ମନୋରଞ୍ଜନ
ଓଡ଼ିଶା
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ତଦନ୍ତ ଆରମ୍ଭ କଲା ସିବିଆଇ, ରୁଜୁ କଲା ମାମଲା
ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ଡ଼ିଏସପିଙ୍କ ନେତୃତ୍ୱରେ ଗଠିତ ଟିମ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ନେଲା ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେବା ସହ ଟିମରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ଥିବା ସୂଚନା ମିଳିଛି । ଜଣେ ଅତିରିକ୍ତ ଏସ୍ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏଥିରେ ସାମିଲ ହେବେ ।
ଆହୁରି ପଢ଼ନ୍ତୁ: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ...
ଗତକାଲି ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଥିଲା । ଦୀଘା ମୋଡ୍ୟୁଲ ସମ୍ଭାଳୁଥିଲା ସାଗର । ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।





