ବିଦେଶୀ ମୁଦ୍ରା ଲୋଭରେ ପଡ଼ି ୨ ଲକ୍ଷ ହରାଇଲେ ବ୍ୟବସାୟୀ, କାଗଜ ଭର୍ତ୍ତି ଟଙ୍କା ବିଡ଼ା ଧରାଇ ଠକ ଚମ୍ପଟ

The Sakala Picture
Published On

ଭୁବନେଶ୍ୱର: ମସଜିଦ୍‍ ରେ ନମାଜ ପାଠ କଲାବେଳେ ଚିହ୍ନା ପରିଚୟ ହେଲା। ଆଉ ଭାରତୀୟ ମୁଦ୍ରା ଦେଇ ବିଦେଶୀ ମୁଦ୍ରା ନେବାକୁ କଥାବାର୍ତ୍ତା ହୋଇଥିଲା। ପରେ ଠକ ଅସଲି ୨ ଲକ୍ଷ ଟଙ୍କା ନେଇ ବିଦେଶୀ ନୋଟ୍‍ ଦେବା ବଦଳରେ କାଗଜ ବିଡ଼ା ଧରାଇ ଚମ୍ପଟ ହୋଇଯାଇଛି। ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଠକେଇ ଶିକାର ହେଲେ କଟକର ଅନ୍ୟତମ ବ୍ୟବସାୟୀ ମହମ୍ମଦ ମୋହିଦିନ୍‍। ମୋହିଦିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ […]

ଭୁବନେଶ୍ୱର: ମସଜିଦ୍‍ ରେ ନମାଜ ପାଠ କଲାବେଳେ ଚିହ୍ନା ପରିଚୟ ହେଲା। ଆଉ ଭାରତୀୟ ମୁଦ୍ରା ଦେଇ ବିଦେଶୀ ମୁଦ୍ରା ନେବାକୁ କଥାବାର୍ତ୍ତା ହୋଇଥିଲା। ପରେ ଠକ ଅସଲି ୨ ଲକ୍ଷ ଟଙ୍କା ନେଇ ବିଦେଶୀ ନୋଟ୍‍ ଦେବା ବଦଳରେ କାଗଜ ବିଡ଼ା ଧରାଇ ଚମ୍ପଟ ହୋଇଯାଇଛି। ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଠକେଇ ଶିକାର ହେଲେ କଟକର ଅନ୍ୟତମ ବ୍ୟବସାୟୀ ମହମ୍ମଦ ମୋହିଦିନ୍‍। ମୋହିଦିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଆଧାରରେ ତନାଘନା କରୁଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ମୋହିଦିନ୍‍ଙ୍କ ଅଭିଯୋଗ ଅନୁଯାୟୀ ସେ କଟକର ଏକ ମସଜିଦ୍‍ ସାମ୍‍ନାରେ ବ୍ୟବସାୟ କରନ୍ତି। ଉକ୍ତ ମସଜିଦକୁ ନମାଜ ପାଠ ଲାଗି ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ସହ ପରିଚିତ ହୋଇଥିଲା। ବ୍ୟକ୍ତି ଜଣକ ନିଜ ପାଖରେ ୨୦୦ଟି ସାଉଦୀ ଆରବୀୟ ମୁଦ୍ରା ଥିବା କଥା କହିଥିଲା। ସେଇ ଟଙ୍କା ଏଠାରେ ଚଳୁ ନ ଥିବାରୁ ସାଉଦୀ ଆରବକୁ ଯାଉଥିବା ବ୍ୟକ୍ତିଙ୍କ ସନ୍ଧାନରେ ଥିଲା। କିନ୍ତୁ ଗତବର୍ଷ ମୋହିଦିନ୍‍ ଓ ତାଙ୍କ ପରିବାର ହଜ୍‍ ଯାତ୍ରାରେ ସାଉଦୀ ଆରବ୍‍ ଯିବାରେ ଥିଲା। ଏଣୁ ସେ ବି ସାଉଦୀ ଆରବୀୟ ମୁଦ୍ରା ଖୋଜୁଥିଲେ। ୨ ଲକ୍ଷ ଟଙ୍କା ଭାରତୀୟ ନୋଟ୍‍ ଦେଲେ ୩ ଲକ୍ଷ ଟଙ୍କାର ସାଉଦୀ ଆରବୀୟ ମୁଦ୍ରା ମିଳିବ ବୋଲି ଠକ କହିଥିଲା। ପରେ ମୋହିଦିନ୍‍ ଲୋଭର ବଶବର୍ତ୍ତୀ ହୋଇ ଠକର ଜାଲରେ ପଡ଼ି ଯାଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ରବିବାର ମୋହିଦିନ୍‍ଙ୍କୁ ଭୁବନେଶ୍ୱରକୁ ଡକାଇଥିଲା ଠକ। ସେ ବାଣୀବିହାର ଛକରେ ପହଞ୍ଚିବା ପରେ ଠକ ତାଙ୍କର ଆଉ ଜଣେ ସହଯୋଗୀ ସେଠାରେ ରୁମାଲରେ ବନ୍ଧା ଯାଇଥିବା ଏକ ଟଙ୍କାର ବିଡ଼ା ଦେଖାଇଥିଲେ। ଆଉ ସେଥିରୁ ଗୋଟିଏ ନୋଟ୍‍ କାଢ଼ି ମୋହିଦିନ୍‍ଙ୍କୁ ଦେଖାଇଥିଲେ। ଏଥିରେ ତାଙ୍କର ବିଶ୍ୱାସ ହୋଇଥିଲା। ସେଠାରେ ଗହଳି ଥିବାରୁ ମୋହିଦିନ୍‍ଙ୍କୁ ଧରି କଳ୍ପନା ଛକକୁ ଯାଇଥିଲେ ଠକ। ପରେ ବିଜେବି କଲେଜର ଗଳିରେ ରୁମାଲରେ ବନ୍ଧା ଯାଇଥିବା ନୋଟ୍‍କୁ ଦେଇ ୨ଲକ୍ଷ ଟଙ୍କା ଠକ ନେଇଥିଲେ। ଏଠାରେ ଲୋକେ ଅଛନ୍ତି ଗାଡ଼ିରେ ଗଣିବା କହି ମୋହିଦିନ୍‍ଙ୍କୁ ସେଠାରୁ ବିଦା କରି ଦେଇଥିଲେ। ତଥାପି ମୋହିଦିନ୍‍ ରୁମାଲ ଖୋଲିବା ପରେ ଠକ ୨ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲା। ରୁମାଲ ଖୋଲିବା ବେଳକୁ ଉକ୍ତ ବିଡ଼ାର ଉପରେ ଗୋଟିଏ ମାତ୍ର ସାଉଦୀ ଆରବୀୟ ନୋଟ୍‍ ରହିଥିଲା। ଭିତରେ ରହିଥିଲା ଖବର କାଗଜର ବିଡ଼ା। ଠକେଇର ଶିକାର ହେବା ପରେ ମୋହିଦିନ୍‍ ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର