ଭୁଶୁଡ଼ି ପଡ଼ିଲାଣି SCBର ସ୍ୱାସ୍ଥ୍ୟସେବା : ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧ ନାହିଁ, ଡାଏଲିସିସ ହେଉନି, ୧୪ ଭେଣ୍ଟିଲେଟର ଅଚଳ

The Sakala Picture
Published On

କଟକ : ଚିକିତ୍ସାଧୀନ କୌଣସି ରୋଗୀଙ୍କ ତଥ୍ୟ ସଂଗ୍ରହ ହେଉନି। ଆଇସିୟୁରୁ କାହାକୁ ଡିସ୍‌ଚାର୍ଜ କରାଯିବ, କେଉଁ ୱାର୍ଡରୁ କିଏ ଆଇସିୟୁକୁ ସ୍ଥାନାନ୍ତରିତ ହେବେ, ସେ କାର୍ଯ୍ୟ ସମ୍ପାଦନ କରିବା ମୁସ୍କିଲ ହେଲାଣି। ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ) ଜରିଆରେ ଆସୁଥିବା ଔଷଧ ୧୧ଦିନ ହେଲାଣି ଆସିନାହିଁ। ଯକ୍ଷ୍ମା ରୋଗୀଙ୍କ ନିମନ୍ତେ ଗଚ୍ଛିତ ଔଷଧ ଶେଷ ହେଲାଣି। ଭେଣ୍ଟିଲେଟର ଅଚଳ ବୋଲି ଡାକ୍ତର କହୁଛନ୍ତି। ହେଲେ ସଜାଡ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ବିପର୍ଯ୍ୟସ୍ତ ହେଲାଣି ପରିମଳ ବ୍ୟବସ୍ଥା। […]

କଟକ : ଚିକିତ୍ସାଧୀନ କୌଣସି ରୋଗୀଙ୍କ ତଥ୍ୟ ସଂଗ୍ରହ ହେଉନି। ଆଇସିୟୁରୁ କାହାକୁ ଡିସ୍‌ଚାର୍ଜ କରାଯିବ, କେଉଁ ୱାର୍ଡରୁ କିଏ ଆଇସିୟୁକୁ ସ୍ଥାନାନ୍ତରିତ ହେବେ, ସେ କାର୍ଯ୍ୟ ସମ୍ପାଦନ କରିବା ମୁସ୍କିଲ ହେଲାଣି। ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ) ଜରିଆରେ ଆସୁଥିବା ଔଷଧ ୧୧ଦିନ ହେଲାଣି ଆସିନାହିଁ। ଯକ୍ଷ୍ମା ରୋଗୀଙ୍କ ନିମନ୍ତେ ଗଚ୍ଛିତ ଔଷଧ ଶେଷ ହେଲାଣି। ଭେଣ୍ଟିଲେଟର ଅଚଳ ବୋଲି ଡାକ୍ତର କହୁଛନ୍ତି। ହେଲେ ସଜାଡ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ବିପର୍ଯ୍ୟସ୍ତ ହେଲାଣି ପରିମଳ ବ୍ୟବସ୍ଥା। ବିଭିନ୍ନ ୱାର୍ଡ ଏବେ ଗନ୍ଧ‌ରେ ଫାଟି ପଡ଼ୁଛି। ବଡ଼ ମେଡିକାଲରେ ୪ଜଣ ହସ୍ପିଟାଲ ମ୍ୟାନେଜରଙ୍କ ସମେତ ୨୦ରୁ ଅଧିକ ଷ୍ଟାଫ ଠିକା ସଂସ୍ଥା ଦ୍ୱାରା ଡକାଯାଇଥିବା କାର୍ଯ୍ୟବନ୍ଦରେ ସାମିଲ ହେବା ପରେ ରାଜ୍ୟର ସର୍ବବୃହତ୍‌ ସରକାରୀ ହସ୍ପିଟାଲ ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଗତ ୧୬ ତାରିଖରୁ ୪ଜଣ ଯାକ ହସ୍ପିଟାଲ ମ୍ୟାନେଜର କାର୍ଯ୍ୟରେ ଅସହଯୋଗ କରିଛନ୍ତି। ସେମାନଙ୍କ କାନ୍ଧରେ ହିଁ ମେଡିକାଲର ସମସ୍ତ ବ୍ୟବସ୍ଥା ପରିଚାଳିତ ହେଉଥିଲା। ରେକର୍ଡ ପରିଚାଳନା, ରୋଗୀ ସମନ୍ୱୟ, ବିଭିନ୍ନ ସାମଗ୍ରୀ ୱାର୍ଡକୁ ପ୍ରଦାନ, ଔଷଧ ଯୋଗାଣଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପରିଚାଳନା, ପରିମଳ ବ୍ୟବସ୍ଥାର ଅନୁଧ୍ୟାନ ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ତଦାରଖ କରିବା ହସ୍ପିଟାଲ ମ୍ୟାନେଜରଙ୍କ ଦାୟିତ୍ୱ। ସେମାନଙ୍କ ସମେତ ୮ଜଣ ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ, ୪ଜଣ ଟିବି କୋର୍ଡିନେଟର, ୪ଜଣ ମାଇକ୍ରୋବାୟୋଲୋଜିଷ୍ଟ, ଜଣେ ଆରବିଏସ୍‌କେ ମ୍ୟାନେଜର୍‌, ୬ଜଣ ନର୍ସିଂ ଅଫିସର, ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରେ ଅସହଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଫଳସ୍ୱରୂପ, ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ଏବେ କାମଚଳା ଢ଼ଙ୍ଗରେ ଚାଲିଛି। ହସ୍ପିଟାଲ ମ୍ୟାନେଜରମାନଙ୍କ ସହଯୋଗରେ ହେଉଥିବା କାର୍ଯ୍ୟ ବନ୍ଦ ରହିବା ପରେ ଆଇସିୟୁକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ସୁଚାରୁରୂପେ ହୋଇପାରୁନାହିଁ। ଅପରିଷ୍କାର ବେଡସିଟ୍‌ରେ ରୋଗୀ ଶୋଇ ରହୁଛନ୍ତି। ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଜଣେ ଡାକ୍ତର ଅଭିଯୋଗରେ କହିଛନ୍ତି କି, ଆଉଟଡୋରରେ ଏବେ ବହୁତ ସମସ୍ୟା ରହିଛି। ହେଲେ ଏହାର ସମସ୍ୟା ବାବଦରେ କାହାକୁ ଅବଗତ କରି ହେଉନାହିଁ। ଏସି ଅଚଳ ଥିବା ବେଳେ ଗରମ ହେଉଛି। ରୋଗୀ ଦେଖା ଅସହଜ ଲାଗୁଛି। ହେଲେ ହସ୍ପିଟାଲ ମ୍ୟାନେଜର ଏଭଳି ଅଭିଯୋଗ ଏବେ ରଖିବାକୁ ରାଜି ନାହାନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ୨୦ରୁ ଅଧିକ ଏବଂ ଏସ୍‌ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ୧୦ରୁ ଅଧିକ ଷ୍ଟାଫ ମଧ୍ୟ ଏଭଳି ଧାରଣାରେ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

28 Mar 2025 By The Sakala

ଭୁଶୁଡ଼ି ପଡ଼ିଲାଣି SCBର ସ୍ୱାସ୍ଥ୍ୟସେବା : ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧ ନାହିଁ, ଡାଏଲିସିସ ହେଉନି, ୧୪ ଭେଣ୍ଟିଲେଟର ଅଚଳ

କଟକ : ଚିକିତ୍ସାଧୀନ କୌଣସି ରୋଗୀଙ୍କ ତଥ୍ୟ ସଂଗ୍ରହ ହେଉନି। ଆଇସିୟୁରୁ କାହାକୁ ଡିସ୍‌ଚାର୍ଜ କରାଯିବ, କେଉଁ ୱାର୍ଡରୁ କିଏ ଆଇସିୟୁକୁ ସ୍ଥାନାନ୍ତରିତ ହେବେ, ସେ କାର୍ଯ୍ୟ ସମ୍ପାଦନ କରିବା ମୁସ୍କିଲ ହେଲାଣି। ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ) ଜରିଆରେ ଆସୁଥିବା ଔଷଧ ୧୧ଦିନ ହେଲାଣି ଆସିନାହିଁ। ଯକ୍ଷ୍ମା ରୋଗୀଙ୍କ ନିମନ୍ତେ ଗଚ୍ଛିତ ଔଷଧ ଶେଷ ହେଲାଣି। ଭେଣ୍ଟିଲେଟର ଅଚଳ ବୋଲି ଡାକ୍ତର କହୁଛନ୍ତି। ହେଲେ ସଜାଡ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ବିପର୍ଯ୍ୟସ୍ତ ହେଲାଣି ପରିମଳ ବ୍ୟବସ୍ଥା। ବିଭିନ୍ନ ୱାର୍ଡ ଏବେ ଗନ୍ଧ‌ରେ ଫାଟି ପଡ଼ୁଛି। ବଡ଼ ମେଡିକାଲରେ ୪ଜଣ ହସ୍ପିଟାଲ ମ୍ୟାନେଜରଙ୍କ ସମେତ ୨୦ରୁ ଅଧିକ ଷ୍ଟାଫ ଠିକା ସଂସ୍ଥା ଦ୍ୱାରା ଡକାଯାଇଥିବା କାର୍ଯ୍ୟବନ୍ଦରେ ସାମିଲ ହେବା ପରେ ରାଜ୍ୟର ସର୍ବବୃହତ୍‌ ସରକାରୀ ହସ୍ପିଟାଲ ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି।

ଗତ ୧୬ ତାରିଖରୁ ୪ଜଣ ଯାକ ହସ୍ପିଟାଲ ମ୍ୟାନେଜର କାର୍ଯ୍ୟରେ ଅସହଯୋଗ କରିଛନ୍ତି। ସେମାନଙ୍କ କାନ୍ଧରେ ହିଁ ମେଡିକାଲର ସମସ୍ତ ବ୍ୟବସ୍ଥା ପରିଚାଳିତ ହେଉଥିଲା। ରେକର୍ଡ ପରିଚାଳନା, ରୋଗୀ ସମନ୍ୱୟ, ବିଭିନ୍ନ ସାମଗ୍ରୀ ୱାର୍ଡକୁ ପ୍ରଦାନ, ଔଷଧ ଯୋଗାଣଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପରିଚାଳନା, ପରିମଳ ବ୍ୟବସ୍ଥାର ଅନୁଧ୍ୟାନ ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ତଦାରଖ କରିବା ହସ୍ପିଟାଲ ମ୍ୟାନେଜରଙ୍କ ଦାୟିତ୍ୱ। ସେମାନଙ୍କ ସମେତ ୮ଜଣ ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ, ୪ଜଣ ଟିବି କୋର୍ଡିନେଟର, ୪ଜଣ ମାଇକ୍ରୋବାୟୋଲୋଜିଷ୍ଟ, ଜଣେ ଆରବିଏସ୍‌କେ ମ୍ୟାନେଜର୍‌, ୬ଜଣ ନର୍ସିଂ ଅଫିସର, ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରେ ଅସହଯୋଗ କରିଛନ୍ତି।

ଫଳସ୍ୱରୂପ, ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ଏବେ କାମଚଳା ଢ଼ଙ୍ଗରେ ଚାଲିଛି। ହସ୍ପିଟାଲ ମ୍ୟାନେଜରମାନଙ୍କ ସହଯୋଗରେ ହେଉଥିବା କାର୍ଯ୍ୟ ବନ୍ଦ ରହିବା ପରେ ଆଇସିୟୁକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ସୁଚାରୁରୂପେ ହୋଇପାରୁନାହିଁ। ଅପରିଷ୍କାର ବେଡସିଟ୍‌ରେ ରୋଗୀ ଶୋଇ ରହୁଛନ୍ତି। ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଜଣେ ଡାକ୍ତର ଅଭିଯୋଗରେ କହିଛନ୍ତି କି, ଆଉଟଡୋରରେ ଏବେ ବହୁତ ସମସ୍ୟା ରହିଛି। ହେଲେ ଏହାର ସମସ୍ୟା ବାବଦରେ କାହାକୁ ଅବଗତ କରି ହେଉନାହିଁ। ଏସି ଅଚଳ ଥିବା ବେଳେ ଗରମ ହେଉଛି। ରୋଗୀ ଦେଖା ଅସହଜ ଲାଗୁଛି। ହେଲେ ହସ୍ପିଟାଲ ମ୍ୟାନେଜର ଏଭଳି ଅଭିଯୋଗ ଏବେ ରଖିବାକୁ ରାଜି ନାହାନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ୨୦ରୁ ଅଧିକ ଏବଂ ଏସ୍‌ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ୧୦ରୁ ଅଧିକ ଷ୍ଟାଫ ମଧ୍ୟ ଏଭଳି ଧାରଣାରେ ସାମିଲ ଅଛନ୍ତି।

https://www.thesakala.in/latest-odisha-news/cuttack/healthcare-services-have-collapsed-in-scb-medical-college-hospital/article-39629
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର