କୋଲକାତାରୁ ଚୋରାଚାଲାଣ ହେଉଥିଲା ସୁନା, କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ହେଲା ଜବତ

The Sakala Picture
Published On

କଟକ: କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଶନିବାର ସନ୍ଧ୍ୟାରେ ୯କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି। ଏହି ଚାଲାଣ ଘଟଣାରେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏକ କାର୍‌ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା […]

କଟକ: କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଶନିବାର ସନ୍ଧ୍ୟାରେ ୯କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି। ଏହି ଚାଲାଣ ଘଟଣାରେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏକ କାର୍‌ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ। ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାଣ୍‌କୁ ଅଟକାଇଥିଲେ। ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି। ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା; ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ଜବତ

30 Mar 2024 By The Sakala

କୋଲକାତାରୁ ଚୋରାଚାଲାଣ ହେଉଥିଲା ସୁନା, କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ହେଲା ଜବତ

କଟକ: କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଶନିବାର ସନ୍ଧ୍ୟାରେ ୯କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି। ଏହି ଚାଲାଣ ଘଟଣାରେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏକ କାର୍‌ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ। ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାଣ୍‌କୁ ଅଟକାଇଥିଲେ। ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି। ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର