ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ସତର୍କ ରହି କୋଭିଡ ନିୟମ ପାଳନ କରନ୍ତୁ

The Sakala Picture
Published On

ଭୁବନେଶ୍ୱର: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ଭାବରେ ମୁକାବିଲା କରିପାରିଛୁ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ […]

ଭୁବନେଶ୍ୱର: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ଭାବରେ ମୁକାବିଲା କରିପାରିଛୁ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ବୁଧବାର ଗରୀବ ଲୋକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ

ଏହି କାର୍ଯ୍ଯକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। BSKY ଯୋଜନାର ଉଦାହରଣ ଦେଇ ସେ କହିଥିଲେ ଯେ, ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ୱାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ଯକ୍ରମ ତ୍ୱରାନ୍ୱିତ ହୋଇପାରୁଛି ବୋଲି ମତ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ସୂଚନା ଯୋଗ୍ୟ ଯେ,ଗତକାଲି ରାଜ୍ୟରେ ଚିହ୍ନଟ କରୋନା ସଂକ୍ରମିତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି । ୨ ସଂକ୍ରମିତ ହେଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲଶ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ଏ ନେଇ ସୂଚିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଓମିକ୍ରନ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକରେ ଆଲୋଚନା ହୋଇଛି । ୨ ଓମିକ୍ରନ ଆକ୍ରାନ୍ତ ଖୋର୍ଦ୍ଧା ଓ ଜଗତସିଂହପୁରର । ଜଣଙ୍କର ବୟସ ୪୧ ଓ ଅନ୍ୟଜଣଙ୍କର ବୟସ ୪୩ । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାର ଫେରନ୍ତା । ଜିନମ ସିକ୍ବେନ୍ସିଂରୁ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଗତସିଂହପୁରର ଚିହ୍ନଟ ବ୍ୟକ୍ତି କଟକର ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ସେ ରହୁଥିବା ହୋଟେଲର ୬ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି । କର୍ମଚାରୀଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି । ଉଭୟ ଭଲ ଅଛନ୍ତି । ଉଭୟଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଆଟ୍‌ ରିସ୍କ ଦେଶରୁ କଟକ ଆସିଥିବା ୭ଜଣ କୋଭିଡ ପଜିଟିଭଙ୍କ ଜିନ୍ ଅନୁଶୀଳନ ରିପୋର୍ଟରୁ ୪ ଜଣଙ୍କର ଓମିକ୍ରନ୍ ନେଗେଟିଭ ଆସିଥିଲା ।

22 Dec 2021 By The Sakala

ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ସତର୍କ ରହି କୋଭିଡ ନିୟମ ପାଳନ କରନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ଭାବରେ ମୁକାବିଲା କରିପାରିଛୁ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ବୁଧବାର ଗରୀବ ଲୋକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି କାର୍ଯ୍ଯକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। BSKY ଯୋଜନାର ଉଦାହରଣ ଦେଇ ସେ କହିଥିଲେ ଯେ, ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ୱାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ଯକ୍ରମ ତ୍ୱରାନ୍ୱିତ ହୋଇପାରୁଛି ବୋଲି ମତ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ,ଗତକାଲି ରାଜ୍ୟରେ ଚିହ୍ନଟ କରୋନା ସଂକ୍ରମିତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି । ୨ ସଂକ୍ରମିତ ହେଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲଶ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ଏ ନେଇ ସୂଚିତ କରାଯାଇଥିଲା ।

ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଓମିକ୍ରନ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକରେ ଆଲୋଚନା ହୋଇଛି । ୨ ଓମିକ୍ରନ ଆକ୍ରାନ୍ତ ଖୋର୍ଦ୍ଧା ଓ ଜଗତସିଂହପୁରର । ଜଣଙ୍କର ବୟସ ୪୧ ଓ ଅନ୍ୟଜଣଙ୍କର ବୟସ ୪୩ । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାର ଫେରନ୍ତା । ଜିନମ ସିକ୍ବେନ୍ସିଂରୁ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଗତସିଂହପୁରର ଚିହ୍ନଟ ବ୍ୟକ୍ତି କଟକର ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ସେ ରହୁଥିବା ହୋଟେଲର ୬ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି । କର୍ମଚାରୀଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି । ଉଭୟ ଭଲ ଅଛନ୍ତି । ଉଭୟଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଆଟ୍‌ ରିସ୍କ ଦେଶରୁ କଟକ ଆସିଥିବା ୭ଜଣ କୋଭିଡ ପଜିଟିଭଙ୍କ ଜିନ୍ ଅନୁଶୀଳନ ରିପୋର୍ଟରୁ ୪ ଜଣଙ୍କର ଓମିକ୍ରନ୍ ନେଗେଟିଭ ଆସିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର