ଚିଟଫଣ୍ଡ୍ ଠକେଇ ମାମଲା : ମାସ୍ ଇନଫ୍ରା ରିଅଲିଟି କଂପାନିର ସିଏମଡି କୋଲକାତାରୁ ଗିରଫ

The Sakala Picture
Published On

ଭୁବନେଶ୍ୱର: ଓଡିଶାରେ ୧୫ କୋଟି ଟଙ୍କାର ଚିଟଫଣ୍ଡ୍ ଠକେଇ ମାମଲାରେ ମାସ୍ ଇନଫ୍ରା ରିଅଲିଟି ନାମକ କଂପାନିର ସିଏମଡି ପ୍ରତାପ ବିଶ୍ୱାଳଙ୍କୁ କୋଲକାତାରୁ ଗିରଫ କରାଯାଇଛି । ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପ୍ରତାପଙ୍କୁ କୋଲକାତାର ନିଉ ଗରିଆରୁ ଗିରଫ କରିଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରାଯାଇଛି । ଅଧିକ ସୁଧର ଲୋଭ ଦେଖାଇ ଜମାକାରୀଙ୍କୁ ଟଙ୍କା ଠକି ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । […]

ଭୁବନେଶ୍ୱର: ଓଡିଶାରେ ୧୫ କୋଟି ଟଙ୍କାର ଚିଟଫଣ୍ଡ୍ ଠକେଇ ମାମଲାରେ ମାସ୍ ଇନଫ୍ରା ରିଅଲିଟି ନାମକ କଂପାନିର ସିଏମଡି ପ୍ରତାପ ବିଶ୍ୱାଳଙ୍କୁ କୋଲକାତାରୁ ଗିରଫ କରାଯାଇଛି । ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପ୍ରତାପଙ୍କୁ କୋଲକାତାର ନିଉ ଗରିଆରୁ ଗିରଫ କରିଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରାଯାଇଛି । ଅଧିକ ସୁଧର ଲୋଭ ଦେଖାଇ ଜମାକାରୀଙ୍କୁ ଟଙ୍କା ଠକି ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୨୦୧୦ରେ କୋଲକାତାରେ ଖୋଲିଥିଲା ମାସ୍ ଇନଫ୍ରା ରିଅଲିଟି କଂପାନି । ୨୦୧୨ରେ କଂପାନିର ନାଁ ବଦଳାଇ ଦିଲ୍ଲୀକୁ ଉଠିଯାଇଥିଲା ସଂସ୍ଥା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର