ବସ୍ତି ବାସିନ୍ଦାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ଉପହାର; ଏଣିକି ମିଳିବ ଅନ୍ୟୂନ ୩୦ ବର୍ଗ ମିଟର ଜମି, ସରକାରୀ ବାସଗୃହ ଯୋଜନାରେ ସାମିଲ ହେବେ ବସ୍ତି ବାସିନ୍ଦା

The Sakala Picture
Published On

ଭୁବନେଶ୍ୱର: ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ବସ୍ତିବାସିନ୍ଦାଙ୍କୁ ଅତି କମ୍‍ରେ ୩୦ ବର୍ଗ ମିଟର ଜମି ମିଳିବ। ପ୍ରକୃତରେ ଦଖଲରେ ଥିବା ଜମିର ପରିମାଣ ଯଦି ୩୦ ମିଟରରୁ କମ୍‍ ହୋଇଥିବ ଏବଂ ତାଙ୍କ ଜମିକୁ ଲାଗି କରି କିଛି ଖାଲି ଜମି ଥାଏ ତା ହେଲେ ତାଙ୍କୁ ଅନ୍ୟୂନ ୩୦ ବର୍ଗ ମିଟର ଜମି ଦିଆଯିବାକୁ ବ୍ୟବସ୍ଥା କରାଯିବ। ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର […]

ଭୁବନେଶ୍ୱର: ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ବସ୍ତିବାସିନ୍ଦାଙ୍କୁ ଅତି କମ୍‍ରେ ୩୦ ବର୍ଗ ମିଟର ଜମି ମିଳିବ। ପ୍ରକୃତରେ ଦଖଲରେ ଥିବା ଜମିର ପରିମାଣ ଯଦି ୩୦ ମିଟରରୁ କମ୍‍ ହୋଇଥିବ ଏବଂ ତାଙ୍କ ଜମିକୁ ଲାଗି କରି କିଛି ଖାଲି ଜମି ଥାଏ ତା ହେଲେ ତାଙ୍କୁ ଅନ୍ୟୂନ ୩୦ ବର୍ଗ ମିଟର ଜମି ଦିଆଯିବାକୁ ବ୍ୟବସ୍ଥା କରାଯିବ। ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର ବସ୍ତି ବାସିନ୍ଦାମାନଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହି ପଦକ୍ଷେପ ପରେ ବସ୍ତି ବାସିନ୍ଦା ଆଉ ଏକ ବଡ଼ ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟ ସରକାରୀ ବାସଗୃହ ଯୋଜନାରେ ସାମିଲ ହେବାର ଯୋଗ୍ୟତା ହାସଲ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯାହା ପାଖରେ ଅନ୍ୟୁନ ୩୦ ବର୍ଗ ମିଟର ଜମି ନାହିଁ ସେମାନେ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ ହେଉଥିଲେ। ତେବେ ରାଜ୍ୟ କ୍ୟାବିନେଟ୍‍ ଗୋଟିଏ ଆଇନ୍‍ରେ ସଂଶୋଧନ କରି ବସ୍ତି ବାସିନ୍ଦାଙ୍କୁ ଦୁଇଟି ଉପହାର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ସହରାଞ୍ଚଳରେ ବସ୍ତିବାସିନ୍ଦା ମାନଙ୍କୁ ଜମି ଅଧିକାର ନ୍ୟସ୍ତ କରାଯିବା ଉଦ୍ଦେଶ୍ୟରେ ଓଡ଼ିଶା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ ପ୍ରଣୟନ କରାଯାଇଛି। ଉପରୋକ୍ତ ଅଧିନିୟମ ମାଧ୍ୟମରେ ପୌରପାଳିକା ମାନଙ୍କରେ ବାସ କରୁଥିବା ବସ୍ତି ବାସିନ୍ଦାମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ମାନଙ୍କରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୬୦ ବର୍ଗ ମିଟର ପରିମିତ ଜମି ଅଧିକାର ଦିଆଯିବା ନିମନ୍ତେ ବ୍ୟବସ୍ଥା ଅଛି। ବସ୍ତିବାସିନ୍ଦାଙ୍କ ଦଖଲରେ ଥିବା ଜମିର ପରିମାଣ ଉପରୋକ୍ତ ସର୍ବାଧିକ ସୀମା ଠାରୁ କମ ପରିମାଣର ହୋଇଥିଲେ ବସ୍ତିବାସିନ୍ଦା ମାନେ ପ୍ରକୃତରେ ଯେତିକି ଜମି ଦଖଲ କରିଛନ୍ତି ତାଙ୍କୁ ସମାନ ପରିମାଣର ଜମିର ମାଲିକାନା ମିଳୁଛି। ଯେତେବେଳେ କି ‘ଓଡ଼ିଶା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି’ ମୁତାବକ ଅର୍ଥନୈତିକ ଅନଗ୍ରସର ବର୍ଗର ପରିବାରଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗୃହର କାର୍ପେଟ୍‍ ଅଞ୍ଚଳ ଅତି କମ୍‍ରେ ୨୧ବର୍ଗ ମିଟର ହୋଇଥିବା ଆବଶ୍ୟକ। ଆଇନଗତ ବାଧା ଯୋଗୁଁ ବସ୍ତି ବାସିନ୍ଦାଙ୍କୁ ଆବଶ୍ୟକତା ଠାରୁ କମ୍‍ ପରିମାଣର ଜମି ମିଳୁଥିଲା। ଏଥିପାଇଁ ସେମାନେ ମଧ୍ୟ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାକୁ ରାଜ୍ୟ ସରକାର ବିଚାରକୁ ନେଇ ଆଇନରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପ୍ ଓ ମେଟାକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ: 'ଡାଟା ଗୋପନୀୟତା ରକ୍ଷା କର, ନଚେତ୍ ଭାରତ ଛାଡ଼ି ପଳାଅ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp