ଏସ୍‌ସିବିରେ ଡାଏଲିସିସ୍‌ ବନ୍ଦ ! ୨ ମାସ ହେବ ମିଳୁନି ପିଡି ଫ୍ଲୁଇଡ୍‌

ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କଲେ ୨୧ ରୋଗୀ

Deviprasad Mohanty Picture
Published On

କଟକ: ଜଟିଳ ବୃକ୍‌କ (କିଡ୍‌ନୀ) ରୋଗରେ ଆକ୍ରାନ୍ତଙ୍କୁ ବଡ଼ ମେଡିକାଲରେ ଡାଏଲିସିସ୍‌ ସେବା ମିଳୁନାହିଁ। ପିଡି ଫ୍ଲୁଇଡ୍‌ ନଥିବାରୁ ନେଫ୍ରୋଲୋଜି ବିଭାଗରେ ଏହି ଚିକିତ୍ସା ବ୍ୟବସ୍ଥା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଆଜି ୨୧ଜଣ ରୋଗୀ ଏଭଳି ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ୭୦ରୁ ଅଧିକ ରୋଗୀ ଏହି ସମସ୍ୟା ଭୋଗୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ(ଓଏସ୍‌ଏମସି) ପିଡି ଫ୍ଲୁଇଡ୍‌ ଯୋଗାଇବା ବନ୍ଦ କରିଥିବା ବେଳେ ଡିଏମଇଟିଙ୍କ କାର୍ଯ୍ୟାଳୟରୁ ଅର୍ଥ ମଞ୍ଜୁର ନହେବା ଯୋଗୁଁ ବୃକ୍‌କ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଥିବା ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର୍‌ ଡଃ ଗୌତମ ଶତପଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ପ୍ରକାଶଥାଉକି, ବଡ଼ ମେଡିକାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ଗୋଟିଏ ପରେ ଗୋଟିଏ ବିଭାଗ ଏବେ ରୋଗୀଙ୍କୁ ମୌଳିକ ଚିକିତ୍ସା ଯୋଗାଇଦେବା ନିମନ୍ତେ ମଧ୍ୟ ସରକାରୀ ଅର୍ଥକୁ ଅପେକ୍ଷା କରି ରହୁଛନ୍ତି। ଡାଏଲିସିସ୍‌ ନିମନ୍ତେ ପିଡି ଫ୍ଲୁଇଡ୍‌ର ଆବଶ୍ୟକତା ରହିଛି। ବୃକ୍‌କ ଅକାମୀ ହେବାକୁ ଲାଗିଲେ ଡାଏଲିସିସ୍‌ ଜରିଆରେ ପିଡି ଫ୍ଲୁଇଡ୍‌ ବ୍ୟବହାର ଦ୍ୱାରା ରୋଗୀର ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରାଯାଇଥାଏ। ଦୀର୍ଘବର୍ଷ ଧରି ଏସ୍‌ସିବିରେ ରୋଗୀଙ୍କୁ ନିଃଶୁଳ୍କରେ ଡାଏଲିସିସ ସେବା ଯୋଗାଇ ଦିଆଯାଉଛି। ଓଏସ୍‌ଏମସି ପକ୍ଷରୁ ପିଡି ଫ୍ଲୁଇଡ୍‌ ଯୋଗାଇ ଦିଆଯାଏ। ନଚେତ୍‌ ଡିଏମଇଟି କାର୍ଯ୍ୟାଳୟରୁ ଆସୁଥିବା ଅନୁଦାନ ଟଙ୍କାରେ ଏସ୍‌ସିବି କର୍ତ୍ତୃପକ୍ଷ ପିଡି ଫ୍ଲୁଇଡ୍‌ କ୍ରୟ କରିଥା’ନ୍ତି। ଏବେ ପିଡି ଫ୍ଲୁଇଡ୍‌ ନଥିବାରୁ ଡାଏଲସିସି ବନ୍ଦ ହୋଇ ଯାଇଥିବା ଅଭିଯୋଗ ଉଠିଛି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

24 Nov 2025 By Deviprasad Mohanty

ଏସ୍‌ସିବିରେ ଡାଏଲିସିସ୍‌ ବନ୍ଦ ! ୨ ମାସ ହେବ ମିଳୁନି ପିଡି ଫ୍ଲୁଇଡ୍‌

ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କଲେ ୨୧ ରୋଗୀ

କଟକ: ଜଟିଳ ବୃକ୍‌କ (କିଡ୍‌ନୀ) ରୋଗରେ ଆକ୍ରାନ୍ତଙ୍କୁ ବଡ଼ ମେଡିକାଲରେ ଡାଏଲିସିସ୍‌ ସେବା ମିଳୁନାହିଁ। ପିଡି ଫ୍ଲୁଇଡ୍‌ ନଥିବାରୁ ନେଫ୍ରୋଲୋଜି ବିଭାଗରେ ଏହି ଚିକିତ୍ସା ବ୍ୟବସ୍ଥା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଆଜି ୨୧ଜଣ ରୋଗୀ ଏଭଳି ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ୭୦ରୁ ଅଧିକ ରୋଗୀ ଏହି ସମସ୍ୟା ଭୋଗୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ(ଓଏସ୍‌ଏମସି) ପିଡି ଫ୍ଲୁଇଡ୍‌ ଯୋଗାଇବା ବନ୍ଦ କରିଥିବା ବେଳେ ଡିଏମଇଟିଙ୍କ କାର୍ଯ୍ୟାଳୟରୁ ଅର୍ଥ ମଞ୍ଜୁର ନହେବା ଯୋଗୁଁ ବୃକ୍‌କ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଥିବା ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର୍‌ ଡଃ ଗୌତମ ଶତପଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ପ୍ରକାଶଥାଉକି, ବଡ଼ ମେଡିକାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ଗୋଟିଏ ପରେ ଗୋଟିଏ ବିଭାଗ ଏବେ ରୋଗୀଙ୍କୁ ମୌଳିକ ଚିକିତ୍ସା ଯୋଗାଇଦେବା ନିମନ୍ତେ ମଧ୍ୟ ସରକାରୀ ଅର୍ଥକୁ ଅପେକ୍ଷା କରି ରହୁଛନ୍ତି। ଡାଏଲିସିସ୍‌ ନିମନ୍ତେ ପିଡି ଫ୍ଲୁଇଡ୍‌ର ଆବଶ୍ୟକତା ରହିଛି। ବୃକ୍‌କ ଅକାମୀ ହେବାକୁ ଲାଗିଲେ ଡାଏଲିସିସ୍‌ ଜରିଆରେ ପିଡି ଫ୍ଲୁଇଡ୍‌ ବ୍ୟବହାର ଦ୍ୱାରା ରୋଗୀର ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରାଯାଇଥାଏ। ଦୀର୍ଘବର୍ଷ ଧରି ଏସ୍‌ସିବିରେ ରୋଗୀଙ୍କୁ ନିଃଶୁଳ୍କରେ ଡାଏଲିସିସ ସେବା ଯୋଗାଇ ଦିଆଯାଉଛି। ଓଏସ୍‌ଏମସି ପକ୍ଷରୁ ପିଡି ଫ୍ଲୁଇଡ୍‌ ଯୋଗାଇ ଦିଆଯାଏ। ନଚେତ୍‌ ଡିଏମଇଟି କାର୍ଯ୍ୟାଳୟରୁ ଆସୁଥିବା ଅନୁଦାନ ଟଙ୍କାରେ ଏସ୍‌ସିବି କର୍ତ୍ତୃପକ୍ଷ ପିଡି ଫ୍ଲୁଇଡ୍‌ କ୍ରୟ କରିଥା’ନ୍ତି। ଏବେ ପିଡି ଫ୍ଲୁଇଡ୍‌ ନଥିବାରୁ ଡାଏଲସିସି ବନ୍ଦ ହୋଇ ଯାଇଥିବା ଅଭିଯୋଗ ଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର