ଓଡି଼ଆ ନୂଆବର୍ଷରେ ୪୭ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ଓଡି଼ଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୭ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।  ରୋଗୀଙ୍କ ପରିବହନ ପାଇଁ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । କୋଭିଡର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ଲାଗି ଜରୁରୀକାଳୀନ ରୋଗୀ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି । […]

ଭୁବନେଶ୍ବର : ଓଡି଼ଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୭ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।  ରୋଗୀଙ୍କ ପରିବହନ ପାଇଁ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । କୋଭିଡର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ଲାଗି ଜରୁରୀକାଳୀନ ରୋଗୀ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ୪୭ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ପାଇଁ ଲୋକାର୍ପଣ ହୋଇଛି । ଏହି ଆମ୍ବୁଲାନ୍ସଗୁଡିକ ଏମପି-ଲାଡ଼, ସିଏସଆର, ଡିଏମଏଫ ଏବଂ OMBADC ଅର୍ଥରୁ ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ଏହି ୪୭ଟି ALS ଆମ୍ବୁଲାନ୍ସ ମଧ୍ୟରୁ ୨୮ ଟି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଅଧୀନରେ ପରିଚାଳିତ ହେବ । ୧୯ ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ରୋଗୀ ପରିବହନ କରିବ । ରାଜ୍ୟରେ ୫ ମାର୍ଚ୍ଚ ୨୦୧୩ ରୁ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଚାଲିଛି । ବର୍ତ୍ତମାନ ରାଜ୍ୟରେ ୫୯୬ଟି ଆମ୍ବୁଲାନ୍ସ ଅଛି । ସେଥିମଧ୍ୟରୁ ୫୪୦ଟିରେ ମୌଳିକ ଜୀବନ ସହାୟତା ବ୍ୟବସ୍ଥା ରହିଛି । ୫୬ଟିରେ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ରହିଛି । ଏହି ନୂତନ ଆମ୍ବୁଲାନ୍ସ ସହିତ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସର ମୋଟ ସଂଖ୍ୟା ୧୦୮ଟି ହୋଇଛି ।ଗର୍ଭବତୀ, ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କୁ ମାଗଣାରେ ପରିବହନ ସେବା ଯୋଗାଇବା ପାଇଁ ୫୦୦ ଜନନୀ ଏକ୍ସପ୍ରେସ ୧୪ ଜୁଲାଇ ୨୦୧୪ ମସିହାରୁ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ ଉଭୟ ୧୦୮ ଏବଂ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ସେବା ଦ୍ୱାରା ୬୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହାବ୍ୟତୀତ କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିର ୪ଟି ଜିଲ୍ଲାର ନଦୀ କୂଳରେ ଅବସ୍ଥିତ ଅସୁସ୍ଥ ତଥା ଆହତମାନଙ୍କୁ ପରିବହନ ଯୋଗାଇବା ପାଇଁ ସରକାର ୬ଟି ଡଙ୍ଗା ଆମ୍ବୁଲାନ୍ସକୁ ମଧ୍ୟ ସେବା ପ୍ରଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

14 Apr 2021 By The Sakala

ଓଡି଼ଆ ନୂଆବର୍ଷରେ ୪୭ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଓଡି଼ଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୭ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।  ରୋଗୀଙ୍କ ପରିବହନ ପାଇଁ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । କୋଭିଡର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ଲାଗି ଜରୁରୀକାଳୀନ ରୋଗୀ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ୪୭ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ପାଇଁ ଲୋକାର୍ପଣ ହୋଇଛି । ଏହି ଆମ୍ବୁଲାନ୍ସଗୁଡିକ ଏମପି-ଲାଡ଼, ସିଏସଆର, ଡିଏମଏଫ ଏବଂ OMBADC ଅର୍ଥରୁ ବ୍ୟବସ୍ଥା କରାଯାଇଛି ।

ଏହି ୪୭ଟି ALS ଆମ୍ବୁଲାନ୍ସ ମଧ୍ୟରୁ ୨୮ ଟି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଅଧୀନରେ ପରିଚାଳିତ ହେବ । ୧୯ ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ରୋଗୀ ପରିବହନ କରିବ । ରାଜ୍ୟରେ ୫ ମାର୍ଚ୍ଚ ୨୦୧୩ ରୁ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଚାଲିଛି । ବର୍ତ୍ତମାନ ରାଜ୍ୟରେ ୫୯୬ଟି ଆମ୍ବୁଲାନ୍ସ ଅଛି । ସେଥିମଧ୍ୟରୁ ୫୪୦ଟିରେ ମୌଳିକ ଜୀବନ ସହାୟତା ବ୍ୟବସ୍ଥା ରହିଛି । ୫୬ଟିରେ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ରହିଛି । ଏହି ନୂତନ ଆମ୍ବୁଲାନ୍ସ ସହିତ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସର ମୋଟ ସଂଖ୍ୟା ୧୦୮ଟି ହୋଇଛି ।ଗର୍ଭବତୀ, ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କୁ ମାଗଣାରେ ପରିବହନ ସେବା ଯୋଗାଇବା ପାଇଁ ୫୦୦ ଜନନୀ ଏକ୍ସପ୍ରେସ ୧୪ ଜୁଲାଇ ୨୦୧୪ ମସିହାରୁ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ ଉଭୟ ୧୦୮ ଏବଂ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ସେବା ଦ୍ୱାରା ୬୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହାବ୍ୟତୀତ କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିର ୪ଟି ଜିଲ୍ଲାର ନଦୀ କୂଳରେ ଅବସ୍ଥିତ ଅସୁସ୍ଥ ତଥା ଆହତମାନଙ୍କୁ ପରିବହନ ଯୋଗାଇବା ପାଇଁ ସରକାର ୬ଟି ଡଙ୍ଗା ଆମ୍ବୁଲାନ୍ସକୁ ମଧ୍ୟ ସେବା ପ୍ରଦାନ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର