ମିଥ୍ୟା ସତ୍ୟପାଠ ମାମଲା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟଙ୍କ ନୋଟିସ

The Sakala Picture
Published On

କଟକ :ଓଡିଶା ହାଇକୋର୍ଟ ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ଅନିୟମିତତା ମୋକଦ୍ଦମାର ଶୁଣାଣି କରି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ ଜାରି କରିଛନ୍ତି । ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୟ କୁମାର ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଅସଂପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ […]

କଟକ :ଓଡିଶା ହାଇକୋର୍ଟ ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ଅନିୟମିତତା ମୋକଦ୍ଦମାର ଶୁଣାଣି କରି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ ଜାରି କରିଛନ୍ତି । ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୟ କୁମାର ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଅସଂପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନ ନିଜ ନାମରେ ରହିଥିବା ଅପରାଧିକ ମାମଲା ସମ୍ପର୍କିତ ତଥ୍ୟର ଉପଯୁକ୍ତ ପ୍ରସାର କରିନଥିବା ନେଇ ଆବେଦନରେ ଦର୍ଶାଯାଇଛି।

ଅନ୍ୟପଟରେ ଶ୍ରୀ ପ୍ରଧାନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ଅଭିଯୋଗ ଆଣିଛନ୍ତି ଆବେଦନକାରୀ। ଏଣୁ ତାଙ୍କ ନିର୍ବାଚନକୁ ଜନ ପ୍ରତିନିଧି ଆଇନ ଅନୁସାରେ ଅସିଦ୍ଧ ଘୋଷଣା ପାଇଁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସ୍ୱାଧିନ ପ୍ରାର୍ଥୀ ହୋଇଥିବା ଶ୍ରୀ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ପ୍ରକାଶଥାଉକି ଗତ ୨୦୨୪ସାଧାରଣ ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫୯୨୧୬୨ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ପ୍ରଣବପ୍ରକାଶ ଦାସଙ୍କୁ ୪୭୨୩୨୬ଭୋଟ ମିଳିଥିଲା । ଆବେଦନକାରୀ ଶ୍ରୀ ମହାପାତ୍ରଙ୍କୁ ମିଳିଥିଲା ୧୬୯୩ଖଣ୍ଡ ଭୋଟ।

23 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର