଆକ୍ରମଣର ଶିକାର ହେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ଚାଟରାପାଟଣାର ବ୍ୟବସାୟୀ ପ୍ରତାପ କୁମାର ମହାନ୍ତି ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଯାଉଥିଲେ l ଏହି ସମୟରେ ହଟାତ ତାଙ୍କ ଗାଡିକୁ ୬ ଜଣ ଯୁବକ ଅଟକାଇଥିଲେ l ଗାଡ଼ରୁ ଓଲ୍ହାଇବା ପରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଏକ ଗଛରେ ବାନ୍ଧି ଦେଇଥିଲେ l ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଲାଗିଲେ l ଚାରିଆଡେ ଜାଗା କିଣିଛୁ, ସବୁଆଡେ ଘର ତିଆରି କରିଛୁ, ବ୍ୟବସାୟ ଭଲ କରୁଛୁ ତେବେ ଆମ ଦାଦାବଟି ଟଙ୍କା କାହିଁ କହି ଆକ୍ରମଣ କରି ଚାଲିଲେ l ପ୍ରତାପ ଲହୁଲୁହାଣ ହେଇଯିବାରୁ ତାଙ୍କୁ ଛାଡିଦେଲେ l ଆଉ ସନ୍ଧ୍ୟା ସୁଦ୍ଧା ୨ ଲକ୍ଷ ଟଙ୍କା ନଦେଲେ ତାଙ୍କ ଘରେ ବୋମା ପକାଇ ସମସ୍ତଙ୍କୁ ମାରିଦେବେ ବୋଲି ଧମକ ଦେଲେ l ସେଠାରୁ ଖସି ଆସି ପ୍ରତାପ ରକ୍ତାତ ଅବସ୍ଥାରେ ଟାଉନ ଥାନାରେ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଏକ ମାମଲା ୧୧୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

11 Jul 2021 By The Sakala

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡା : ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଫେରୁଥିବାବେଳେ ୬ ଜଣ ଅସମାଜିକ ଯୁବକଙ୍କ ଆକ୍ରମଣର ଶିକାର ହେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ଚାଟରାପାଟଣାର ବ୍ୟବସାୟୀ ପ୍ରତାପ କୁମାର ମହାନ୍ତି ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଯାଉଥିଲେ l ଏହି ସମୟରେ ହଟାତ ତାଙ୍କ ଗାଡିକୁ ୬ ଜଣ ଯୁବକ ଅଟକାଇଥିଲେ l ଗାଡ଼ରୁ ଓଲ୍ହାଇବା ପରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଏକ ଗଛରେ ବାନ୍ଧି ଦେଇଥିଲେ l ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଲାଗିଲେ l ଚାରିଆଡେ ଜାଗା କିଣିଛୁ, ସବୁଆଡେ ଘର ତିଆରି କରିଛୁ, ବ୍ୟବସାୟ ଭଲ କରୁଛୁ ତେବେ ଆମ ଦାଦାବଟି ଟଙ୍କା କାହିଁ କହି ଆକ୍ରମଣ କରି ଚାଲିଲେ l ପ୍ରତାପ ଲହୁଲୁହାଣ ହେଇଯିବାରୁ ତାଙ୍କୁ ଛାଡିଦେଲେ l ଆଉ ସନ୍ଧ୍ୟା ସୁଦ୍ଧା ୨ ଲକ୍ଷ ଟଙ୍କା ନଦେଲେ ତାଙ୍କ ଘରେ ବୋମା ପକାଇ ସମସ୍ତଙ୍କୁ ମାରିଦେବେ ବୋଲି ଧମକ ଦେଲେ l ସେଠାରୁ ଖସି ଆସି ପ୍ରତାପ ରକ୍ତାତ ଅବସ୍ଥାରେ ଟାଉନ ଥାନାରେ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଏକ ମାମଲା ୧୧୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

https://www.thesakala.in/latest-odisha-news/deadly-attack-on-traders-for-dadabati/article-3673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର