ନଦୀ ପାର ପାଇଁ ଗଛ ଭରସା

The Sakala Picture
Published On

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଆଜି ବି ଲୋକେ ଗଛକୁ ପୋଲ ଭାବେ ବ୍ୟବହାର କରି ଯାତାୟାତ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଘୁଝୁଳି ପଞ୍ଚାୟତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ପଞ୍ଚାୟତର ବେତେଗଣ୍ଡା ଗ୍ରାମ ଆହୁରି ଦୁର୍ଗମ ଇଲାକାରେ ରହିଛି। ଏହି ସବୁ ଗ୍ରାମ ମୌଳିକ ସୁବିଧାରେ ଏବେ ବି ଅପହଞ୍ଚ ରହିଛି। ଯେଉଁଠି କି ପ୍ରଶାସନିକ […]

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଆଜି ବି ଲୋକେ ଗଛକୁ ପୋଲ ଭାବେ ବ୍ୟବହାର କରି ଯାତାୟାତ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଘୁଝୁଳି ପଞ୍ଚାୟତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ପଞ୍ଚାୟତର ବେତେଗଣ୍ଡା ଗ୍ରାମ ଆହୁରି ଦୁର୍ଗମ ଇଲାକାରେ ରହିଛି। ଏହି ସବୁ ଗ୍ରାମ ମୌଳିକ ସୁବିଧାରେ ଏବେ ବି ଅପହଞ୍ଚ ରହିଛି। ଯେଉଁଠି କି ପ୍ରଶାସନିକ ଅଧିକାରୀ ବା ରାଜନେତାଙ୍କ ପାଦ ପଡେନି କେବେ। ଗ୍ରାମବାସୀ ଭଲ ରାସ୍ତାଟିଏ ପାଇଁ ନେହୁରା ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ସାଂସଦ, ପ୍ରଶାସନ ପ୍ରଭୃତିଙ୍କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ବେତେଗଣ୍ଡା ଗ୍ରାମବାସୀ। ଅଧିକାଂଶ ଗାଁକୁ ଏବେବି ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହି ବ୍ଳକ ଦେଇ ପ୍ରବାହିତ ହରଭଙ୍ଗୀ ନଦୀ ରାୟଗଡ଼ା ଜିଲ୍ଲାରେ ବଂଶଧାରାରେ ମିଶିଛି। ତେବେ ବେତେଗଣ୍ଡା ଗ୍ରାମ ପାଇଁ ବିକାଶରେ ପ୍ରତିବନ୍ଧକ ସାଜିଛି ହରଭଙ୍ଗୀ ନଦୀ। ନଦୀରେ ପୋଲ ନ ଥିବାରୁ ଗ୍ରାମବାସୀ ଗଛ ଡାଳରେ ବିପଦସଂକୁଳ ଭାବେ ପାରି ହେଉଛନ୍ତି
ଯାହାଫଳରେ ଘୁଝୁଳି ପଞ୍ଚାୟତର ବେତେଗଣ୍ଡାର ୪୦ପରିବାର , ପଣସଡିଅରେ ୩୦ ପରିବାର ବାମପଦାରେ ୩୦ ପରିବାର ଏପରି ୧୦୦ରୁ ଊର୍ଦ୍ଧ୍ବ ପରିବାର ଗମନାଗମନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗର୍ଭବତୀଙ୍କୁ ଡାକ୍ତରଖାନା ନେବା କିମ୍ବା ବୃଦ୍ଧବୃଦ୍ଧା ଉତ୍ତା ବା ଅନ୍ୟ କୌଣସି କାର୍ଯ୍ୟରେ ଯିବାଆସିବା କରିବ। ଏହି ଗଛ ପୋଲରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତୁରନ୍ତ ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ୩ ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ପୁଙ୍ଖଳି ପଞ୍ଚାୟତର ସରପଞ୍ଚ ସୁବାସିନୀ ମାଝୀ, ସମିତିସଭ୍ୟ ଲତା ମାଝୀ, ରିନା ମାଝୀ, ପ୍ରଶାନ୍ତ ମାଝୀ, ଦାନିଏଲ ମାଝୀ, ନିଶା ମାଝୀ ପ୍ରମୁଖ ପ୍ରଶାସନକୁ ଜଣାଇବା ସହ ଆଗାମୀ ଦିନରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ପୁଲିସକୁ ବଡ ସଫଳତା: ୪୫ ଲକ୍ଷ ଟଙ୍କାର ଗୁଟ୍‌ଖା-ତମାଖୁ ସହ ନଗଦ ୨.୯୪ ଲକ୍ଷ ଟଙ୍କା ଜବତ, ୩ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର