ଏଥର ଖରା ଯେମିତି, ବର୍ଷା ବି ସେମିତି: ଗ୍ରୀଷ୍ମରେ ତାତି ଓ ମୌସୁମୀରେ ପ୍ରବଳ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ଗ୍ରୀଷ୍ମ ଲହରୀ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏ ବର୍ଷ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସହ ବରିଷ୍ଠ ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି। କିନ୍ତୁ ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବି ଆସିଛି। ଚଳିତବର୍ଷ ଖରା ଭଳି ପ୍ରଚୁର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏପରିକି, […]

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ଗ୍ରୀଷ୍ମ ଲହରୀ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏ ବର୍ଷ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସହ ବରିଷ୍ଠ ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି। କିନ୍ତୁ ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବି ଆସିଛି। ଚଳିତବର୍ଷ ଖରା ଭଳି ପ୍ରଚୁର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏପରିକି, ମୌସୁମୀ ୪ମାସ ମଧ୍ୟରୁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ମାସ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମୌସୁମୀ ସ୍ଥିତିକୁ ନେଇ ପ୍ରାଥମିକ ଭାବେ କିଛି ମଡେଲ୍‌‌ ଏଭଳି ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ଉଭୟ ଖରା ଓ ବର୍ଷା ଉପରେ ପ୍ରଭାବ ପକାଉଥିବା ଏଲ୍‌‌-ନିନୋ ବର୍ତ୍ତମାନ ଭାରତ ଉପରେ ସକ୍ରିୟ ରହିଛି। ଏହାଦ୍ୱାରା ଚଳିତ ବର୍ଷ ପ୍ରବଳ ତାତି ଅନୁଭୂତ ହେବା ନେଇ ପୂର୍ବରୁ ଆକଳନ କରାଯାଇଛି। ମାତ୍ର ମୌସୁମୀ ଅଗ୍ରସର ହେବା ବେଳକୁ ଅର୍ଥାତ୍‌ ଜୁନ୍‌ ସୁଦ୍ଧା ଏଲ୍‌‌-ନିନୋ ଦୁର୍ବଳ ହୋଇଯିବ ଏବଂ ମୌସୁମୀର ସ୍ଥିତି ଭଲ ରହିବାର ସମ୍ଭାବନା ରହିବ ବୋଲି ୟୁରୋପିଆନ୍‌‌ ମଡେଲ୍‌ ପ୍ରାଥମିକ ଆକଳନ କରିଛି। ଦେଶରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ ଅଧିକ ରହିବା ନେଇ କୁହାଯାଇଛି। ସାଧାରଣତଃ ଏଲ୍‌‌-ନିନୋ ସକ୍ରିୟ ରହିଲେ ବର୍ଷାର ପରିମାଣ କମ୍‌‌ ରହିଥାଏ। ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏଲ୍‌‌-ନିନୋ ଯୋଗୁଁ ଗତବର୍ଷ ଦେଶରେ ମୌସୁମୀ ବର୍ଷାରେ ପ୍ରଭାବ ପଡ଼ିଥିଲା। ରାଜ୍ୟରେ ମଧ୍ୟ ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ରହିଥିଲା। ତେବେ ଚଳିତବର୍ଷଠାରୁ ଏହି ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବା ସହ ମୌସୁମୀ ବର୍ଷା ଭଲ ହେବ ଓ ଚାଷ କାର୍ଯ୍ୟ ପାଇଁ ଏହା ସହାୟକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସାଧାରଣତଃ ଏଲ-ନିନୋ ଯୋଗୁଁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ଗରମ ହୋଇଯାଏ। ଏହି ପରିବର୍ତ୍ତନ ଦ୍ୱାରା ପାଣିପାଗଚକ୍ରରେ ପ୍ରଭାବ ପଡ଼ିଥାଏ। ଏଲ-ନିନୋ ସ୍ଥିତି ସୃଷ୍ଟି ହେଲେ, ବାୟୁମଣ୍ଡଳର ଉପରି ଭାଗରେ ଥିବା ଶୁଷ୍କବାୟୁ ତଳମୁହାଁ ହୋଇଥାଏ। ଏହା ମେଘ ସୃଷ୍ଟିକାରୀ ବାଦଲକୁ ଧ୍ୱଂସ କରିଦିଏ। ଏଲ ନିନୋର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୁଏ, ଯେଉଁଥିପାଇଁ ବର୍ଷା, ଥଣ୍ଡା, ଉତ୍ତାପରେ ତାରତମ୍ୟ ସୃଷ୍ଟି ହୁଏ। ଗତ ୭୦ ବର୍ଷ ମଧ୍ୟରେ ପାଣିପାଗ ଉପରେ ଏଲ-ନିନୋ ପ୍ରଭାବ ୧୫ଥର ଘଟିଛି, ଯେଉଁଥିରୁ ଭାରତରେ ମାତ୍ର ୬ଥର ସାଧାରଣ ବୃଷ୍ଟିପାତ ହୋଇଛି। ଗତ ୪ଟି ଏଲ-ନିନୋ ବର୍ଷରେ ଭାରତ କ୍ରମାଗତ ମରୁଡ଼ି ପରିସ୍ଥିତି ଏବଂ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଦୁର୍ବଳ, ମଧ୍ୟମ କିମ୍ୱା ଶକ୍ତିଶାଳୀ ଏଲ-ନିନୋ ଦ୍ୱାରା ମୌସୁମୀ ବର୍ଷା ମଧ୍ୟ ଭିନ୍ନ ହୋଇପାରେ। ଅପରପକ୍ଷେ ଏଲ୍‌‌-ନିନୋ ଥିବା ସମୟରେ ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। କିଛି ଦିନ ହେଲାଣି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶନିବାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ସହ କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ ଓ ନବରଙ୍ଗପୁରର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଶୁକ୍ରବାର ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି।

09 Mar 2024 By The Sakala

ଏଥର ଖରା ଯେମିତି, ବର୍ଷା ବି ସେମିତି: ଗ୍ରୀଷ୍ମରେ ତାତି ଓ ମୌସୁମୀରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ଗ୍ରୀଷ୍ମ ଲହରୀ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏ ବର୍ଷ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସହ ବରିଷ୍ଠ ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି। କିନ୍ତୁ ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବି ଆସିଛି। ଚଳିତବର୍ଷ ଖରା ଭଳି ପ୍ରଚୁର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏପରିକି, ମୌସୁମୀ ୪ମାସ ମଧ୍ୟରୁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ମାସ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମୌସୁମୀ ସ୍ଥିତିକୁ ନେଇ ପ୍ରାଥମିକ ଭାବେ କିଛି ମଡେଲ୍‌‌ ଏଭଳି ଆକଳନ କରିଛନ୍ତି।

ଉଭୟ ଖରା ଓ ବର୍ଷା ଉପରେ ପ୍ରଭାବ ପକାଉଥିବା ଏଲ୍‌‌-ନିନୋ ବର୍ତ୍ତମାନ ଭାରତ ଉପରେ ସକ୍ରିୟ ରହିଛି। ଏହାଦ୍ୱାରା ଚଳିତ ବର୍ଷ ପ୍ରବଳ ତାତି ଅନୁଭୂତ ହେବା ନେଇ ପୂର୍ବରୁ ଆକଳନ କରାଯାଇଛି। ମାତ୍ର ମୌସୁମୀ ଅଗ୍ରସର ହେବା ବେଳକୁ ଅର୍ଥାତ୍‌ ଜୁନ୍‌ ସୁଦ୍ଧା ଏଲ୍‌‌-ନିନୋ ଦୁର୍ବଳ ହୋଇଯିବ ଏବଂ ମୌସୁମୀର ସ୍ଥିତି ଭଲ ରହିବାର ସମ୍ଭାବନା ରହିବ ବୋଲି ୟୁରୋପିଆନ୍‌‌ ମଡେଲ୍‌ ପ୍ରାଥମିକ ଆକଳନ କରିଛି। ଦେଶରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ ଅଧିକ ରହିବା ନେଇ କୁହାଯାଇଛି। ସାଧାରଣତଃ ଏଲ୍‌‌-ନିନୋ ସକ୍ରିୟ ରହିଲେ ବର୍ଷାର ପରିମାଣ କମ୍‌‌ ରହିଥାଏ। ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏଲ୍‌‌-ନିନୋ ଯୋଗୁଁ ଗତବର୍ଷ ଦେଶରେ ମୌସୁମୀ ବର୍ଷାରେ ପ୍ରଭାବ ପଡ଼ିଥିଲା। ରାଜ୍ୟରେ ମଧ୍ୟ ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ରହିଥିଲା। ତେବେ ଚଳିତବର୍ଷଠାରୁ ଏହି ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବା ସହ ମୌସୁମୀ ବର୍ଷା ଭଲ ହେବ ଓ ଚାଷ କାର୍ଯ୍ୟ ପାଇଁ ଏହା ସହାୟକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଉଛି।

ସାଧାରଣତଃ ଏଲ-ନିନୋ ଯୋଗୁଁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ଗରମ ହୋଇଯାଏ। ଏହି ପରିବର୍ତ୍ତନ ଦ୍ୱାରା ପାଣିପାଗଚକ୍ରରେ ପ୍ରଭାବ ପଡ଼ିଥାଏ। ଏଲ-ନିନୋ ସ୍ଥିତି ସୃଷ୍ଟି ହେଲେ, ବାୟୁମଣ୍ଡଳର ଉପରି ଭାଗରେ ଥିବା ଶୁଷ୍କବାୟୁ ତଳମୁହାଁ ହୋଇଥାଏ। ଏହା ମେଘ ସୃଷ୍ଟିକାରୀ ବାଦଲକୁ ଧ୍ୱଂସ କରିଦିଏ। ଏଲ ନିନୋର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୁଏ, ଯେଉଁଥିପାଇଁ ବର୍ଷା, ଥଣ୍ଡା, ଉତ୍ତାପରେ ତାରତମ୍ୟ ସୃଷ୍ଟି ହୁଏ। ଗତ ୭୦ ବର୍ଷ ମଧ୍ୟରେ ପାଣିପାଗ ଉପରେ ଏଲ-ନିନୋ ପ୍ରଭାବ ୧୫ଥର ଘଟିଛି, ଯେଉଁଥିରୁ ଭାରତରେ ମାତ୍ର ୬ଥର ସାଧାରଣ ବୃଷ୍ଟିପାତ ହୋଇଛି। ଗତ ୪ଟି ଏଲ-ନିନୋ ବର୍ଷରେ ଭାରତ କ୍ରମାଗତ ମରୁଡ଼ି ପରିସ୍ଥିତି ଏବଂ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଦୁର୍ବଳ, ମଧ୍ୟମ କିମ୍ୱା ଶକ୍ତିଶାଳୀ ଏଲ-ନିନୋ ଦ୍ୱାରା ମୌସୁମୀ ବର୍ଷା ମଧ୍ୟ ଭିନ୍ନ ହୋଇପାରେ। ଅପରପକ୍ଷେ ଏଲ୍‌‌-ନିନୋ ଥିବା ସମୟରେ ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ।

ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। କିଛି ଦିନ ହେଲାଣି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶନିବାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ସହ କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ ଓ ନବରଙ୍ଗପୁରର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଶୁକ୍ରବାର ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର