ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ...

Deviprasad Mohanty Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସ୍ତ୍ରୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇ ସମସ୍ତ ପୂଜାର ବିଧି ପାଳନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଛଠ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି । ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣ ସ୍ବୀକାର ବ୍ୟକ୍ତ କରୁଛୁ । ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର