ମନୋରଞ୍ଜନ

କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

Madhusudan Das Picture
Published On

ରାଉରକେଲା: ନିଜକୁ ଗୁଳି କଲେ CRPF ଯବାନ । ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ । ରାଉରକେଲାର ଲାଠିକଟା ଥାନା ମାଟକଝରଣ ଗାଁରେ ଘଟିଛି ରପରି ଅଭାବନୀୟ ଘଟଣା । ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ୍ ଯବାନ। । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ହେଲେ ହାବିଲଦାର ରାଙ୍କର ସୁବାସ ପ୍ରସାଦ । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମହିଳା ଥାନାରୁ ଫେରାର୍ ହୋଇଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

ସୂଚନାନୁଯାୟୀ, ମାଓବାଦୀ ଦମନ ଲାଗି ମାତକମଝରଣରେ ସିଆରପିଏଫ୍ କ୍ୟାମ୍ପ ରହିଛି। ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ। ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ଖବର ପାଇ ଲାଠିକଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆରଜିଏଚକୁ ଆଣିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ। ତେବେ ସେ କ'ଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଆଦିବାସୀ ଭାଇଭଉଣୀଙ୍କୁ ଉଡ଼ିବାର ସୁଯୋଗ ଦେଇଥିଲା ବିଜେଡି: ସୁଜାତା

09 Feb 2026 By Madhusudan Das

କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

ରାଉରକେଲା: ନିଜକୁ ଗୁଳି କଲେ CRPF ଯବାନ । ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ । ରାଉରକେଲାର ଲାଠିକଟା ଥାନା ମାଟକଝରଣ ଗାଁରେ ଘଟିଛି ରପରି ଅଭାବନୀୟ ଘଟଣା । ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ୍ ଯବାନ। । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ହେଲେ ହାବିଲଦାର ରାଙ୍କର ସୁବାସ ପ୍ରସାଦ । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନାନୁଯାୟୀ, ମାଓବାଦୀ ଦମନ ଲାଗି ମାତକମଝରଣରେ ସିଆରପିଏଫ୍ କ୍ୟାମ୍ପ ରହିଛି। ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ। ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ଖବର ପାଇ ଲାଠିକଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆରଜିଏଚକୁ ଆଣିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ। ତେବେ ସେ କ'ଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର