ଡିସେମ୍ବର ୨୪ରୁ ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ : କଟକରେ ଖେଳାଯିବ ସମସ୍ତ ମ୍ୟାଚ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଫ୍ରାଞ୍ଚାଇଜଭିତ୍ତିରେ ଖେଳାଯାଉଥିବା ଖୋ ଖୋ ପ୍ରତିଯୋଗିତା ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ (ୟୁକେକେ)ର ଆଗାମୀ ଦ୍ୱିତୀୟ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ପ୍ରଥମ ସଂସ୍କରଣର ସଫଳତା ପରେ ଅଲ୍ଟିମେଟ୍‌‌ ଖୋ ଖୋ ଏହାର ବିଶାଳ ୨ୟ ସଂସ୍କରଣ ପାଇଁ ଜୋର୍‌‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଡିସେମ୍ବର ୨୪ରୁ ଓଡ଼ିଶାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ’ ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ […]

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଫ୍ରାଞ୍ଚାଇଜଭିତ୍ତିରେ ଖେଳାଯାଉଥିବା ଖୋ ଖୋ ପ୍ରତିଯୋଗିତା ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ (ୟୁକେକେ)ର ଆଗାମୀ ଦ୍ୱିତୀୟ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ପ୍ରଥମ ସଂସ୍କରଣର ସଫଳତା ପରେ ଅଲ୍ଟିମେଟ୍‌‌ ଖୋ ଖୋ ଏହାର ବିଶାଳ ୨ୟ ସଂସ୍କରଣ ପାଇଁ ଜୋର୍‌‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ଡିସେମ୍ବର ୨୪ରୁ ଓଡ଼ିଶାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ’ ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଜାନୁଆରୀ ୧୩ରେ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଆମେ ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌‌ ଉତ୍ସାହିତ ରହିଛୁ। ଏହା ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହଜନକ ସୁଯୋଗ। ଓଡ଼ିଶାର ଯୁବପିଢି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଦ୍ୱିତୀୟ ସଂସ୍କରଣର ଆୟୋଜନ କରି ରାଜ୍ୟବାସୀଙ୍କୁ ଏହି ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ସହ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ଚଳିତ ସଂସ୍କରଣକୁ ଏକ ବିଶାଳ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ରହିଛୁ।’ କ୍ରୀଡ଼ାମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଖୋ ଖୋ ଫେଡେରେଶନ ଅଫ୍‌‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ‘ୟୁକେକେ’ ଅଧିକ ନିୟୋଜିତ ଶୈଳୀରେ ଏହି ସ୍ୱଦେଶୀ କ୍ରୀଡ଼ାକୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଅଲ୍ଟିମେଟ୍‌‌ ଖୋ ଖୋ’ର ସିଇଓ ଓ ଲିଗ୍‌‌ କମିଶନର୍‌‌ ତେଞ୍ଜିଙ୍ଗ ନିୟୋଗି କହିଛନ୍ତି, ‘ସଂସ୍କରଣ-୨ ଆୟୋଜନ ପାଇଁ ସମସ୍ତ ସହାୟତା ଓ ସହଯୋଗ ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଉଦ୍‌‌ଘାଟନୀ ସଂସ୍କରଣର ଚମତ୍କାର ସଫଳତା ବ୍ରାଣ୍ଡଗୁଡିକୁ ବହୁମାତ୍ରାରେ ଆକର୍ଷିତ କରିଥିଲା ଏବଂ ଆମକୁ ନୂଆ ସହଯୋଗୀ ହାସଲ କରିବାରେ ସାହାଯ୍ୟ କରିଥିଲା। ସଂସ୍କରଣ-୨ ଭବିଷ୍ୟତର ନୂତନ ଯୁଗର ସୁପରଷ୍ଟାରମାନଙ୍କୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।’ ନିକଟରେ ଏକ ଘରୋଇ ଇକ୍ୱିଟି ଇନ୍‌‌ଭେଷ୍ଟମେଣ୍ଟ୍‌‌ ଫାର୍ମ ଫିନ୍‌‌ନେଷ୍ଟ (ଏକ ବିଏନ୍‌‌ପି ଗ୍ରୁପ୍‌‌ କମ୍ପାନୀ) ସ୍ୱଦେଶୀ ବିକାଶର କାହାଣୀକୁ ସୁଦୃଢ଼ କରିବା ପାଇଁ ଅଲ୍ଟିମେଟ ଖୋ ଖୋରେ ନିବେଶ କରିଥିଲା। ବିଏନ୍‌‌ପି ଗ୍ରୁପ୍‌‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡଃ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି, ‘ଘରୋଇ କ୍ରୀଡ଼ାକୁ ନୂଆ ରୂପ ଦେଉଥିବା ଏବଂ ଦେଶର ଉଚ୍ଚାଭିଳାଷୀ ଯୁବପିଢିଙ୍କୁ ଉଜ୍ଜ୍ୱଳିତ ହେବା ପାଇଁ ସଶକ୍ତ କରୁଥିବା ଏହି ଆନ୍ଦୋଳନର ଏକ ଅଂଶ ହୋଇ ଆମେ ଉତ୍ସାହିତ। ୟୁକେକେ ହେଉଛି ଆମର ବର୍ଦ୍ଧିତ ସ୍ପୋର୍ଟସ୍‌‌ ଇନ୍‌‌ଭେଷ୍ଟମେଣ୍ଟ୍‌‌ ପ୍ରୋଫାଇଲର ଏକ ଅଂଶବିଶେଷ।’

ଆହୁରି ପଢ଼ନ୍ତୁ: ବିଶ୍ୱର ଶ୍ରେଷ୍ଠ ପାରା ତୀରନ୍ଦାଜ ହେଲେ ଭାରତର ଶୀତଳ ଦେବୀ, ରଚିଲେ ଇତିହାସ

ଉଲ୍ଲେଖଯୋଗ୍ୟ, ଅଲ୍ଟିମେଟ ଖୋ ଖୋ’ର ପ୍ରଥମ ସଂସ୍କରଣ ପୁଣେରେ ଗତବର୍ଷ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦଳ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା। ଦ୍ୱିତୀୟ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଜଗରନଟ୍ସ ସମେତ ଚେନ୍ନାଇ କୁଇକ୍‌‌ ଗନ୍‌‌ସ, ଗୁଜରାଟ ଜାଏଣ୍ଟ୍‌‌ସ, ମୁମ୍ବାଇ ଖିଲାଡିସ୍‌‌, ରାଜସ୍ଥାନ ୱାରିୟର୍ସ, ତେଲୁଗୁ ଯୋଦ୍ଧାଜ୍‌‌ ଆଦି ୬ଟି ଫ୍ରାଞ୍ଚାଇଜ ଟାଇଟଲ୍‌‌ ପାଇଁ ଅବତୀର୍ଣ୍ଣ ହେବେ। ଏଥର ଭାରତର ଶୀର୍ଷ ୧୪୫ ଜଣ ଖେଳାଳି ରହିବେ ଯେଉଁଥିରେ ୧୬ରୁ ୧୮ ବର୍ଷ ବୟସର ୩୩ ଜଣ ଯୁବ ପ୍ରତିଭା ସାମିଲ ରହିଛନ୍ତି। ୟୁକେକେ ସଂସ୍କରଣର ସିଧା ପ୍ରସାରଣ କରାଯିବ।

28 Nov 2023 By The Sakala

ଡିସେମ୍ବର ୨୪ରୁ ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ : କଟକରେ ଖେଳାଯିବ ସମସ୍ତ ମ୍ୟାଚ

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଫ୍ରାଞ୍ଚାଇଜଭିତ୍ତିରେ ଖେଳାଯାଉଥିବା ଖୋ ଖୋ ପ୍ରତିଯୋଗିତା ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ (ୟୁକେକେ)ର ଆଗାମୀ ଦ୍ୱିତୀୟ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ପ୍ରଥମ ସଂସ୍କରଣର ସଫଳତା ପରେ ଅଲ୍ଟିମେଟ୍‌‌ ଖୋ ଖୋ ଏହାର ବିଶାଳ ୨ୟ ସଂସ୍କରଣ ପାଇଁ ଜୋର୍‌‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଡିସେମ୍ବର ୨୪ରୁ ଓଡ଼ିଶାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ’ ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଜାନୁଆରୀ ୧୩ରେ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଆମେ ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌‌ ଉତ୍ସାହିତ ରହିଛୁ। ଏହା ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହଜନକ ସୁଯୋଗ। ଓଡ଼ିଶାର ଯୁବପିଢି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଦ୍ୱିତୀୟ ସଂସ୍କରଣର ଆୟୋଜନ କରି ରାଜ୍ୟବାସୀଙ୍କୁ ଏହି ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ସହ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ଚଳିତ ସଂସ୍କରଣକୁ ଏକ ବିଶାଳ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ରହିଛୁ।’ କ୍ରୀଡ଼ାମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି।

ଖୋ ଖୋ ଫେଡେରେଶନ ଅଫ୍‌‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ‘ୟୁକେକେ’ ଅଧିକ ନିୟୋଜିତ ଶୈଳୀରେ ଏହି ସ୍ୱଦେଶୀ କ୍ରୀଡ଼ାକୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଅଲ୍ଟିମେଟ୍‌‌ ଖୋ ଖୋ’ର ସିଇଓ ଓ ଲିଗ୍‌‌ କମିଶନର୍‌‌ ତେଞ୍ଜିଙ୍ଗ ନିୟୋଗି କହିଛନ୍ତି, ‘ସଂସ୍କରଣ-୨ ଆୟୋଜନ ପାଇଁ ସମସ୍ତ ସହାୟତା ଓ ସହଯୋଗ ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଉଦ୍‌‌ଘାଟନୀ ସଂସ୍କରଣର ଚମତ୍କାର ସଫଳତା ବ୍ରାଣ୍ଡଗୁଡିକୁ ବହୁମାତ୍ରାରେ ଆକର୍ଷିତ କରିଥିଲା ଏବଂ ଆମକୁ ନୂଆ ସହଯୋଗୀ ହାସଲ କରିବାରେ ସାହାଯ୍ୟ କରିଥିଲା। ସଂସ୍କରଣ-୨ ଭବିଷ୍ୟତର ନୂତନ ଯୁଗର ସୁପରଷ୍ଟାରମାନଙ୍କୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।’ ନିକଟରେ ଏକ ଘରୋଇ ଇକ୍ୱିଟି ଇନ୍‌‌ଭେଷ୍ଟମେଣ୍ଟ୍‌‌ ଫାର୍ମ ଫିନ୍‌‌ନେଷ୍ଟ (ଏକ ବିଏନ୍‌‌ପି ଗ୍ରୁପ୍‌‌ କମ୍ପାନୀ) ସ୍ୱଦେଶୀ ବିକାଶର କାହାଣୀକୁ ସୁଦୃଢ଼ କରିବା ପାଇଁ ଅଲ୍ଟିମେଟ ଖୋ ଖୋରେ ନିବେଶ କରିଥିଲା। ବିଏନ୍‌‌ପି ଗ୍ରୁପ୍‌‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡଃ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି, ‘ଘରୋଇ କ୍ରୀଡ଼ାକୁ ନୂଆ ରୂପ ଦେଉଥିବା ଏବଂ ଦେଶର ଉଚ୍ଚାଭିଳାଷୀ ଯୁବପିଢିଙ୍କୁ ଉଜ୍ଜ୍ୱଳିତ ହେବା ପାଇଁ ସଶକ୍ତ କରୁଥିବା ଏହି ଆନ୍ଦୋଳନର ଏକ ଅଂଶ ହୋଇ ଆମେ ଉତ୍ସାହିତ। ୟୁକେକେ ହେଉଛି ଆମର ବର୍ଦ୍ଧିତ ସ୍ପୋର୍ଟସ୍‌‌ ଇନ୍‌‌ଭେଷ୍ଟମେଣ୍ଟ୍‌‌ ପ୍ରୋଫାଇଲର ଏକ ଅଂଶବିଶେଷ।’

ଉଲ୍ଲେଖଯୋଗ୍ୟ, ଅଲ୍ଟିମେଟ ଖୋ ଖୋ’ର ପ୍ରଥମ ସଂସ୍କରଣ ପୁଣେରେ ଗତବର୍ଷ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦଳ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା। ଦ୍ୱିତୀୟ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଜଗରନଟ୍ସ ସମେତ ଚେନ୍ନାଇ କୁଇକ୍‌‌ ଗନ୍‌‌ସ, ଗୁଜରାଟ ଜାଏଣ୍ଟ୍‌‌ସ, ମୁମ୍ବାଇ ଖିଲାଡିସ୍‌‌, ରାଜସ୍ଥାନ ୱାରିୟର୍ସ, ତେଲୁଗୁ ଯୋଦ୍ଧାଜ୍‌‌ ଆଦି ୬ଟି ଫ୍ରାଞ୍ଚାଇଜ ଟାଇଟଲ୍‌‌ ପାଇଁ ଅବତୀର୍ଣ୍ଣ ହେବେ। ଏଥର ଭାରତର ଶୀର୍ଷ ୧୪୫ ଜଣ ଖେଳାଳି ରହିବେ ଯେଉଁଥିରେ ୧୬ରୁ ୧୮ ବର୍ଷ ବୟସର ୩୩ ଜଣ ଯୁବ ପ୍ରତିଭା ସାମିଲ ରହିଛନ୍ତି। ୟୁକେକେ ସଂସ୍କରଣର ସିଧା ପ୍ରସାରଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର