କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦଙ୍କୁ ଶାଣିତ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ତାଙ୍କୁ ସାଂସଦ କଲି । କିନ୍ତୁ ସେ କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ । ୧୦ ବର୍ଷ ପାଇଁ ସାଂସଦ ହୋଇଥିଲେ । କିନ୍ତୁ ସେ […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦଙ୍କୁ ଶାଣିତ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ତାଙ୍କୁ ସାଂସଦ କଲି । କିନ୍ତୁ ସେ କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ । ୧୦ ବର୍ଷ ପାଇଁ ସାଂସଦ ହୋଇଥିଲେ । କିନ୍ତୁ ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ବିରୋଧିଦଳ ନେତା ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଥିଲେ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ ଆଦି କେମିତି ଲାଗୁଛି ବୋଲି ପ୍ରଶ୍ନ କରି ଲୋକଙ୍କ ଠାରୁ ମତାମତ ନେଇଥିଲେ । ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ମୁଖ୍ୟମନ୍ତ୍ରୀ କହିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ । ବିଜୁ ଜନତା ସରକାର ମାଗଣା ବିଜୁଳି ଦେବ । ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଏହାପରେ ସେ ପଚାରିଥିଲ ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ପ୍ରଚାରରେ ଯୋଗଦେଇ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଲେ ଯେ, ବିଜେପି ଦଳ ବାହାରୁ ବହୁତ ନେତା ଆଣୁଛନ୍ତି, ବଡ଼ ବଡ଼ ନେତା ଆଣୁଛନ୍ତି । ଯେତେ ବଡ଼ ବଡ଼ ନେତା ବାହାରୁ ଆଣିଲେ ମଧ୍ୟ କେନ୍ଦ୍ରାପଡ଼ାରେ କିଛି ପ୍ରଭାବ ପଡ଼ିବନାହିଁ ବୋଲି ସେ ଦୃଢ଼ ସ୍ୱରରେ କହିଥିଲେ । କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ପରିଶ୍ରମ ବିଷୟରେ ବର୍ଣ୍ଣନା କରି ସେ କହିଲେ ଯେ, କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ଭାରତବର୍ଷର ସବୁଠୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିଛନ୍ତି । ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି । ବହୁତ କଠିନ ପରିଶ୍ରମ କରି ଆଣିଛନ୍ତି । ଏଥିପାଇଁ ଜାପାନର ନିପନ କମ୍ପାନୀ ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ମୁଖ୍ୟମନ୍ତ୍ରୀ ବହୁତ କଷ୍ଟ ସ୍ୱୀକାର କରିଥିଲେ । ସିଙ୍ଗାପୁରରୁ ଜାପାନ ଯିବା ସମୟରେ ଭଲ ସିଟ୍‍ ମିଳି ନ ଥିଲା ବିମାନରେ, ପରେ ଯିବା ପାଇଁ କହିଥିଲୁ । କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇନଥିଲେ । ଯେହେତୁ ନିପନ ଗ୍ରୁପ୍‍ ସହିତ ଭେଟହେବାର ଥିଲା, ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ଜାକି କରି ଯାଇଥିଲେ। ଜାପାନରେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ଏଥିରୁ ଆପଣ ଜାଣନ୍ତୁ କେନ୍ଦ୍ରାପଡ଼ା ପ୍ରତି ତାଙ୍କର କେତେ ପ୍ରତିବଦ୍ଧତା ।

ପୂର୍ବତନ ସାଂସଦ ଙ୍କୁ କଡ଼ା ଜବାବ ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀକୁ ୨ ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପଠାଇଥିଲେ । ସାଂସଦ ହେବା ଆଗରୁ ତାଙ୍କର ପାରିବାରିକ କମ୍ପାନୀର ସ୍ଥିତି କଣ ଥିଲା ? ସାଂସଦ ହେବା ପରେ ତାଙ୍କ କମ୍ପାନୀର ବହୁତ ଲାଭ ହୋଇଛି । ସାଂସଦ ହେବା ପରେ ସେ ନିଜ ପାଇଁ ଲାଗିଲେ ଓ ନିଜ କମ୍ପାନୀର ଲାଭ ପାଇଁ ଲାଗିଲେ । କମ୍ପାନୀ ପାଇଁ ରେଲୱେ ସାଇଡ଼ିଂ ଆଣିଲେ । କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ । ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନୀର ଲୋନ ଛାଡ଼୍‍ କଲେ । ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବାପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହି ଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ । ଏପରିକି ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ତାଙ୍କ ଦେହ ଖରାପ ବିଷୟରେ ପଚାରିଥିଲେ । ସମସ୍ତେ କହିଥିଲେ ଯେ ଆମକୁ କେନ୍ଦ୍ରାପଡା ର ଜନୈକ ପୂର୍ବତନ ସାଂସଦ ଆପଣଙ୍କ ଦେହ ଖରାପ ବିଷୟରେ କହିଛନ୍ତି । ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ । ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍‍ ।

ଏଥିରୁ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି । ଏଭଳି ଲୋକଙ୍କୁ ଆପଣ ଭୋଟ ଦେବେ କି ? ବିଜୁବାବୁଙ୍କ କର୍ମଭୂମି ଥିଲା ଏହି କେନ୍ଦ୍ରାପଡ଼ା ମାଟି । କେନ୍ଦ୍ରାପଡ଼ାର ବିକାଶ ବହୁତ କାମ କରିଥିଲେ । ବାହାରୁ ବଡ଼ ବଡ଼ ନେତା ଆସିବେ ମିଛ କଥା କହିବେ, ଅପପ୍ରଚାର କରିବେ । ସେମାନଙ୍କ କୁମ୍ଭୀର କାନ୍ଦଣାର ଆପଣମାନେ ଉଚିତ ଜବାବ୍‍ ଦିଅନ୍ତୁ ।

ସେ ପୁଣି କହିଲେ ଯେ, ଆପଣମାନଙ୍କ ଓ ବଳଦେବଜୀଉଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼୍‍ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ । ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ୍‍ ସୁବିଧା ଦେବେ । କେନ୍ଦ୍ରାପଡ଼ା ମିଶନଶକ୍ତି ଫେଡେରେସନ ବହୁତ ଭଲ କାମ କରୁଛି । ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କୁ ସଂଶୋଧିତ ନୂଆ-ଓ ସ୍କଲାରସିପ୍‍ ଦେବେ, ଝିଅ ପାଇବେ ୧୪ ହଜାର, ପୁଅ ପାଇବେ ୧୨ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ଏତେ ଭଲ କାମ କରୁଛନ୍ତି ଯେ, ଯେତେ ବାହାର ନେତା ଆସି ଅପପ୍ରଚାର କଲେ ସେମାନେ ଜିତିବେ ନାହିଁ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ, ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ କେବଳ ନବୀନ ପଟ୍ଟନାୟକ ହିଁ ଏକ ନମ୍ୱର କରିବେ । ପାରାଦୀପ ଓ ଜଗତସିଂହପୁରରେ ବିଜେପିର ମିଛ ପ୍ରତିଶ୍ରୁତିକୁ ଧରା ପକେଇ ସେ କହିଲେ ଯେ, ବିଜେପି ଦଳ ମେନିଫେଷ୍ଟୋରେ ଲେଖିଛି — ସେମାନେ କ୍ଷମତାକୁ ଆସିଲେ, ଆୟୁଷ୍ମାନ ଯୋଜନା ଲାଗୁ କରିବେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ଲୋକ । ଏଥିରେ ସାମିଲ ହୋଇପାରିବେ, ଅଧା ଲୋକ ଉପକୃତ ହେବେ । ବି.ଏସ୍‍.କେ.ୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି । ଆପଣ ଏବେ ଚିନ୍ତା କରନ୍ତୁ, ଆପଣଙ୍କର ଅଧା ଦରକାର ନା ପୁରା ଦରକାର ।

ଦ୍ୱିତୀୟରେ କହିଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ । ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ । ତୃତୀୟରେ କହିଛନ୍ତି, ପ୍ରତି ମହିଳାଙ୍କୁ ୫୦ ହଜାର ଦେବେ । ପୂର୍ବ ନିର୍ବାଚନ ସମୟରେ କହିଥିଲେ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ । କୁଆଡ଼େ ଗଲା ? ତାଙ୍କୁ ପଚାରନ୍ତୁ । ମିଛ କହିବାର ସୀମା ଅଛି, ମିଛ କଥାରେ ଜମା ପଡ଼ନ୍ତୁ ନାହିଁ ବୋଲି ସେ କହିଥିଲେ । ସେ ପୁଣି କହିଲେ ଯେ, ସେମାନେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସେମାନଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ । କର୍ମୀମାନଙ୍କୁ କହିଲେ ଅଧିକ ମାର୍ଜିନରେ ପ୍ରାର୍ଥୀମାନଙ୍କୁ ଜିତାଇଲେ । ସ୍ୱତନ୍ତ୍ର ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ

27 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର