ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଉଦଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି ମାନେ ରହିବା, ଟ୍ରେନିଂ ସହ ବିଭିନ୍ନ ସୁବିଧା ରହିଥିଲା । ଏହି ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ହକି ହାଇ ପରଫରମାନ୍ସ ସେଣ୍ଟରର ୫ ମହଲା ବିଶିଷ୍ଟ କୋଠାକୁ ଉଦଘାଟନ […]

ଭୁବନେଶ୍ୱର: ଉଦଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି ମାନେ ରହିବା, ଟ୍ରେନିଂ ସହ ବିଭିନ୍ନ ସୁବିଧା ରହିଥିଲା । ଏହି ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ହକି ହାଇ ପରଫରମାନ୍ସ ସେଣ୍ଟରର ୫ ମହଲା ବିଶିଷ୍ଟ କୋଠାକୁ ଉଦଘାଟନ କରାଯାଇଛି ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି କଳିଙ୍ଗ ଷ୍ଟାଡିୟମ ପରିସରରେ କ୍ରୀଡ଼ାର ବିକାଶ ପାଇଁ ଅନେକ ହାଇ ପରଫରମାନ୍ସ ସେଣ୍ଟର ନିର୍ମାଣ ହୋଇଛି । ସେହିଭଳି ପ୍ରେମ ତରୁ ପ୍ଲାଣ୍ଟେସନର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ ଟେନିସ ଅଡିଟୋରୟମରେ ସତ୍ୟ ସାଇ ସେବା ଅନୁଷ୍ଠାନ ପକ୍ଷରୁ ପ୍ରେମ ତରୁ ପ୍ଲାଣ୍ଟେସନର ଉଦଘାଟନ କରାଯାଇଛି । ସତ୍ୟ ସାଇ ସେବା ଅନୁଷ୍ଠାନ ରାଜ୍ୟରେ ଦଶ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

18 Jul 2023 By The Sakala

ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି ମାନେ ରହିବା, ଟ୍ରେନିଂ ସହ ବିଭିନ୍ନ ସୁବିଧା ରହିଥିଲା । ଏହି ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ହକି ହାଇ ପରଫରମାନ୍ସ ସେଣ୍ଟରର ୫ ମହଲା ବିଶିଷ୍ଟ କୋଠାକୁ ଉଦଘାଟନ କରାଯାଇଛି ।

ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି କଳିଙ୍ଗ ଷ୍ଟାଡିୟମ ପରିସରରେ କ୍ରୀଡ଼ାର ବିକାଶ ପାଇଁ ଅନେକ ହାଇ ପରଫରମାନ୍ସ ସେଣ୍ଟର ନିର୍ମାଣ ହୋଇଛି । ସେହିଭଳି ପ୍ରେମ ତରୁ ପ୍ଲାଣ୍ଟେସନର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ ଟେନିସ ଅଡିଟୋରୟମରେ ସତ୍ୟ ସାଇ ସେବା ଅନୁଷ୍ଠାନ ପକ୍ଷରୁ ପ୍ରେମ ତରୁ ପ୍ଲାଣ୍ଟେସନର ଉଦଘାଟନ କରାଯାଇଛି । ସତ୍ୟ ସାଇ ସେବା ଅନୁଷ୍ଠାନ ରାଜ୍ୟରେ ଦଶ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର