ଚିଲିକା ଭିତରେ ବେନାମି ଚିଙ୍ଗୁଡି ଚାଷ: ବିପଦରେ ଚିଲିକାର ଜୈବ ବିବିଧତା

The Sakala Picture
Published On

ଟାଙ୍ଗୀ: ଏସିଆ ମହାଦେଶର ଦ୍ବିତୀୟ ବୃହତମ ହ୍ରଦ ଭାବେ ନିଳାମ୍ବୁ ଚିଲିକା ବିଶ୍ବ ମାନଚିତ୍ରରେ ସ୍ଥାନିତ ହୋଇଛି। ଏହି ଅପରୂପ ସୌନ୍ଦର୍ୟ୍ୟଭରା ଚିଲିକା ଯୋଗୁ ବିଶ୍ବ ଦରବାରରେ ଓଡିଶାର ପରିଚୟ ସୃଷ୍ଟି କରିଛି। ଲକ୍ଷ ଲକ୍ଷ କୈବର୍ତ ମାନଙ୍କର ଭାତହାଣ୍ଡି ଚିଲିକାକୁ ସେମାନଙ୍କ ଠାରୁ ଛଡାଇ ନେଇ ମାଫିଆ ସମ୍ରାଜ୍ୟ ବୃଦ୍ଧି କରିଚାଲିଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏମାନଙ୍କୁ ସାବାଡ କରିବାରେ ବିଫଳ ହୋଇଥିବା ବେଳେ ଏବେ ଚିଲିକା ଭିତରେ ବେନାମି ଚିଙ୍ଗୁଡି ଚାଷ କିଛିଦିନ […]

ଟାଙ୍ଗୀ: ଏସିଆ ମହାଦେଶର ଦ୍ବିତୀୟ ବୃହତମ ହ୍ରଦ ଭାବେ ନିଳାମ୍ବୁ ଚିଲିକା ବିଶ୍ବ ମାନଚିତ୍ରରେ ସ୍ଥାନିତ ହୋଇଛି। ଏହି ଅପରୂପ ସୌନ୍ଦର୍ୟ୍ୟଭରା ଚିଲିକା ଯୋଗୁ ବିଶ୍ବ ଦରବାରରେ ଓଡିଶାର ପରିଚୟ ସୃଷ୍ଟି କରିଛି। ଲକ୍ଷ ଲକ୍ଷ କୈବର୍ତ ମାନଙ୍କର ଭାତହାଣ୍ଡି ଚିଲିକାକୁ ସେମାନଙ୍କ ଠାରୁ ଛଡାଇ ନେଇ ମାଫିଆ ସମ୍ରାଜ୍ୟ ବୃଦ୍ଧି କରିଚାଲିଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏମାନଙ୍କୁ ସାବାଡ କରିବାରେ ବିଫଳ ହୋଇଥିବା ବେଳେ ଏବେ ଚିଲିକା ଭିତରେ ବେନାମି ଚିଙ୍ଗୁଡି ଚାଷ କିଛିଦିନ ହେଲା ଆରମ୍ଭ ହୋଇଛି। ଚିଙ୍ଗୁଡି ମାଫିଆମାନଙ୍କ ଏଭଳି କାର୍ଯ୍ଯକ୍ରମ ଚାଲୁ ରହିଲେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚିଲିକାର ଜୈବ ବିବିଧତା ଧ୍ବଂସାଭିମୂଖି ହେବା ସହ ଦିନ ଆସିବ ଏଠି ନା ଥିବ ବିଦେଶାଗତ ପକ୍ଷୀ ମାନଙ୍କର କୋଳାରବ ନା ଥିବ ବିଭିନ୍ନ ମାଛ ମାନଙ୍କର ବଂଶ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ସୂଚନାଯୋଗ୍ୟ ଚିଲିକାକୁ ବିଭିନ୍ନ ଉପାୟରେ ଲୁଟ କରୁଥିବା ମାଛ ମାଫିଆ ଚିଲିକା ଭିତରେ ବାଉଁଶ ମାଧ୍ୟମରେ ଘେରି କରି ବେନାମି ଚିଙ୍ଗୁଡି ଚାଷ ଆରମ୍ଭ କରିଥିବା ଜଣାପଡିଛିା। ଚିଲିକା ଜଳରେ ଘେରି କରି ସ୍ବଳ୍ପ ସମୟରେ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରି ବେନାମି ଚିଙ୍ଗୁଡି ଉତପାଦନ କରିବାକୁ ସେମାନଙ୍କର ପଦକ୍ଷେପ ଆରମ୍ଭ କରିସାରିଛନ୍ତି। ପୁରୀ ଜିଲା ର ସାତପଡା, ଜହ୍ମିକୁଦା ,ଖିରିସା, ମହିସା, ପାରିକୁଦ, ମାଲୁଦ ଖିରିସାହି ଅଞ୍ଚଳରେ ଏହା ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ମାଫିଆ ମାନେ ଚିଲିକା କୂଳ ଅବବାହିକାରେ ପୋଖରୀ କରି ବେନାମି ଚିଙ୍ଗୁଡି ଚାଷ କରି ବିଦେଶକୁ ଚିଙ୍ଗୁଡି ବେପାର କରି ବେସ ଲାଭବାନ ହେଉଥିଲେ ଏବେ କିନ୍ତୁ ଚିଲିକା କୂଳ ନୂହେଁ ଚିଲିକା ଭିତରେ ଏଭଳି କାର୍ଯ୍ଯକ୍ରମ ଆରମ୍ଭ ହୋଇଛି। ଏହା ଚାଲୁ ରହିଲେ ମାଫିଆ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରି କମ ସମୟରେ ଅଧିକ ଅମଳ କରିବାକୁ ନିଶ୍ଚିତ ଅଣ୍ଟା ଭିଡିବେ ଫଳରେ ଚିଲିକା ର ଜଳରାଶି ବିଶାକ୍ତ ହେବା ଫଳରେ ବିଭିନ୍ନ ପ୍ରଜାତି ର ମାଛ ବଂଶ ଧ୍ବଂସ ହେବ ଓ ପ୍ରତିବର୍ଷ ବିଭିନ୍ନ ଦେଶରୁ ଯଥା ଇରାକ, ବୁଲଗରେଆ, ସାଇବେରିଆ, କାଜାକିସ୍ଥାନ, ଭଳି ଅନେକ ଦେଶରୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ସହ ଚିଲିକାର ମାଛ ସେମାନଙ୍କର ଶ୍ରେଷ୍ଠ ଖାଦ୍ୟ ପାଇବା ଦିବାସ୍ବପ୍ନ ହୋଇପଡିବ। ଚିଲିକାର ସୌନ୍ଦର୍ୟ୍ୟ ଲୋପ ହେବା ସହ ବିଦେଶୀ ତଥା ବିଭିନ୍ନ ରାଜ୍ୟର ପର୍ୟ୍ୟଟକଙ୍କର ସମାଗମ ଅପସରିଯିବା ସହ ରାଜସ୍ବ ମଧ୍ୟ ପ୍ରଭୂତ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚିଲିକା ଉନ୍ନୟନ ବିଭାାଗ ର ଅଧ୍ୟକ୍ଷ ଦାୟିତ୍ବ ବହନ କରୁଥିବା ମାନ୍ୟବର ମୂଖ୍ୟମନ୍ତ୍ରୀ ବେଳ ଥାଉ ଥାଉ ଏହି ଅମାନିଆଙ୍କୁ ସାବାଡ କରିବାର ବେଳ ଆସିଛି। ତେବେ ଅନୁସନ୍ଧାନ ମୂଳକ ତଥ୍ୟ ହାସଲ ପରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର ମୂଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ବେହେରାଙ୍କୁ ପଚରାଯିବାରେ ଯିବାରେ ଘଟଣା ସମ୍ପୂର୍ଣ ସତ୍ୟ ଓ ଏହି ମାଫିଆଙ୍କ ଚେର ସାରା ଚିଲିକାକୁ ଗ୍ରାସ କରିବାକୁ ଏଡାଇ ଦିଆଯାଇନପାରେ ଓ ଏହା ନଳଘାସ ପରି ମାଡିଚାଲିଲେ ଆଗାମୀ ପାଞ୍ଚ ବର୍ଷରେ ଚିଲିକା ଧ୍ବଂସ ହେବା ନିଶ୍ଚିତ ବୋଲି ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

02 Jul 2021 By The Sakala

ଚିଲିକା ଭିତରେ ବେନାମି ଚିଙ୍ଗୁଡି ଚାଷ: ବିପଦରେ ଚିଲିକାର ଜୈବ ବିବିଧତା

ଟାଙ୍ଗୀ: ଏସିଆ ମହାଦେଶର ଦ୍ବିତୀୟ ବୃହତମ ହ୍ରଦ ଭାବେ ନିଳାମ୍ବୁ ଚିଲିକା ବିଶ୍ବ ମାନଚିତ୍ରରେ ସ୍ଥାନିତ ହୋଇଛି। ଏହି ଅପରୂପ ସୌନ୍ଦର୍ୟ୍ୟଭରା ଚିଲିକା ଯୋଗୁ ବିଶ୍ବ ଦରବାରରେ ଓଡିଶାର ପରିଚୟ ସୃଷ୍ଟି କରିଛି। ଲକ୍ଷ ଲକ୍ଷ କୈବର୍ତ ମାନଙ୍କର ଭାତହାଣ୍ଡି ଚିଲିକାକୁ ସେମାନଙ୍କ ଠାରୁ ଛଡାଇ ନେଇ ମାଫିଆ ସମ୍ରାଜ୍ୟ ବୃଦ୍ଧି କରିଚାଲିଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏମାନଙ୍କୁ ସାବାଡ କରିବାରେ ବିଫଳ ହୋଇଥିବା ବେଳେ ଏବେ ଚିଲିକା ଭିତରେ ବେନାମି ଚିଙ୍ଗୁଡି ଚାଷ କିଛିଦିନ ହେଲା ଆରମ୍ଭ ହୋଇଛି। ଚିଙ୍ଗୁଡି ମାଫିଆମାନଙ୍କ ଏଭଳି କାର୍ଯ୍ଯକ୍ରମ ଚାଲୁ ରହିଲେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚିଲିକାର ଜୈବ ବିବିଧତା ଧ୍ବଂସାଭିମୂଖି ହେବା ସହ ଦିନ ଆସିବ ଏଠି ନା ଥିବ ବିଦେଶାଗତ ପକ୍ଷୀ ମାନଙ୍କର କୋଳାରବ ନା ଥିବ ବିଭିନ୍ନ ମାଛ ମାନଙ୍କର ବଂଶ।

ସୂଚନାଯୋଗ୍ୟ ଚିଲିକାକୁ ବିଭିନ୍ନ ଉପାୟରେ ଲୁଟ କରୁଥିବା ମାଛ ମାଫିଆ ଚିଲିକା ଭିତରେ ବାଉଁଶ ମାଧ୍ୟମରେ ଘେରି କରି ବେନାମି ଚିଙ୍ଗୁଡି ଚାଷ ଆରମ୍ଭ କରିଥିବା ଜଣାପଡିଛିା। ଚିଲିକା ଜଳରେ ଘେରି କରି ସ୍ବଳ୍ପ ସମୟରେ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରି ବେନାମି ଚିଙ୍ଗୁଡି ଉତପାଦନ କରିବାକୁ ସେମାନଙ୍କର ପଦକ୍ଷେପ ଆରମ୍ଭ କରିସାରିଛନ୍ତି। ପୁରୀ ଜିଲା ର ସାତପଡା, ଜହ୍ମିକୁଦା ,ଖିରିସା, ମହିସା, ପାରିକୁଦ, ମାଲୁଦ ଖିରିସାହି ଅଞ୍ଚଳରେ ଏହା ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ମାଫିଆ ମାନେ ଚିଲିକା କୂଳ ଅବବାହିକାରେ ପୋଖରୀ କରି ବେନାମି ଚିଙ୍ଗୁଡି ଚାଷ କରି ବିଦେଶକୁ ଚିଙ୍ଗୁଡି ବେପାର କରି ବେସ ଲାଭବାନ ହେଉଥିଲେ ଏବେ କିନ୍ତୁ ଚିଲିକା କୂଳ ନୂହେଁ ଚିଲିକା ଭିତରେ ଏଭଳି କାର୍ଯ୍ଯକ୍ରମ ଆରମ୍ଭ ହୋଇଛି। ଏହା ଚାଲୁ ରହିଲେ ମାଫିଆ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରି କମ ସମୟରେ ଅଧିକ ଅମଳ କରିବାକୁ ନିଶ୍ଚିତ ଅଣ୍ଟା ଭିଡିବେ ଫଳରେ ଚିଲିକା ର ଜଳରାଶି ବିଶାକ୍ତ ହେବା ଫଳରେ ବିଭିନ୍ନ ପ୍ରଜାତି ର ମାଛ ବଂଶ ଧ୍ବଂସ ହେବ ଓ ପ୍ରତିବର୍ଷ ବିଭିନ୍ନ ଦେଶରୁ ଯଥା ଇରାକ, ବୁଲଗରେଆ, ସାଇବେରିଆ, କାଜାକିସ୍ଥାନ, ଭଳି ଅନେକ ଦେଶରୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ସହ ଚିଲିକାର ମାଛ ସେମାନଙ୍କର ଶ୍ରେଷ୍ଠ ଖାଦ୍ୟ ପାଇବା ଦିବାସ୍ବପ୍ନ ହୋଇପଡିବ। ଚିଲିକାର ସୌନ୍ଦର୍ୟ୍ୟ ଲୋପ ହେବା ସହ ବିଦେଶୀ ତଥା ବିଭିନ୍ନ ରାଜ୍ୟର ପର୍ୟ୍ୟଟକଙ୍କର ସମାଗମ ଅପସରିଯିବା ସହ ରାଜସ୍ବ ମଧ୍ୟ ପ୍ରଭୂତ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚିଲିକା ଉନ୍ନୟନ ବିଭାାଗ ର ଅଧ୍ୟକ୍ଷ ଦାୟିତ୍ବ ବହନ କରୁଥିବା ମାନ୍ୟବର ମୂଖ୍ୟମନ୍ତ୍ରୀ ବେଳ ଥାଉ ଥାଉ ଏହି ଅମାନିଆଙ୍କୁ ସାବାଡ କରିବାର ବେଳ ଆସିଛି। ତେବେ ଅନୁସନ୍ଧାନ ମୂଳକ ତଥ୍ୟ ହାସଲ ପରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର ମୂଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ବେହେରାଙ୍କୁ ପଚରାଯିବାରେ ଯିବାରେ ଘଟଣା ସମ୍ପୂର୍ଣ ସତ୍ୟ ଓ ଏହି ମାଫିଆଙ୍କ ଚେର ସାରା ଚିଲିକାକୁ ଗ୍ରାସ କରିବାକୁ ଏଡାଇ ଦିଆଯାଇନପାରେ ଓ ଏହା ନଳଘାସ ପରି ମାଡିଚାଲିଲେ ଆଗାମୀ ପାଞ୍ଚ ବର୍ଷରେ ଚିଲିକା ଧ୍ବଂସ ହେବା ନିଶ୍ଚିତ ବୋଲି ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର