ବିଜୁ ପକ୍କା ଘର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମରାମତି ପାଇଁ ମିଳିବ ୩ ହଜାର ଟଙ୍କା ସହାୟତା

The Sakala Picture
Published On

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ହିତାଧିକାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି। ଏଣିକି ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ସହାୟତା। ବିଜୁ ପକ୍କା ଘର ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ। ଏହାଦ୍ବାରା ରାଜ୍ୟର ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ।  କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି […]

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ହିତାଧିକାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି। ଏଣିକି ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ସହାୟତା। ବିଜୁ ପକ୍କା ଘର ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ। ଏହାଦ୍ବାରା ରାଜ୍ୟର ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ।  କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଘର ହେଉଛି ଗୋଟିଏ ପରିବାରର ପରିଚୟ । ଭଲ ଘରଟିଏ ସମସ୍ତଙ୍କ ସ୍ୱପ୍ନ । ଓଡ଼ିଶା ଉପରେ ସବୁବେଳେ ବାତ୍ୟା, ବନ୍ୟାର ଭୟ ରହୁଛି । ପ୍ରତିବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଛାତ ଥିଲା ବିଜୁବାବୁଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ୨୦୧୪ର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲୁ । ଏହି ଦିଗରେ ଭଲ କାମ ହୋଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ଗ୍ରାମାଞ୍ଚଳରେ ଘର ତିଆରିରେ ଓଡ଼ିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ୨୦୧୪ରୁ ଏ ପର୍ଯ୍ଯନ୍ତ ରାଜ୍ୟ ସରକାର ଗୃହ ନିର୍ମାଣ ପାଇଁ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ନିଜ ପାଣ୍ଠିରୁ ବିଜୁ ପକ୍କାଘର, ଶ୍ରମିକ ନିର୍ମାଣ ସହ ଖଣି ଅଞ୍ଚଳ ପକ୍କାଘର ଯୋଜନା କରିଛନ୍ତି । ଏଥିସହ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ରହିଛି । ଏଥିପାଇଁ ରାଜ୍ୟ ସରକାର ଅଧା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅନେକ ପରିବାର ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ଦୁଃଖର କଥା ଆଦିବାସୀ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । କୋଭିଡ୍ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଘରର ଛୋଟ ଛୋଟ ମରାମତି ଏପରିକି ଘରେ ଚୂନ ଦେବାରେ ଅସୁବିଧା ହେଉଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାରେ ସାରାଦ ଦେଶରେ ଓଡ଼ିଶା ପ୍ରଥମ ।

ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବ । ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚା ହେବ । ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ ହେବ ।

ମୋ ସରକାର ଥିବା ଯାଏ ରାଜ୍ୟର ଭାଇଭଉଣୀଙ୍କୁ ହଇରାଣ ହେବାକୁ ଦେବି ନାହିଁ। ମୁଁ ଚାହେଁ ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବି ଗ୍ରହଣ ନକଲେ ମଧ୍ୟ ଚିନ୍ତା କରନ୍ତୁ ନାହିଁ । ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛନ୍ତି, ଘର ଦେବାକୁ ଆମେ ପଦକ୍ଷେପ ନେବୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର