ସ୍କୁଟିକୁ ଧକ୍କା ଦେଲା କାର୍, ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ
କଳାହାଣ୍ଡି: ସ୍କୁଟିକୁ ଧକ୍କା ଦେଲା କାର । ସ୍କୁଟିରେ ଥିବା ଦୁଇ ସଂପର୍କୀୟ ଭାଇଙ୍କର ମୃତ୍ୟୁ ହୋଇଛି । ବିଜୁ ଏକ୍ସପ୍ରେସ୍ ୱେ କେବିଡି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛି । ମୃତକଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟଗାଁର ଲିଙ୍ଗରାଜ ଦୁର୍ଗା ଏବଂ ଲଳିତ ତାଣ୍ଡି । ଲିଙ୍ଗରାଜ ଏବଂ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡକୁ ବିଜୁ ବିଜୁ ଏକ୍ସପ୍ରେସ ୱେ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ସଫାରୀ କାର୍ ତାଙ୍କୁ କେବିଡି ଗାଁ ଛକରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଯାଇଥିବା ବେଳେ ଧର୍ମଗଡ ପୋଲିସ ପହଂଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରିଛି ।





