ଆଜି ଦିନ ୧୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ସମ୍ବୋଧନ ସମୟରେ ନବୀନ ରାଜ୍ୟବାସୀଙ୍କୁ କୋଭିଡ୍ ସ୍ଥିତି ନେଇ କିଛି କହିପାରନ୍ତି ବୋଲି ଅନୁମାନ କରାଯାଇଛି। ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଆମର କେତେକ ପଡୋଶୀ ରାଜ୍ୟରେ ମଧ୍ୟ କରୋନା ପୁଣିଥରେ କାୟା ମେଲାଇ ଚାଲିଛି। ଏହାରି ମଧ୍ୟ ଓଡିଶା ସରକାର ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ସମ୍ବୋଧନ ସମୟରେ ନବୀନ ରାଜ୍ୟବାସୀଙ୍କୁ କୋଭିଡ୍ ସ୍ଥିତି ନେଇ କିଛି କହିପାରନ୍ତି ବୋଲି ଅନୁମାନ କରାଯାଇଛି।
ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଆମର କେତେକ ପଡୋଶୀ ରାଜ୍ୟରେ ମଧ୍ୟ କରୋନା ପୁଣିଥରେ କାୟା ମେଲାଇ ଚାଲିଛି। ଏହାରି ମଧ୍ୟ ଓଡିଶା ସରକାର ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଇଛି । ଏଥି ସହିତ ଓଡିଶାର କରୋନା ଯୁଦ୍ଧକୁ ବର୍ଷେ ପୁରିବାକୁ ନେଇ ମଧ୍ୟ ମୁଖ୍ୟମନ୍ତୀ ବାର୍ତ୍ତା ଦେଇ ପାରନ୍ତି ଏବଂ ଆହୁରି ମଧ୍ୟ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରେ ସ୍ଥାନ ପାଇପାରେ।
ରାଜ୍ୟ ସାରା ଏବେ କରୋନା ମାମଲା ନିୟନ୍ତ୍ରାଧିନ ରହିଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଜ୍ୟବାସୀଙ୍କୁ ଦେଇଥିବା ବାର୍ତ୍ତାରେ କରୋନା ବାବଦରେ ଅନେକ କଥା କହିଥିଲେ । ଏପରିକି ଓଡିଶା କୋଭିଡ୍ ଯୁଦ୍ଧରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ଥିବା ଓ ରାଜ୍ୟ ସରକାରଙ୍କ ଭୂମିକା ସମ୍ବନ୍ଧରେ କହିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଦେଶର ଅନୋକ ସ୍ଥାନରେ କରୋନା ମାମଲା ପୁଣି ବଡିବାରେ ଲାଗୁଛି । ଏହା ଉପରେ ନବୀନ କିଛି କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।