ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି

The Sakala Picture
Published On

ଭୁବନେଶ୍ବର: ଆଜିଠୁ ବନ୍ଦ ରହିବ ହାଇକୋର୍ଟ। ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି। ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ। କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ […]

ଭୁବନେଶ୍ବର: ଆଜିଠୁ ବନ୍ଦ ରହିବ ହାଇକୋର୍ଟ। ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି। ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ। କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଜରୁରୀ ମାମଲା ଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ସେଗୁଡ଼ିକୁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ତାଲିକା ଭୁକ୍ତ କରାଯିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

22 May 2023 By The Sakala

ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ବର: ଆଜିଠୁ ବନ୍ଦ ରହିବ ହାଇକୋର୍ଟ। ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି। ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ। କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ।

ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଜରୁରୀ ମାମଲା ଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ସେଗୁଡ଼ିକୁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ତାଲିକା ଭୁକ୍ତ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର