ରାଜ୍ୟରେ ଥଣ୍ଡାର ଥାର୍ଡ଼ ଡିଗ୍ରୀ, ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ଯୋଗୁଁ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। କ୍ରମାଗତ ୪ ଦିନ ହେବ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଛି। ତେଣୁ ଶୀତ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ବୁଧବାର ସକାଳ ସୁଦ୍ଧା ଫୁଲବାଣୀରେ ତାପମାତ୍ରା ୩.୬ ଡିଗ୍ରୀ ରହିଥିବା ବେଳେ ଏହି […]

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ଯୋଗୁଁ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। କ୍ରମାଗତ ୪ ଦିନ ହେବ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଛି। ତେଣୁ ଶୀତ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ବୁଧବାର ସକାଳ ସୁଦ୍ଧା ଫୁଲବାଣୀରେ ତାପମାତ୍ରା ୩.୬ ଡିଗ୍ରୀ ରହିଥିବା ବେଳେ ଏହି ସହର ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼଼ ୬ ଡିଗ୍ରୀ ରହିଛି। କେନ୍ଦୁଝର ଓ ସୁବର୍ଣ୍ଣପୁର ୬.୪ ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼଼ରେ ୬.୫ ଡିଗ୍ରୀ, ଭବାନୀପାଟଣା ୬.୮, କୋରାପୁଟ ୭, ଅନୁଗୁଳ, ବୌଦ୍ଧ ୮ ଡିଗ୍ରୀ, ହୀରାକୁଦ ୮.୪, ବଲାଙ୍ଗିର ୮.୫, ସମ୍ୱଲପୁର ୮.୬ ଡିଗ୍ରୀ ନୟାଗଡ଼଼ ଓ ତାଳଚେର ୯, ଚାନ୍ଦବାଲି ୯.୭ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱର ୧୦.୧ ଓ କଟକ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସ୍ଥିତି ଦିନେ ଦୁଇ ଦିନ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗୁରୁବାର ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ଆଶଙ୍କା ଥିବାରୁ ଏହି ୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗୁରୁବାର ପରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବ। ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଶ୍ରୀ ଦାସ କହିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ରାତିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ। ରାତି ଭଳି ଦିନର ତାପମାତ୍ରା ମଧ୍ୟ ବୃଦ୍ଧି ହେବ। ୨୭ ସୁଦ୍ଧା ଉପକୂଳ, କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣରେ ପ୍ରାୟସ ୭ ଡିଗ୍ରୀ ସେସିୟସ ବଢ଼଼ିବା ବେଳେ ସୁନ୍ଦରଗଡ଼଼, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼଼ିବ। ୨୮ରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼଼ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ୨୮-୩୦ ପାଗ ମେଘୁଆ ରହିବାର ଥିବା ବେଳେ ୨୯ ଓ ୩୦ରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର